ପାଚେରୀ ଉପରେ ମହାବଳ; ଗାଁ ଲୋକ କରୁଛନ୍ତି ଭିଡିଓ

ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା ।

ପାଚେରୀ ଉପରେ ବାଘ

ବାଘ ଶୋଇଲା ସାରାରାତି । ଗାଁ ଲୋକେ ରହିଲେ ଉଜାଗର । ଗତକାଲି ପାଚେରୀ ଉପରେ ବାଘ ଶୋଇବା ଫଳରେ କୁକୁରମାନେ ବାଘଟିକୁ ଦେଖି ଖୁବ୍‌ ଜୋର୍‌ରେ ଭୁକିବାକୁ ଲାଗିଥିଲେ । ଯାହାଫଳରେ ଗ୍ରାମବାସୀମାନେ ସଚେତନ ହୋଇଥିଲେ । ହେଲେ ଘରର ମାଲିକ ରାତି ସାରା ଶୋଇପାରିନଥିଲେ । ବାଘଟି ଉପରେ ନଜର ରଖିଥିଲେ । କୌଣସି ଗୃହପାଳିତ ପଶୁଙ୍କୁ କାଳେ ବାଘଟି ଆକ୍ରମଣ କରିବ ସେଥିଲାଗି ସାରା ରାତି ଅନଦ୍ରା ରହିଥିଲେ ପରିବାର ସଦସ୍ୟ ।

ଏପରି ଏକ ଘଟଣା ଉତ୍ତରପ୍ରଦେଶରୁ ସାମ୍‌ନାକୁ ଆସିଛି । ଗତକାଲି ରାତିରେ ପାଇଲବିଟ୍ ଜିଲ୍ଲାର ଟାଇଗର ରିଜର୍ଭରୁ କାଳିନାଗରର ଆଟକୋନ୍‌ ଗ୍ରାମରେ ମହାବଳ ବାଘଟି ପ୍ରବେଶ କରିଥିଲା । ପରେ ଏକ ପାଚେରୀରେ ବିଶ୍ରାମ ନେବା ସହ ଶୋଇପଡ଼ିଥିଲା । ବାଘଟିକୁ ଦେଖି କୁକୁରମାନେ ପ୍ରବଳ ଭୁକିବା ଆରମ୍ଭ କରିଥିଲେ । ଫଳରେ ଗ୍ରାମବାସୀମାନେ ବାଘଟିକୁ ଦେଖିଥିଲେ ।

ବାଘଟି ସାରାରାତି ପାଚେରୀ ଉପରେ ଶୋଇରହିଥିଲା । ସକାଳର ସୂର୍ଯ୍ୟ କିରଣ ପଡ଼ିବା ପରେ ମଧ୍ୟ ସେ ସେପରି ବିଶ୍ରାମ ନେଉଥିବା ଦେଖିବାକୁ ମିଳିଥିଲା । ହେଲେ କୌଣସି ପଶୁ କିମ୍ବା ମଣିଷକୁ ଆକ୍ରମଣ କରିନାହିଁ । ସକାଳ ହେବାମାତ୍ରେ ବାଘଟିର ଚାରି ପଟେ ଜାଲ ବିଛାଯାଇଛି । ବାଘଟିକୁ ଆୟତ୍ତକୁ ନେବାକୁ ପ୍ରୟାସ କରାଯାଉଛି । ଶହଶହ ଲୋକ ଘଟଣାସ୍ଥଳରେ ବାଘଟିକୁ ଦେଖି ତାର ଭିଡିଓ କରିଛନ୍ତି ।

ଗାଁ ଭିତରକୁ ବାଘଟି ପଶିଆସିବାକୁ ନେଇ ବନ ବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ । ବିଭାଗର ଅବହେଳାରୁ ଏପରି ଘଟିଥିବା ଲୋକେ କହିଛନ୍ତି । ଚତ ୪ ମାସ ତଳେ ଏହି ଗାଁକୁ ବାଘ ପଶି ଆସିଥିଲା । ୨୦୧୫ରେ ଏଠାରେ ଅନେକ ଥର ବାଘ ଆକ୍ରମଣର ଖବର ସାମ୍‌ନାକୁ ଆସିଛି ।