Advertisment

ୱାୟନାଡ୍ ବିପର୍ଯ୍ୟୟ ଗର୍ଭରୁ ସରୁନି ମଣିଷ ଖୋଜା

ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।

ଅଦ୍ୟତନ ହୋଇଛି
undefined

Wayanad

Advertisment

ଈଶ୍ୱରଙ୍କ ଦେଶ କୁହାଯାଉଥିବା କେରଳର ୱାୟନାଡ୍ ମାଟି । ଦିନେ ଶୋଭା ପାଉଥିଲା ସବୁଜ ବନାନୀ ଓ ସୁଦୃଶ୍ୟ ପାହାଡ଼ ସହ ପ୍ରକୃତିର ଶୋଭାରାଜି । ହେଲେ ସେହି ପ୍ରକୃତିର ତାଣ୍ଡବରେ ଶବ ପାଲଟିଗଲା ମଣିଷ । କାନ୍ଦୁଛି କେରଳ ମାଟି । ଯାହାଙ୍କ ମୃତଦେହ ଚିହ୍ନଟ ହୋଇପାରିଲା, କିଛି ଆତ୍ମୀୟ ସ୍ୱଜନଙ୍କୁ ହସ୍ତାନ୍ତର କରାଗଲା। ଆଉ ଯେଉଁ ମୃତଦେହଗୁଡ଼ିକ ଅପରିଚିତ, ମେପ୍ପାଡ଼ିର ପୁଥୁମାଲାରେ ସୋମବାରଠୁ ଅନ୍ତିମ ସତ୍କାର କରାଯାଇଛି।

Advertisment

କେଉଁଠି ଚିହ୍ନଟ ମୃତଦେହ ଗୁଡ଼ିକର ଗଣଦାହ କରାଯାଇଛି ତ ଆଉ କିଛି ଅଚିହ୍ନା ମୃତକଙ୍କୁ ମାଟି ଖୋଳି ପୋତି ଦିଆଯାଇଛି। ଚିହ୍ନଟ ହୋଇନଥିବା ପ୍ରାୟ ୩୦ଟି ମୃତଦେହ ସହ ୧୫୪ ଖଣ୍ଡ ଦେହାବଶେଷର ଏଭଳି ଅନ୍ତିମ ସତ୍କାର କରାଯାଇଥିବା ସୂଚନା ମିଳିଛି। କିନ୍ତୁ ସମୂହ ସତ୍କାର ପୂର୍ବରୁ ପ୍ରତ୍ୟେକଙ୍କର DNA ସଂଗ୍ରହ କରାଯାଇଛି।

ସରକାରୀ ତଥ୍ୟ କହୁଛି, ୨୨୬ ଜଣଙ୍କ ମୃତଦେହ ମିଳିଥିବାବେଳେ ଏବେ ବି ୨ଶହ ନିଖୋଜ। ତା’ମଧ୍ୟରେ ଅଛନ୍ତି, ଓଡ଼ିଆ ଡାକ୍ତର ସ୍ବାଧୀନ ପଣ୍ଡା। ୱାୟନାଡ ଯାଇଥିବା ତାଙ୍କ ଭଉଣୀ ସୋମାଲି ପଣ୍ଡାଙ୍କ DNA ନମୁନା ମଧ୍ୟ ସଂଗ୍ରହ କରାଯାଇଛି। ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।

Advertisment

ଭୁସ୍ଖଳନରେ ଗୁରୁତର ଆହତ ହୋଇ ମେପାଡିର ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଡାକ୍ତର ସ୍ୱୀକୃତି ମହାପାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିଛି। ଏବେ ତାଙ୍କୁ ଅର୍ଦ୍ଧ ତରଳ ଖାଦ୍ୟ ଦିଆଯାଉଛି। ଏହି ବିପର୍ଯ୍ୟୟରେ ତାଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି । ତାଙ୍କୁ କେବେ ହସ୍ପିଟାଲରୁ ଡିସଚାର୍ଜ କରାଯିବ, ନିଷ୍ପତ୍ତି ହୋଇନି।

ଭୁସ୍ଖଳନକୁ ସପ୍ତାହେ ବିତିଲା। ବିପର୍ଯ୍ୟୟର ମାଟିଗର୍ଭ ଭିତରୁ ଏବେ ବି ସରୁନି ଜୀବନ ସହ ମଣିଷ ଖୋଜା। କେତେବେଳେ କେମିତି ଗୋଟିଏ ଯୋଡ଼ିଏ ମୃତଦେହ ବି ମିଳୁଛି। ବ୍ରହ୍ମପୁରରୁ ୱାୟନାଡ୍ ଯାଇଥିବା ସନ୍ଧାନୀ କୁକୁର ‘ଷ୍ଟର୍ମ’। କାଳେ କିଏ ଚାପି ହୋଇଯାଇଥିବେ ମୃତାହତ ଅବସ୍ଥାରେ, ତେଣୁ ଜାରି ରଖିଛି ସର୍ଚ୍ଚ ଅପରେସନ୍। ରେସ୍କ୍ୟୁ ଓ ସର୍ଚ୍ଚ ଟିମ୍ ସହ ସାମିଲ ହୋଇଛି ‘ଜର୍ମାନ ସେଫଡ୍’ ବ୍ରିଡର ଏହି କୁକୁର। କାରଣ ସର୍ଚ୍ଚ ଅପରେସନ କ୍ଷେତ୍ରରେ ଏହି ପ୍ରଜାତି ବେଶ୍ ଧୁରନ୍ଦର। ତେଣୁ ଓଡ଼ିଶାରୁ ‘ଷ୍ଟର୍ମ’କୁ ଚୟନ କରି କେରଳ ପଠାଯାଇଛି।

Advertisment

Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ