Advertisment

‘ଫ୍ଲୋର୍‌ ଟେଷ୍ଟ୍‌କୁ ଡରୁନୁ, ଆମ ପାଖରେ ଲୋକବଳ ଅଛି’

ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି।

We are ready for floor test says MLA Eknath Shinde

We are ready for floor test says MLA Eknath Shinde

Advertisment

ସରକାର ବଞ୍ଚାଇ ପାରିବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ? ପ୍ରମାଣିତ କରିପାରିବେ କି ସଂଖ୍ୟା ଗରିଷ୍ଠତା ? ଶିବସେନାରୁ ୩୯ ବିଧାୟକ ବିଦ୍ରୋହ କରିବା ପରେ କ’ଣ ମୁଖ୍ୟମନ୍ତ୍ରୀ ଗାଦି ବଞ୍ଚାଇ ପାରିବେ କି ଉଦ୍ଧବ ? ସମୟ ଯେତେ ପାଖେଇ ଆସୁଛି ମହାରାଷ୍ଟ୍ରରେ ଉଦ୍ଧବ ଠାକ୍‌ରେଙ୍କ ସରକାର ଉପରେ କ୍ଷମତା ଯିବାର ଭୟ ସେତେ ବଢ଼ୁଛି। ଏସବୁ ଭିତରେ ଗୌହାଟୀ ଛାଡ଼ିବା ପୂର୍ବରୁ ଶିବସେନା ନେତା ଏକନାଥ ସିନ୍ଧେ ପ୍ରତିକ୍ରିୟା ରଖିଛନ୍ତି। 

Advertisment

ଏକନାଥ ସିନ୍ଧେ କହିଛନ୍ତି, ‘ଫ୍ଲୋର ଟେଷ୍ଟକୁ ନେଇ ଡରୁନୁ। ଏଥିପାଇଁ ଆଦୌ ଚିନ୍ତିତ ନୁହେଁ। କାରଣ ଆମ ପାଖରେ ଅଧିକ ସଂଖ୍ୟା ଗରିଷ୍ଠତା ଅଛି। ଯାହାବି ପ୍ରକ୍ରିୟା ହେବ, ଏଥିରେ ଆମେ ପାସ୍‌ କରିବୁ। ଆମକୁ କେହିବି ଅଟକାଇ ପାରିବେ ନାହିଁ। ୫୦ ବିଧାୟକ ଆମ ସହ ଅଛନ୍ତି, ଫ୍ଲୋର ଟେଷ୍ଟରେ ଆମେ ଜିତିବୁ।’ 

ଆସନ୍ତାକାଲି ବିଧାନସଭାରେ ଫ୍ଲୋର ଟେଷ୍ଟ ଦେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ।  ଦିନ ୧୧ଟାରୁ ୫ଟା ସୁଦ୍ଧା ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ ରାଜ୍ୟପାଳ ନିର୍ଦ୍ଦେଶ ଦେଇଛନ୍ତି। ଫ୍ଲୋର ଟେଷ୍ଟ ନେଇ ବିଧାନସଭା ସଚିବ ରାଜେନ୍ଦ୍ର ଭଗୱତଙ୍କୁ ରାଜ୍ୟପାଳ ଚିଠି ଲେଖିଛନ୍ତି। କାଲି ହେବାକୁ ଥିବା ଫ୍ଲୋର ଟେଷ୍ଟର ଭିଡିଓଗ୍ରାଫି ହେବ।

Advertisment

ଜାଣନ୍ତୁ, ମହାରାଷ୍ଟ୍ରରେ ବର୍ତ୍ତମାନର ସଂଖ୍ୟା ଗଣିତ ଉପରେ... 

ଶାସନାଧିନ ଥିବା ମହା ଅଘାଡ଼ି ମେଣ୍ଟ ଏବେ ଅଳ୍ପ ସଂଖ୍ୟକ ହୋଇପଡ଼ିଛି। ବିଦ୍ରୋହୀ ବିଧାୟକଙ୍କୁ ବାଦ୍ ଦେବା ପରେ ଶିବସେନା ପଖରେ ରହିଛନ୍ତି ମାତ୍ର ୧୬ ଜଣ। ଏହାବାଦ୍ ଏନ୍‌ସିପି ପାଖରେ ୫୩, କଂଗ୍ରେସ ପାଖରେ ୪୪ ଏବଂ ଅନ୍ୟାନ୍ୟ ୧୩ ଜଣ ବିଧାୟକ ରହିଛନ୍ତି। ଏମାନଙ୍କୁ ମିଶାଇଲେ ମୋଟ୍ ସଂଖ୍ୟା ୧୨୬ରେ ପହଞ୍ଚିଛି। ମହାରାଷ୍ଟ୍ରରେ ମୋଟ୍ ସଂଖ୍ୟା ୨୮୮।  ସେଥିରୁ ସଂଖ୍ୟା ଗରିଷ୍ଠତା ପାଇଁ ୧୪୫ ସିଟ୍ ଆବଶ୍ୟକ। ହେଲେ ମହା ଅଘାଡ଼ି ପାଖରେ ରହିଛି ୧୨୬ ସିଟ୍।

ଅନ୍ୟପକ୍ଷେ, ଉଦ୍ଧବଙ୍କ ବିରୋଧୀ ଗୋଷ୍ଠୀର ସଂଖ୍ୟା ଦେଖିବା ତା’ହେଲେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ଏବେ ୩୯। ଏହାସହ ମେଣ୍ଟରୁ ବାହାରିଥିବା ସ୍ୱାଧୀନ ବିଧାୟକଙ୍କ ସଂଖ୍ୟା ୯ ରହିଛି। ସେହିପରି ବିଜେପିର ୧୦୬ ବିଧାୟକ ଓ ଅନ୍ୟାନ୍ୟ ଯେଉଁମାନେ ବିଜେପିକୁ ସମର୍ଥନ କରୁଛନ୍ତି ସେମାନଙ୍କ ସଂଖ୍ୟା ୭ ରହିଛି। ଏହି ସମସ୍ତଙ୍କୁ ମିଶାଇଲେ ଉଦ୍ଧବ ସରକାରଙ୍କ ବିରୋଧରେ ୧୬୧ ବିଧାୟକ ରହିଛନ୍ତି। 

Advertisment
Udhav Thackrey Eknath Shinde Maharashtra Political Crisis
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ