Astrospeak
  • Live TV
  • Read In English

ଭାଗ୍ୟଲକ୍ଷ୍ମୀଙ୍କ ଉପରେ ପ୍ରସନ୍ନ ହେଲେ ଭାଗ୍ୟଦେବୀ : ଆଇଭିଏଫ୍ ପଦ୍ଧତିରେ ଯାଆଁଳା ସନ୍ତାନର ମା’ ହେଲେ

ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି ଝିଅଙ୍କୁ ହରାଇବା ସହ ୧୧ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ ।

Visakhapatnam couple has twins same day
ଭାଗ୍ୟଲକ୍ଷ୍ମୀଙ୍କ କୋଳରେ ଦୁଇ ଶିଶୁ

News Summary

ଦୁଇ ବର୍ଷ ତଳେ ଭାଗ୍ୟଲକ୍ଷ୍ମୀଙ୍କ କୋଳ ଖାଲି ହୋଇଥିଲା

୨୦୧୯ରେ ଡଙ୍ଗାବୁଡି ଘଟଣାରେ ଦୁଇ ଶିଶୁଙ୍କୁ ହରାଇଥିଲେ ଭାଗ୍ୟଲକ୍ଷ୍ମୀ

ଠିକ୍ ଦୁଇ ବର୍ଷ ପରେ ତାଙ୍କ କୋଳକୁ ଆସିଛନ୍ତି ଦୁଇ ଶିଶୁ

ବିଶାଖାପାଟନମ : ବିଧିର ବିଧାନ ବଡ ବିଚିତ୍ର । ଦୁଇ ବର୍ଷ ତଳେ ଯେଉଁ ଦିନ ଭାଗ୍ୟଲକ୍ଷ୍ମୀଙ୍କ କୋଳ ଖାଲି ହୋଇଯାଇଥିଲା, ତାର ଠିକ୍ ଦୁଇ ବର୍ଷ ପରେ ତାଙ୍କ କୋଳକୁ ଫେରିଛନ୍ତି ଦୁଇ ଶିଶୁ । ବିଶାଖାପାଟନମର ଭାଗ୍ୟଲକ୍ଷ୍ମୀଙ୍କ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ହୋଇଥିଲେ ମଧ୍ୟ ଆଇଭିଏଫ୍ ପଦ୍ଧତିରେ ସେ ଦୁଇଟି ଯମଜ ଶିଶୁର ମା’ ହୋଇଛନ୍ତି । ୨୦୧୯ ମସିହାରେ ସେପ୍ଟେମ୍ବର ୧୫ ତାରିଖରେ ଗୋଦାବରୀ ନଦୀରେ ଡଙ୍ଗାବୁଡି ୫୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଭାଗ୍ୟଲକ୍ଷ୍ମୀ ତାଙ୍କର ଦୁଇ କୁନି ଝିଅଙ୍କୁ ହରାଇବା ସହ ୧୧ଜଣ ସମ୍ପର୍କୀୟଙ୍କୁ ହରାଇଥିଲେ ।

ଭାଗ୍ୟଲକ୍ଷ୍ମୀଙ୍କୁ ପ୍ରସନ୍ନ ହେଲେ ଭାଗ୍ୟଦେବୀ ପୁଣି କୋଳକୁ ଆସିଲେ ଆଉ ଦୁଇ ଶିଶୁ । ଭାଗ୍ୟଲକ୍ଷ୍ମୀଙ୍କ ଖୁସି ଏବେ କହିଲେ ନସରେ । ବିଶାଖାପଟନମର ପଦ୍ମା ହସ୍ପିଟାଲରେ ସେ ଦୁଇଟି ଯାଁଳା ଶିଶୁକୁ ଜନ୍ମ ଦେଇଛନ୍ତି । ଏମିତିରେ ଜଣେ ଯମଜ ସନ୍ତାନ ହେବା ସ୍ୱାଭାବିକ କଥା କିନ୍ତୁ ଭାଗ୍ୟଲକ୍ଷ୍ମୀ ଯେଭଳି ପୁଣି ଥରେ ମା ହେବାର ସୌଭାଗ୍ୟ ଲାଭ କରିଛନ୍ତି ତାହା ତାଙ୍କୁ ବେଶ ଖୁସି ଦେଇଛି । ଦୁଇଟି ଶିଶୁଙ୍କ ଜନ୍ମପରେ ତାଙ୍କର ପରିବାର ନିୟୋଜନ ଅସ୍ତ୍ରୋପଚାର ହୋଇଥିଲା ।

କିନ୍ତୁ ଦୁଇ ବର୍ଷତଳେ ସେପ୍ଟେମ୍ବର ୧୫ରେ ତାଙ୍କ ପରିବାର ଉପରକୁ ବିପତ୍ତି ମାଡି ଆସିଥିଲା । ଗୋଦାବରୀ ନଦୀରେ ଡଙ୍ଗାବୁଡି ତାଙ୍କର ଦୁଇଟି ଝିଅଙ୍କ ଜୀବନ ଯାଇଥିଲା । ତା ପରଠାରୁ ଚିନ୍ତାରେ ରହୁଥିବା ଭାଗ୍ୟଲକ୍ଷ୍ମୀଙ୍କୁ ଏବେ ମିଳିଛି ନୂଆ ଆଶା । ଦୁର୍ଘଟଣାର ଠିକ୍ ଦୁଇ ବର୍ଷ ପରେ ଆଇଭିଏଫ୍ ପଦ୍ଧତିରେ ସେ ପୁଣି ଥରେ ମା’ ହୋଇ ଦୁଇଟି ଯମଜ ସନ୍ତାନ ଜନ୍ମ କରିଛନ୍ତି । ଦୁଇ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

ଭାଗ୍ୟଲକ୍ଷ୍ମୀ, ତାଙ୍କ ସ୍ୱାମୀ ଆପାଲା ରାଜୁ ଓ ଦୁଇ ଝିଅଙ୍କୁ ନେଇ ବେଶ ହସ ଖୁସିର ଥିଲା ତାଙ୍କ ପରିବାର । ଦୁଇ ବର୍ଷତଳେ ସେପ୍ଟେମ୍ବର ୧୫ରେ ମାନସିକ ପୂରଣ ପାଇଁ ଭାଗ୍ୟଲକ୍ଷ୍ମୀଙ୍କ ଦୁଇ ଝିଅ ଭଦ୍ରାଚଳମ୍ର ଶ୍ରୀ ରାମ ମନ୍ଦିରକୁ ଯାଇଥିଲେ । ସାଥିରେ ଥିଲେ ସେମାନଙ୍କ ସମ୍ପର୍କୀୟ । କୌଣସି କାରଣରୁ ଭାଗ୍ୟଲକ୍ଷ୍ମୀ ଓ ତାଙ୍କ ସ୍ୱାମୀ କିନ୍ତୁ ସେଦିନ ଯାଇ ନଥିଲେ । ବିଧିର ବିଧାନ ବଡ ବିଚିତ୍ର, ସେଦିନ ଗୋଦାବରୀ ନଦୀରେ ପାର ହେଉଥିବା ବେଳେ ଡଙ୍ଗା ବୁଡି ଯାଇଥିଲା । ଏଥିରେ ୫୦ ଜଣଙ୍କ ମୃତ୍ୟୁ ହୋଇଥିଲା । ଭାଗ୍ୟଲକ୍ଷ୍ମୀଙ୍କ ୧୧ଜଣ ସମ୍ପର୍କୀୟଙ୍କ ସହ ଦୁଇ ଝିଅ ମଧ୍ୟ ଏଥିରେ ପ୍ରାଣ ହରାଇଥିଲେ ।