Advertisment

ମାଙ୍କଡ଼-କୁକୁର ଗ୍ୟାଙ୍ଗୱାର ! ଏବେ ସୁଦ୍ଧା ମଲେଣି ୮୦ କୁକୁର ଛୁଆ

ମାଙ୍କଡ଼ ଓ କୁକୁରଙ୍କ ଖୁନୀ ଖେଳ । ତିନି ମାସ ପୂର୍ବରୁ କୁକୁର ପଲ ଏକ ମାଙ୍କଡ଼ ଛୁଆକୁ ମାରିଦେଇଥିଲେ । ଆଉ ଏହାର ପ୍ରତିଶୋଧ ନେବାକୁ ଯାଇ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ ।

ଅଦ୍ୟତନ ହୋଇଛି
monkey

monkey

Advertisment

ହତ୍ୟାର ପ୍ରତିଶୋଧ ହତ୍ୟାରେ ! ମାଙ୍କଡ଼ ଛୁଆର ମୃତ୍ୟୁ ପରେ ଖୋଜି ଖୋଜି କୁକୁର ଛୁଆଙ୍କୁ ମାରୁଛନ୍ତି ମାଙ୍କଡ଼ ପଲ । କୁକୁର ଓ ମାଙ୍କଡ଼ଙ୍କ ମଧ୍ୟରେ ଜାରି ରହିଛି ଖୁନୀ ସଂଘର୍ଷ । ମାସ ମାସ ଧରି ଚାଲିଛି ଗ୍ୟାଙ୍ଗୱାର୍ । ଆଉ ଏଥିରେ ବର୍ତ୍ତମାନ ସୁଦ୍ଧା ୮୦ରୁ ଅଧିକ କୁକୁର ଛୁଆଙ୍କର ମୃତ୍ୟୁ ହୋଇଛି । ବନ ବିଭାଗର ସମସ୍ତ ଚେଷ୍ଟା ସତ୍ତ୍ୱେ ଏହି ଖୁନୀ ସଂଘର୍ଷରେ ଫୁଲଷ୍ଟପ୍ ଲାଗୁନି । ମହାରାଷ୍ଟ୍ରର ବିଡରେ ଏପରି ଅଭାବନୀୟ ଘଟଣା ଘଟିଛି । ମାଙ୍କଡ଼ଙ୍କ ରୌଦ୍ର ରୂପ ଦେଖି ସ୍ଥାନୀୟ ଲୋକେ ମଧ୍ୟ ଭୟରେ ଅଛନ୍ତି ।

Advertisment

କୁକୁରଙ୍କ ହାବୁଡ଼ରେ ପଡ଼ି ଗୋଟିଏ ମାଙ୍କଡ଼ ଛୁଆର ଜୀବନ ଚାଲିଯିବା ପର ଠାରୁ ଆରମ୍ଭ ହୋଇଛି ଏହି ପ୍ରତିଶୋଧର ଖେଳ । ଗତ ତିନି ମାସ ମଧ୍ୟରେ ମାଙ୍କଡମାନେ ଅନେକ କୁକୁର ଛୁଆକୁ ହତ୍ୟା କରିଥିବା କହିଛନ୍ତି ଗ୍ରାମବାସୀ। ଆଉ ସେବେଠାରୁ କୁକୁର ଓ ମାଙ୍କଡ଼ ଗୋଷ୍ଠୀ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । କୁକୁର ଏବଂ ମାଙ୍କଡ ମଧ୍ୟରେ ଝଗଡା ହେତୁ ପୁରା ଗାଁରେ ଆତଙ୍କ ଖେଳିଯାଇଛି । ଏହି ଘଟଣା ସମ୍ପର୍କରେ ଗ୍ରାମବାସୀ ଜଙ୍ଗଲ ବିଭାଗକୁ ସୂଚନା ଦେଇଛନ୍ତି।

Advertisment

ପାଞ୍ଚ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗାଁର ଲୋକମାନେ ମାଙ୍କଡ଼ଙ୍କ ଦୌରାତ୍ମ୍ୟ ଯୋଗୁଁ ଅସନ୍ତୁଷ୍ଟ ଅଛନ୍ତି । ଅନେକ ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଙ୍କଡମାନେ ଆକ୍ରମଣ ମଧ୍ୟ କରନ୍ତି । କିଛି ମାଙ୍କଡକୁ ଜାଲ ବିଛାଇ ଧରା ଯାଇଥିବା ବନବିଭାଗ ପକ୍ଷରୁ କୁହାଯାଉଛି । ହେଲେ ଏଥିରେ ବିଶେଷ କିଛି ସୁଫଳ ମିଳିନଥିବା ଅଭିଯୋଗ ରହିଛି । ଗ୍ରାମବାସୀ ଅନୁସାରେ ଦଳ ବଳ ହୋଇ ମାଙ୍କଡ ପଲ ଆସନ୍ତି, ଆଉ ଖୋଜି ଖୋଜି ଛୁଆକୁ ଉଠାଇ ନେଇ ନିଜ ପାଖରେ ରଖନ୍ତି ।

Advertisment

ଅନେକ ଦିନ ମାଙ୍କଡ଼ଙ୍କ ପାଖରେ ଖାଇବା ପିଇବା ବିହୁନରେ ରହିବା ପରେ କୁକୁର ଛୁଆ ମରିଯାଏ । ଦୀର୍ଘ ସମୟ ଧରି ଏପରି ଚାଲି ଆସୁଛି । ଏହିପରି ଭାବେ ପ୍ରାୟ ୮୦ରୁ ଅଧିକ କୁକୁର ଛୁଆଙ୍କୁ ମାରିସାରିଲେଣି ମାଙ୍କଡ଼ ପଲ । ଗ୍ରାମବାସୀଙ୍କ ଅଭିଯୋଗ ପରେ ବନ ବିଭାଗର ଅଧିକାରୀମାନେ କିଛି ମାଙ୍କଡ ଧରିଛନ୍ତି, କିନ୍ତୁ ଏବେ ବି ଗାଁରେ ବହୁ ସଂଖ୍ୟାରେ ଉପସ୍ଥିତ ଅଛନ୍ତି । ଏହାସହ କୁକୁରମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବା ବେଳେ ଅନେକ ଲୋକ ଆହତ ହୋଇଥିବା କଥା ମଧ୍ୟ ସୂଚନା ରହିଛି। କୁକୁର ଏବଂ ମାଙ୍କଡ ମଧ୍ୟରେ ଲଢ଼େଇର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Maharashtra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ