Man drives car with doors open in Manali
ମନାଲିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ଼ । ମାଇଲ୍ ମାଇଲ୍ ଯାଏଁ ଛିଡ଼ା ହୋଇଛି ଗାଡ଼ି । ହିମାଚଳ ହିଲ ଷ୍ଟେସନରୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଥିବାରୁ ୫ କିଲୋମିଟର ଯାଏଁ ଟ୍ରାଫିକ୍ ଜାମ୍ ହୋଇଛି । ଆଉ ଏହାରି ଭିତରେ ଦେଖିବାକୁ ମିଳିଛି ଏକ ରୋଚକ ଘଟଣା । ଜଣେ ବ୍ୟକ୍ତି କାର୍ ଚଳାଇଥିବାବେଳେ ଦୁଇଟିଯାକ ଡୋର୍ ଖୋଲିଥିବା ଏକ ଭିଡିଓ ଏବେ ଖୁବ୍ ଭାଇରାଲ ହେଉଛି । ଆଉ ଏହି ଅସାବଧାନତା ଯୋଗୁଁ ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ବ୍ୟକ୍ତି ମନାଲିର ବ୍ୟସ୍ତ ବହୁଳ ରାସ୍ତାରେ କାର୍ର ଡୋର ଖୋଲି ମସ୍ତି କରୁଛନ୍ତି । ଡ୍ରାଇଭ୍ କରୁଥିବା ବ୍ୟକ୍ତି ଜଣକ ଡୋର୍ ଖୋଲିଥିବାବେଳେ ଅନ୍ୟଜଣେ ଯୁବକ କାର୍ର ଆନ୍ୟ ଡୋରଟି ଖୋଲି ବାହାରକୁ ଝଲିରହୁଥିବା ଦେଖିବାକୁ ମିଳୁଛି ।
ଭିଡିଓଟିକୁ ଶୁଭମ ନାମକ ଏକ ଟ୍ୱିଟର ଆକାଉଣ୍ଟରୁ ସେୟାର କରାଯାଇଛି । ଆଉ କ୍ୟପସନରେ ଏପରି ବିପଦପୂର୍ଣ୍ଣ କାର୍ଯ୍ୟ ନକରିବାକୁ ନିବେଦନ ହୋଇଛି । ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଦୁଇ ଯୁବକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
ଟ୍ରାଫିକ୍ ଆକ୍ଟ ଅନୁସାରେ ନିୟମ ଉଲ୍ଲଂଘନ ହୋଇଥିବାରୁ ୩୫୦୦ ଟଙ୍କାର ଚାଲାଣ କଟାଯାଇଛି । ଏପରି କାର୍ଯ୍ୟ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ଅନେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ।
ଜଣେ ୟୁଜର୍ସ ଲେଖିଛନ୍ତି ଏମାନେ ପର୍ଯ୍ୟଟକ ନୁହଁନ୍ତି, ଏ ହେଉଛନ୍ତି ଅପରାଧୀ । ଏମାନଙ୍କୁ ଅପରାଧୀପରି ବ୍ୟବହାର କରାଯିବା ଆବଶ୍ୟକ । ସେହିପରି ଅନେକ ୟୁଜର୍ସ ନିଜର ମତାମତ ରଖିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1703492707.jpg)