ପୁଣି ଗରିବଙ୍କ ପାଇଁ ଅସରନ୍ତି ଭଣ୍ଡାର ଖୋଲିଦେଲେ ଏହି ବ୍ୟକ୍ତି : ଦାନ କରିଦେଲେ ୬୧୨୫ କୋଟି

ଗରିବଙ୍କ ପାଇଁ ଖୋଲିଲା ୱାରେନ୍ ବଫେଟଙ୍କ ଖଜାନା ।

warren buffett

ଯେତିକି ଧନୀ, ସେତିକି ଦାନୀ । ଗରିବ ଲୋକଙ୍କ ପାଇଁ ଖଜାନା ଖୋଲିଦେଲେ ଆରବପତି ନିବେଶକ ୱାରେନ୍ ବଫେଟ୍(Warren Buffett) । ତାଙ୍କ ପରିବାର ଦ୍ୱାରା ପରିଚାଳିତ ପାଖାପାଖି ୭୫୦ମିଲିୟନ୍ ଡଲାର୍ ମୂଲ୍ୟର ଚାରୋଟି ଫାଉଣ୍ଡେସନକୁ ( ଭାରତୀୟ ମୁଦ୍ରାରେ ୬୧୨୫ କୋଟି ଟଙ୍କା) ଦାନ କରିଛନ୍ତି । ୯୨ ବର୍ଷୀୟ ନିବେଶକ ପ୍ରତିବର୍ଷ ଏପରି ପାଞ୍ଚଟି ସଂସ୍ଥାକୁ ଦାନ କରୁଛନ୍ତି । କିନ୍ତୁ ଏଥର ତାଙ୍କ ଠାରୁ ଡୋନେସନ୍‌ ପାଉଥିବା ସଂସ୍ଥା ଭିତରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ( Bill & Melinda Gates Foundation)ର ନାଁ ନାହିଁ ।

ଦିଗଜ ନିବେଶକ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଆରବପତିଙ୍କ ମଧ୍ୟରେ ଥିବା ୱାରେନ୍ ବଫେଟ୍ ୨୦୦୬ ମସିହାରୁ ପାଞ୍ଚଟି ସଂସ୍ଥାକୁ ଏପରି ଦାନ କରୁଛନ୍ତି । ସିକ୍ୟୁରିଟି ଆଣ୍ଡ ଏକ୍ସଚେଞ୍ଜ୍ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସୂଚନା ଅନୁଯାୟୀ, ୱାରେନ୍ ବଫେଟ୍ ନେବ୍ରାସ୍କା ଅଧାରିତ ଓମା ସଂସ୍ଥାକୁ ୧.୫ ମିଲିୟନ୍ ବି ଷ୍ଟକ୍ ଦେଇଛନ୍ତି, ଯାହା ତାଙ୍କର ପ୍ରଥମ ପତ୍ନୀଙ୍କ ନାମରେ ଅଛି । ଏଥିସହ ସେ ତାଙ୍କ ପିଲାମାନଙ୍କ ଦ୍ୱାରା ପରିଚାଳିତ ଚାରିଟ୍ ସେରବୁଡ ଫାଉଣ୍ଡେସନ, ହାୱାର୍ଡ ଜି ବଫେ ଫାଉଣ୍ଡେସନ୍ ଏବଂ ନୋଭୋ ଫାଉଣ୍ଡେସନକୁ ୩୦୦,୦୦୦ କ୍ଲାସ୍ ବି ସେୟାର ଦେଇଛନ୍ତି ।

ଅଧିକ ପଢ଼ନ୍ତୁ: ଧନୀ ହେଉଛି ଦେଶ : ଭାରତରେ କମୁଛି ଗରିବଙ୍କ ସଂଖ୍ୟା

ଚଳିତ ବର୍ଷ ୱାରେନ୍ ବଫେଟ୍ ଦେଇଥିବା ଏହା ଦାନ ଦ୍ୱିତୀୟ ବଡ ଦାନ । ଏହାପୂର୍ବରୁ ଜୁନ୍ ୨୦୨୨ରେ ସେ ବିଲ୍ ଆଣ୍ଡ୍ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନକୁ ୧୧ ମିଲିୟନ୍ କ୍ଲାସ୍ ବି, ସୁସାନ୍ ଥମ୍ପସନ୍ ବଫେଟ୍ ଫାଉଣ୍ଡେସନକୁ ୧.୧ମିଲିୟନ୍ ବି ସେୟାର ଏବଂ ତାଙ୍କ ତିନୋଟି ପିଲା ଚଳାଉଥିବା ଫାଉଣ୍ଡେସନକୁ ୭୭୦,୨୧୮ ସେୟାର ଦେଇଥିଲେ । ତେବେ ଏପର୍ଯ୍ୟନ୍ତ ବଫେଟ୍ ଫ୍ୟାମିଲି ଫାଉଣ୍ଡେସନ୍ ତରଫରୁ ଏହି ଦାନ ସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।