ଷ୍ଟେସନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିଲା ଟ୍ରେନ୍; ଖୁସିରେ ‘ଗରବା’ ଡ୍ୟାନ୍ସ କଲେ ଯାତ୍ରୀ

ଷ୍ଟେସନ୍‌ରେ ‘ଗରବା’ ଡ୍ୟାନ୍ସ କଲେ ଯାତ୍ରୀ, ହେଲେ କାହିଁକି...

Watch: Passengers Break Into Garba As Train Arrives Early

ଷ୍ଟେସନ୍‌ରେ ଯାତ୍ରୀଙ୍କ ‘ଗରବା’ ଡ୍ୟାନ୍ସ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରିବୁଲୁଛି । ମଧ୍ୟପ୍ରଦେଶ ରତ୍‌ଲାମ ରେଳ ଷ୍ଟେସନ୍‌ର ଏହି ଘଟଣା । ବାସ୍ତବରେ ଟ୍ରେନ୍‌ଟି ସମୟର ପ୍ରାୟ ୨୦ ମିନିଟ୍‌ ପୂର୍ବରୁ ରତ୍‌ଲାମ ଷ୍ଟସନ୍‌ରେ ପହଞ୍ଚିଥିଲା । ଯାହା ପରେ ଯାତ୍ରୀମାନେ ଟ୍ରେନ୍‌ରେ ନିଜ ସମ୍ପର୍କୀୟଙ୍କ ଅପେକ୍ଷା କରିବା ବଦଳରେ ଷ୍ଟେସନ୍‌ରେ ଗରବା ଡ୍ୟାନ୍ସ କରିଥିଲେ । ପାଖରେ ଠିଆ ହୋଇଥିବା ଅନ୍ୟଯାତ୍ରୀ ମାନେ ମଧ୍ୟ ଏହି ଦୃଶ୍ୟର ବେଶ୍‌ ମଜା ନେଉଥିଲେ । ଏମିତିକି କେହି କେହି ଏହାର ଭିଡିଓ ମଧ୍ୟ କରିଥିଲେ । ଯାହା ଏବେ ସୋସିଆଲ୍ ମିଡିଆରେ ବେଶ୍‌ ଭାଇରାଲ୍ ହେବାରେ ଲାଗିଛି ।

ଏହି ଭିଡିଓକୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଛନ୍ତି ।

ଦେଖନ୍ତୁ ଷ୍ଟେସନରେ କିପରି ଡ୍ୟାନ୍ସ କରୁଛନ୍ତି ଯାତ୍ରୀ :-

ଗତ ବୁଧବାର ରାତିରେ ହରିଦ୍ୱାର ସୁପରଫାଷ୍ଟ ଏକ୍ସପ୍ରେସ୍ ନିର୍ଦ୍ଧାରିତ ସମୟର ୨୦ ମିନିଟ୍‌ ପୂର୍ବରୁ ନିଜ ଗନ୍ତବ୍ୟ ସ୍ଥଳୀରେ ପହଞ୍ଚିଯାଇଥିଲା । ଯାହାକୁ ନେଇ ଖୁସିରେ ଯାତ୍ରୀମାନେ ଟ୍ରେନ୍‌ରୁ ଓହ୍ଲାଇ ଷ୍ଟେସନରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ଷ୍ଟେସନର ପ୍ଲାଟଫର୍ମ ନମ୍ୱର ୬ରେ ଥିବା ଯ।ତ୍ରୀମାନେ ମଧ୍ୟ ଏହି ଦୃଶ୍ୟର ଭରପୁରପୁର ମଜା ନେଇଥିଲେ ।

ଯାତ୍ରୀମାନେ ଗୁଜୁରାଟି ସୁପରହିଟ୍‌ ଗୀତ, ଗରବା ହିଟ୍‌ ଗୀତ ଓ ବଲିଉଡ୍‌ର ହିଟ୍‌ ଗୀତମାନଙ୍କରେ ଡ୍ୟାନ୍ସ କରିଥିଲେ । ଯେଉଁମାନଙ୍କୁ ଦେଖି କିଛି ସମୟ ପରେ ଅନ୍ୟଲୋକମାନେ ମଧ୍ୟ ସେମାନଙ୍କ ସହ ଡ୍ୟାନ୍ସ କରିବାକୁ ଲାଗିଲେ । ଏମିତିକି ବୁଢ଼ାଠୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ଗରବାର ତାଳେ ତାଳେ ନାଚିବାକୁ ଲାଗିଲେ । ୯୦ ଜଣ ଯାତ୍ରୀ ମିଳିତ ଭାବରେ ଗୁଜୁରାଟ୍‌ରୁ କେଦାରନାଥକୁ ଯାତ୍ରା ପାଇଁ ବାହାରିଥିବାର ସୂଚନା ମିଳିଛି ।