Nashik Flower Park
ନାସିକ୍: ମନଲୋଭା, ଆକର୍ଷଣୀୟ । ଏତେ ସୁନ୍ଦର ଏହି ଫ୍ଲାୱାର ପାର୍କ, ଯିଏ ଦେଖିବ ଟିକେ ଥମିଯିବ । ଦିନେ ପାଣିରେ ଖେଳିବାକୁ ଏଠି ଜମୁଥିଲା ଭିଡ଼ । ଆଉ ଏବେ ଭଳିକି ଭଳି ଫୁଲ ଦେଖିବାକୁ ଲାଗୁଛି ଲମ୍ବା ଲାଇନ୍ । ଫଟୋ ଉଠାଇବା ପାଇଁ ଲୋକଙ୍କ ମଧ୍ୟରେ ହେଉଛି ପ୍ରତିଯୋଗୀତା ।ଆପଣ ସାଧାରଣତଃ ମାଟିରେ ବା ସମତଳରେ ଫୁଲ ବଗିଚା ଦେଖିଥିବେ । କିନ୍ତୁ ଏଠି ବିଭିନ୍ନ ପ୍ରକାର ଫୁଲ ଭିନ୍ନ ଭିନ୍ନ ଶୈଳିରେ ଲାଗିଛି । ଯାହାକି ଅଧିକ ମନଲୋଭା କରୁଛି ।
ଭଳିକି ଭଳି ଫୁଲରେ ସୁଶୋଭିତ ହୋଇଛି ନାସିକର ଏହି ଫ୍ଲାୱାର ପାର୍କ । ପ୍ରବେଶ ପଥରେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ପାଇଁ ରହିଛି ମୟୁର ଆକୃତିର ଉଦ୍ୟାନ । ଏଥିସହ ଫ୍ଲାୱାର ପାର୍କ ଭିତରେ ଫୁଲକୁ ତୋରାଣ ଆକୃତିରେ ସଜାଯାଇଛି । କେବଳ ଏତିକି ନୁହେଁ, ପାର୍କ ଭିତରେ ବିଭିନ୍ନ ସ୍ଥାନରେ ଫୁଲ ଦ୍ୱାରା ହାତୀର ପ୍ରତିକୃତି ବି ନିର୍ମାଣ କରାଯାଇଛି ।
Nasik Flower Park
ଏହି ସୁନ୍ଦର ପାର୍କକୁ ଦେଖିବା ପାଇଁ ପ୍ରତିଦିନ ଅନେକ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ୯ ଏକର ପରିମିତ ଜାଗାରେ ନିର୍ମିତ ଏହି ଫ୍ଲାୱାର ପାର୍କ, ୪୩ ପ୍ରକାରର ଫୁଲ ଶୋଭାପାଉଛି ।
Nasik Flower Parkଗୋଟିଏ ଗୋଟିଏ ଫୁଲର ୮ରୁ ୧୦ ପ୍ରକାରର ରଙ୍ଗ ପାର୍କର ଶୋଭା ବଢାଉଥିବା ପର୍ଯ୍ୟଟକମାନେ କୁହନ୍ତି । ଫ୍ଲାୱାର ପାର୍କ ଭିତରେ ପ୍ରାୟ ୪ ଲକ୍ଷରୁ ଅଧିକ ଗଛ ରହିଛି । ଏଥିସହ ସେଲଫି ଜୋନ ମଧ୍ୟ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି ।
Nashik Flower Parkଦୁବାଇର ମିରାକଲ ଗାର୍ଡେନ ଢାଞ୍ଚାରେ ଏହି ପାର୍କକୁ ନିର୍ମାଣ କରାଯାଇଛି । ପୂର୍ବରୁ ଏଠାରେ ୱାଟର ପାର୍କ ରହିଥିଲା, କିନ୍ତୁ କରୋନା କଟକଣା ଯୋଗୁଁ ଏହା ବନ୍ଦ ରହିଥିଲା ।
Nashik Flower Park
ପରେ ସେହି ସ୍ଥାନର ସଦୁପଯୋଗ କରି ସେଠାରେ ୨୫ରୁ ୨୬ ଲକ୍ଷ ବ୍ୟୟରେ ଏକ ଅତ୍ୟାଧୁନିକ ଫ୍ଲାୱାର ପାର୍କ ତିଆରି କରାଯାଇଛି । ପାର୍କକୁ ଆକର୍ଷଣୀୟ କରିବା ପାଇଁ ଅଗଷ୍ଟରୁ ତିନିମାସ ଧରି ପ୍ରସ୍ତୁତି କରାଯାଇଥିଲା । ଏହାପରେ ନଭେମ୍ବର ପହିଲାରୁ ପର୍ଯ୍ୟଟକମାନଙ୍କ ପାଇଁ ଖୋଲାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637321201.jpg)