Advertisment

ଦିଲ୍ଲୀରେ ପ୍ରବଳ ବର୍ଷିବ: ବୁଡ଼ି ପାରେ ତଳିଆ ଅଂଚଳ

କେବଳ ଏତିକି ନୁହେଁ ବରଂ ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ପାରେ ତେଣୁ ଏବେଠୁ ସାବଧାନ ରହିବା ଲାଗି ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅର୍ଥାତ୍‌ IMD ଡ୍ୟୁଟି ଅଫିସର କହିଛନ୍ତି ଯେ, ଦିଲ୍ଲୀ ଉପରେ ଏର ଟ୍ରଫ୍‌ ଲାଇନ ରହିଛି। ତେଣୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

ଦିଲ୍ଲୀରେ ପ୍ରବଳ ବର୍ଷିବ: ବୁଡ଼ି ପାରେ ତଳିଆ ଅଂଚଳ

rain

Advertisment

ନୂଆଦିଲ୍ଲୀ: ଆସନ୍ତାକାଲି ରାଜଧାନୀ ଦିଲ୍ଲୀରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ତେଣୁ ଦିଲ୍ଲୀବାସୀଙ୍କୁ ସତର୍କ ରହିବା ପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ପାଣିପାଗ ବିଭାଗର ଅଧିକାରୀଙ୍କ କହିବା ଅନୁସାରେ, ବର୍ତ୍ତମାନ ସମୟରେ ଦେଶରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ତେଣୁ ଦିଲ୍ଲୀରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। କେବଳ ଏତିକି ନୁହେଁ ବରଂ ବର୍ଷା ପ୍ରଭାବରେ ତଳିଆ ଅଂଚଳରେ ପାଣି ଜମିବା ପାରେ ତେଣୁ ଏବେଠୁ ସାବଧାନ ରହିବା ଲାଗି ସ୍ଥାନୀୟ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଭାରତୀୟ ପାଣିପାଗ ବିଭାଗ ଅର୍ଥାତ୍‌ IMD ଡ୍ୟୁଟି ଅଫିସର କହିଛନ୍ତି ଯେ, ଦିଲ୍ଲୀ ଉପରେ ଏର ଟ୍ରଫ୍‌ ଲାଇନ ରହିଛି। ତେଣୁ ବର୍ଷାର ପରିମାଣ ବଢିବ ବୋଲି କୁହାଯାଇଛି।

Advertisment

କେବଳ ଏତିକି ନୁହେଁ ବରଂ ୧୮ ରୁ ୨୦ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଇଏମଡ଼ି କହିଛନ୍ତି। କେବଳ ଦିଲ୍ଲୀ ନୁହେଁ ବରଂ ସାରା ଉତ୍ତର ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଅଂରେଜ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି। ଏହାସହ ବର୍ତ୍ତମାନ ସମୟରେ ଦିଲ୍ଲୀରେ ପ୍ରବଳ ଗୁଳୁଗୁଳି ମଧ୍ୟ ଅନୁଭବ ହେଉଛି। ତେଣୁ ବର୍ଷା ଅଧିକ ହେବ ବୋଲି ପାଣିପାଗ ବିଭାଗ କହିଛି। ସେପଟେ ହିମାଚଳ ପ୍ରଦେଶରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। କାରଣ ମାତ୍ର ୪ ଦିନ ପୂର୍ବେ ବାଦଲ ଫଟା ବର୍ଷା ଯୋଗୁଁ ସେଠାରେ ହିମସ୍ଖଳନ ହୋଇଥିଲା।

Advertisment

ପୁଣି ଥରେ ଭାରି ବର୍ଷା ହେଲେ ଲୋକମାନେ ପ୍ରଭାବିତ ହୋଇପାରନ୍ତି। ତେଣୁ ରାଜ୍ୟ ସରକାରଙ୍କୁ ଭାରି ବର୍ଷା ନେଇ ପୂର୍ବ ସୂଚନା ଦିଆଯିବା ସହ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏପଟେ ଦିଲ୍ଲୀ ପୌର ନିଗମ ପକ୍ଷରୁ ବିଭିନ୍ନ ସ୍ଥାନରେ ମଟର ଅସ୍ଥାୟୀ ଭାବରେ ରଖାଯାଇଛି। ପାଣି ଜମିଲେ ତାହାକୁ ନିଷ୍କାସନ କରିବା ପାଇଁ ପୂରା ପ୍ରସ୍ତୁତ ଥିବା ପୌର ନିଗମ ଅଧିକାରୀ କହିଛନ୍ତି।

IMD Forecast Delhi Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ