Advertisment

ହଠାତ୍‌ ବଢ଼ିଲା କରୋନା କେସ୍‌, ଜାରି ହେଲା ଚେତାବନୀ

ହଠାତ୍‌ କୋଭିଡ୍‌ କେସ୍‌ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂକୁ ଆହୁରି ବଢ଼ା ଯାଇଛି। ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂ ସମୟରେ ପଜିଟିଭ୍‌ ରେଟ୍‌ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି।

Warning After Huge Increase In Covid Cases In Mumbai

Warning After Huge Increase In Covid Cases In Mumbai

Advertisment

ହଠାତ୍‌ କୋଭିଡ୍‌ କେସ୍‌ ବଢ଼ିବା ପରେ ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂ(Covid test In Mumbai)କୁ ଆହୁରି ବଢ଼ା ଯାଇଛି। ଏନେଇ BMC(Brihanmumbai Municipal Corporation) ପକ୍ଷରୁ ସୂଚନା ଦିଆଯାଇଛି। ମୁମ୍ବାଇରେ କୋଭିଡ୍‌ ଟେଷ୍ଟିଂ ସମୟରେ ପଜିଟିଭ୍‌ ରେଟ୍‌ ୬%ରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ଏହାପରେ ଯୁଦ୍ଧ ଭିତ୍ତିରେ ଟେଷ୍ଟିଂକୁ ଆହୁରି ବଢ଼ାଇବା ଲାଗି ଅଧିକାରୀମାନଙ୍କୁ BMC କହିଛି।

Advertisment

ମୁମ୍ବାଇରେ ଦିନକୁ ଦିନ କରୋନା ମାମଲା ବୃଦ୍ଧି ପାଇବାରେ ଲାଗିଛି। ଏବେ ମୌସୁମୀ ପ୍ରଭାବରେ ବର୍ଷା ଆରମ୍ଭ ହୋଇଯିବ। ତେଣୁ କରୋନାର ନୂଆ ମାମଲା ଦ୍ରୁତ ଗତିରେ ପୁଣି ବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଛି। ଏନେଇ ଚେତାବନୀ ଜାରି କରାଯିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୧୨ରୁ ୧୮ ବର୍ଷ ପିଲାଙ୍କ ବୁଷ୍ଟର ଡୋଜ୍‌ ଓ ଟିକାକରଣ ଅଭିଯାନ ବଢ଼ାଇବା ଲାଗି କୁହାଯାଇଛି। 

ମଙ୍ଗଳବାର ମୁମ୍ବାଇରେ ୫୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚଳିତ ବର୍ଷ ଫେବୃଆରୀ ୬ ପରଠୁ ଦୈନିକ ସଂକ୍ରମଣରେ ଏହା ସବୁଠାରୁ ଅଧିକ। ଚଳିତ ଏପ୍ରିଲରେ ରିପୋର୍ଟ କରାଯାଇଥିବା କୋଭିଡ୍‌ କେସ୍‌ ତୁଳନାରେ ମେ’ରେ କୋଭିଡ୍‌ କେସ୍‌ ସଂଖ୍ୟା ୧୦୦%ରୁ ଅଧିକ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟାରେ ଦେଶରେ ୨,୭୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ୨,୩୩୮ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯଦି ଏହି ସଂଖ୍ୟାକୁ ଦେଖିବା ତା’ହେଲେ କରୋନା କେସ୍‌ ବୃଦ୍ଧି ପାଇଥିବା ନଜର ଆସିଛି। 

Advertisment
COVID19 Corona Cases In Mumbai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ