Astrospeak
  • Live TV
  • Read In English

ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ।

Voting begins for Nagaland and Meghalaya Assembly Elections
ମେଘାଳୟ, ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମେଘାଳୟ ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଆଜି ସକାଳ ୭ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହା ଚାଲିବ। ମେଘାଳୟରେ ୩୬୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨୧ ଲକ୍ଷ ଭୋଟର। ଏଥିପାଇଁ ରାଜ୍ୟରେ ମୋଟ୍‌ ୩ ହଜାର ୪ଶହ ୧୯ଟି ପୋଲିଂ ବୁଥ୍ କରାଯାଇଛି। ମାର୍ଚ୍ଚ ୨ ତାରିଖରେ ଭୋଟ୍ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

ମେଘାଳୟ ବିଧାନସଭାରେ ମୋଟ୍‌ ୬୦ ଆସନ ରହିଛି। ସଂଖ୍ୟା ଗରିଷ୍ଠତା ପାଇଁ ୩୧ଟି ଆସନ ଦରକାର। ୨୦୧୮ ବିଧାନସଭା ନିର୍ବାଚନରେ କଂଗ୍ରେସ ସର୍ବାଧିକ ୨୧ଟି ସିଟ୍‌ରେ ଜିତିଥିଲା। କିନ୍ତୁ ୨୦ଟି ସିଟ୍ ଜିତିଥିବା ନ୍ୟାସନାଲ ପିପୁଲ୍ସ ପାର୍ଟି(NPP), ବିଜେପି ଓ ଅନ୍ୟ ଆଞ୍ଚଳିକ ଦଳ ସହ ମେଣ୍ଟ କରି ସରକାର ଗଢିଥିଲା। ସୂଚନାଥାଉ କି, ମାର୍ଚ୍ଚ ୧୫ରେ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ସରୁଛି। 

ସେହିପରି ୬୦ ଆସନ ବିଶିଷ୍ଟ ନାଗାଲାଣ୍ଡରେ ମଧ୍ୟ ଆଜି ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ୫୯ଟି ସିଟ୍‌ରେ ଭୋଟ୍ ଗ୍ରହଣ ପୂର୍ବରୁ ଗୋଟିଏ ସିଟ୍ ବିଜେପି ର୍ନିଦ୍ୱନ୍ଦ୍ୱରେ ଜିତି ନେଇଛି। ଏଥର ମୋଟ୍‌ ୧୮୩ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି। ବିକାଶ ଓ ରୋଜଗାରର ପ୍ରତିଶ୍ରୁତି ଦେଇ ବିଜେପି ଓ ନ୍ୟାସନାଲ ଡେମୋକ୍ରେଟିକ୍ ପ୍ରୋଗ୍ରେସିଭ୍ ପାର୍ଟି(NDPP) ପୁଣିଥରେ କ୍ଷମତା ବଜାୟ ରଖିବାକୁ ଆଶା ରଖିଛନ୍ତି।

ନାଗାଲାଣ୍ଡରେ ବିଜେପି ୨୦ଟି ଓ NDPP ୪୦ଟି ସିଟ୍‌ରେ ପ୍ରାର୍ଥୀ ଦେଇଛି। ସେହିପରି ନାଗା ପିପୁଲ୍ସ ଫ୍ରଣ୍ଟ ୨୨ଟି ଓ କଂଗ୍ରେସ ୨୩ଟି ସିଟ୍‌ରେ ପ୍ରାର୍ଥୀ ଦେଇଛି।