କୋଲକାତା ଗଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ: ଭୁବନେଶ୍ୱର ଏମସରୁ ବିମାନବନ୍ଦର ନେଲା ଇଡିର ଟିମ୍

ଭୁବନେଶ୍ୱର ଏମସରୁ କୋଲକାତା ଗଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ.... ଏମ୍ସ‌ସ ସମ୍ପୂର୍ଣ୍ଣ ଫିଟ୍ କହିବା ପରେ କାମ ଦେଲାନି ଦେହଖରାପ ଫନ୍ଦି ...

WB SSC Scam: Partha Chatterjee sent back to Kolkata after AIIMS Bhubaneswar's go-ahead

ଭୁବନେଶ୍ୱର ଏମ୍ସ ସଂପୂର୍ଣ୍ଣ ଫିଟ୍ ସାର୍ଟିଫିକେଟ୍ ଦେବା ପରେ କୋଲକାତା ଗଲେ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ । ଆଜି ଭୋରରୁ ତାଙ୍କୁ ଇଡିର ଟିମ୍ ଭୁବନେଶ୍ୱର ଏମସରୁ ବିମାନବନ୍ଦର ନେଇଥିଲା । ପରେ ବିମାନ ଯୋଗେ କୋଲକାତା ଯାଇଥିବା ଜଣାପଡିଛି ।

ଇଡି ଜେରା ଟାଳିବାକୁ ସ୍ବାସ୍ଥ୍ୟ ସମସ୍ୟାକୁ ଆଳ କରିଥିଲେ ପାର୍ଥ । ମାତ୍ର ଏମଏସରେ ପରୀକ୍ଷା ନିରୀକ୍ଷା ପରେ ତାଙ୍କର ଫନ୍ଦିଫିକରରେ ପାଣି ଫେରିଯାଇଥିଲା । ଶିକ୍ଷକ ନିଯୁକ୍ତି ସ୍କାମରେ ପାର୍ଥଙ୍କୁ ଇଡି ଗିରଫ କରିଥିବାବେଳେ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ କୋଲକାତା ହସପିଟାଲରେ ଭର୍ତ୍ତି ହୋଇଥିଲେ । ମାତ୍ର ଇଡି ଏହାକୁ ଚ୍ୟାଲେଞ୍ଜ କରିବା ପରେ ଭୁବନଶ୍ୱର ଏମ୍ସରେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କଲିକତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପଶ୍ଚିମବଙ୍ଗରେ ସରକାରୀ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଲିଙ୍କରେ ସମ୍ପର୍କୀୟ ଅର୍ପିତା ମୁଖାର୍ଜୀଙ୍କ ଘରୁ ୨୧ କୋଟି ଟଙ୍କା ଜବତ ପରେ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏହା ପରେ ତାଙ୍କୁ ରିମାଣ୍ଡରେ ନେଇଥିଲା ଇଡି ।

ସୂଚନା ଅନୁସାରେ, ଗତ ଶନିବାର ଦିନ ଇଡି ଶିକ୍ଷକ ନିଯୁକ୍ତି ସ୍କାମକୁ ନେଇ ପାର୍ଥ ଓ ତାଙ୍କ ସହଯୋଗୀ ତଥା ଓଡ଼ିଆ ଫିଲ୍ମରେ ଅଭିନୟ କରିଥିବା ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଗିରଫ କରିଥିଲା । ଏହାସହ ଇଡି ଅର୍ପିତାଙ୍କ ଆପାର୍ଟମେଣ୍ଟରୁ ନଗଦ ୨୦ କୋଟି ଟଙ୍କା ଜବତ କରିଥିଲା । ଏହାକୁ ନେଇ ବିଜେପି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିବା ବେଳେ ଟିଏମସୀ ନିଜ ହାତ ଝାଡି ଦେଇଛି । ଏମିତିକି ଗିରଫ ହେବାପରେ ପାର୍ଥ ବିଳମ୍ବିତ ରାତିରେ ମମତାଙ୍କୁ ୩ ଥର ଫୋନ କରିଥିଲେ ମଧ୍ୟ ଦିଦି ଫୋନ୍ ଉଠାଇ ନ ଥିବା କୁହାଯାଉଛି ।

ଶିକ୍ଷକ ନିଯୁକ୍ତି ସ୍କାମ୍ ମନି ଲଣ୍ଡରିଂ ମାମଲାକୁ ନେଇ ଗିରଫ ପାର୍ଥ ଇଡି ଜେରା ଟାଳିବା ଉଦ୍ଦେଶ୍ୟରେ ତାଙ୍କ ସ୍ୱାସ୍ଥ୍ୟ ଭଲ ନଥିବା ଆଳ ଦେଖାଇଥିଲେ । ଏପରିକି କୋଲକାତାର SSKM ହସପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଇଡି ଏହାକୁ ହାଇକୋର୍ଟରେ ଚ୍ୟାଲେଞ୍ଚ କରିଥିଲା । ଆବେଦନର ବିଚାର କରି ଇଡି ଜେରାରୁ ବର୍ତ୍ତିବା ଲାଗି ପାର୍ଥ ସ୍ୱାସ୍ଥ୍ୟ ସମସ୍ୟାକୁ ଢାଲ କରୁଥିବା କୋର୍ଟ ଅନୁଭବ କରିବା ସହ ତାଙ୍କୁ ଭର୍ତ୍ସନା ବି କରିଥିଲେ । ପାର୍ଥ ଜଣେ କ୍ଷମତାଶାଳୀ ମନ୍ତ୍ରୀ ହୋଇଥିବା ଦର୍ଶାଇ କୋକାତା ବଦଳରେ ଭୁବନେଶ୍ୱର ଏମ୍ସରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଇବାକୁ ହୋଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କୋଲକାତା ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ସକାଳେ ପାର୍ଥଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ୱର ଏମ୍ସ ଅଣାଯାଇଥିଲା ।