Advertisment

5G ଟେକ୍ନୋଲୋଜିର କମାଲ୍ : ଦିଲ୍ଲୀରେ ବସି ୟୁରୋପରେ କାର ଚଳାଇଲେ ମୋଦି

ଦିଲ୍ଲୀରେ ବସି ୟୁରୋପ୍‌ରେ କାର୍‌ ଚଳାଇବା କିପରି ସମ୍ଭବ ହେଲା ?

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ଦିଲ୍ଲୀରେ ବସି ୟୁରୋପରେ ଥିବା କାର ଚଳାଇଲେ ମୋଦି । 5G ଟେକ୍ନୋଲୋଜିରେ ଏହି କାରର ଟେଷ୍ଟ ଡ୍ରାଇଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି 5G ସେବାର ଶୁଭ ଉଦଘାଟନ ପରେ ମୋଦି ଏହି ଟେଷ୍ଟ ଡ୍ରାଇଭ କରିଥିଲେ । ପ୍ରଧାନମନ୍ତ୍ରୀ ଦିଲ୍ଲୀରେ ଷ୍ଟିଅରିଂ ଧରିଥିବା ବେଳେ ଗାଡ଼ି ଥିଲା ସ୍ୱିଡେନରେ । 5G ଟେକ୍ନୋଲୋଜି ସହାୟତାରେ ସ୍ୱିଡେନରେ ଥିବା କାରକୁ ଦିଲ୍ଲୀରେ ବସି ନିୟନ୍ତ୍ରଣ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ପ୍ରଧାନମନ୍ତ୍ରୀଙ୍କ ଏହି ଫଟୋକୁ ଟ୍ୱିଟ କରି ଲେଖିଛନ୍ତି ଇଣ୍ଡିଆ ଡ୍ରାଇଭିଂ ଦି ଓ୍ୱାର୍ଲଡ୍ । ଏଥିରୁ ସ୍ପଷ୍ଟ ଯେ, 5G ଟେକ୍ନୋଲଜୀ ଜରିଆରେ ଭାରତ ବାହାରେ ଥିବା କାର୍‌କୁ ମଧ୍ୟ ରିମୋଟ୍‌ ଜରିଆରେ ନିୟନ୍ତ୍ରଣ କରାଯାଇପାରିବ ।

Advertisment

ନୂଆଦିଲ୍ଲୀର ପ୍ରଗତି ମଇଦାନରେ ଆୟୋଜିତ ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 5G ସେବାର ଶୁଭ ଉଦଘାଟନ କରିଛନ୍ତି। ମୋଦିଙ୍କ ସହ କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ଦିଲ୍ଲୀ, କୋଲକତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ୍, ବେଙ୍ଗଲୁରୁ, ଚଣ୍ଡିଗଡ଼, ଗାନ୍ଧିନଗର, ଗୁରୁଗ୍ରାମ, ହାଇଦ୍ରାବାଦ, ଜାମନଗର, ଲକ୍ଷ୍ନୌ, ପୁଣେ, ଏହି ୧୩ ସହରରେ ପ୍ରଥମେ ଆରମ୍ଭ ହେବ 5G ସେବା ।

ଅକ୍ଟୋବର ୨୫ ତାରିଖରେ ଦେଶର ୪ଟି ମେଟ୍ରୋ ସହରରେ ‘ରିଲାଏନ୍‌ସ୍‌ ଜିଓ’ ଏହି ସେବା ଉପଲବ୍ଧ କରାଇବ। କିନ୍ତୁ, ଆଗାମୀ ଦୁଇ ବର୍ଷ ମଧ୍ୟରେ ‘୫ଜି’ ସେବା ସମଗ୍ର ଦେଶରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି। ‘୫ଜି’ ସେବା ପ୍ରଚଳନ ଫଳରେ ସମାଜ ଓ ଅର୍ଥନୀତିରେ ପରିବର୍ତ୍ତନ ଘଟିବ। ଏହାଦ୍ୱାରା, ଇଣ୍ଟର୍‌ନେଟ୍‌ ସେବା ଅତ୍ୟନ୍ତ କ୍ଷିପ୍ର ହେବା ସହ ନୂତନ ଆର୍ଥିକ ସୁଯୋଗ ଓ ସାମାଜିକ ସୁବିଧା ମିଳିବ ବୋଲି ଆଶା କରାଯାଉଛି।

Advertisment

ଏହି ଅବସରରେ ସେ କହିଛନ୍ତି, ଫାଇଭ୍ ଜି ହେଉଛି ୧୩୦ କୋଟି ଭାରତୀୟଙ୍କୁ ଟେଲିକମ୍ ଶିଳ୍ପର ଉପହାର । ଦେଶରେ ନୂଆ ଅଧ୍ୟାୟ ଆରମ୍ଭ କରିବ ଫାଇଭ୍ ଜି । ଲୋକଙ୍କୁ ପ୍ରଦାନ କରିବ ଅସୀମ ସୁଯୋଗ । ଫାଇଭ୍ ଜି ବୈପ୍ଲବିକ ପରିବର୍ତ୍ତନ ଆଣିବ । ଶିକ୍ଷା କ୍ଷେତ୍ରକୁ ନୂଆ ଜ୍ଞାନକୌଶଳ ଦେବ । ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ବ୍ୟାଙ୍କିଂ କ୍ଷେତ୍ରରେ ଆଣିବ ବିରାଟ ପରିବର୍ତ୍ତନ । ନୂଆ ଭାରତ ଟେକ୍ନୋଲଜିର କେବଳ ଏକ ଖାଉଟି ହୋଇ ରହିବ ନାହିଁ ବରଂ ଏହାର ବିକାଶ ଓ ପ୍ରୟୋଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

Advertisment
PM Modi 5G Car
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ