Advertisment

ଟ୍ରେନ୍‌ର ଭିତରେ କିଏ କାହିଁକି ପଢିଲା ନମାଜ ? ଭିଡିଓ ଭା‌ଇରାଲ୍‌…

ଆପଣ ଟ୍ରେନରେ ଯିବା ବେଳେ ଏମିତି ଦୃଶ୍ୟ ନିଶ୍ଚୟ ଦେଖିଥିବେ। ନମାଜ ସମୟ ହେଲେ ମୁସଲିମ୍ ସଂପ୍ରଦାୟର ବ୍ୟକ୍ତି ନିଜ ସିଟ ପାଠରେ ନମାଜ ପାଠ କରିଥାନ୍ତି। ହେଲେ ଏ ଦୃଶ୍ୟ ଟିକେ ନିଆରା। ଚଳନ୍ତା ଟ୍ରେନରେ ଯାତ୍ରୀଙ୍କ ବାଟ ଓଗାଳି ଏହି କିଛି ସଂଖ୍ୟାଲଘୁ ନମାଜ ପଢିବାକୁ ନେଇ ବିବାଦ ମୁଣ୍ଡ ଟେକିଛି। କଥା ଯାଇ ପହଂଚିଛି ରେଳବାଇ ସୁରକ୍ଷା ବୋର୍ଡ ନିକଟରେ...

author-image
Manoranjan Behera
ଅଦ୍ୟତନ ହୋଇଛି
Namaz Offering

Namaz Offering

ଟ୍ରେନରେ ପଢା ହେଉଛି ନମାଜ। ସ୍ଲିପର କୋଚ୍‌ ଭିତରେ ଯାତ୍ରୀଙ୍କୁ ଅଟକାଇ ନମାଜ ପଢୁଛନ୍ତି ୪ ମୁସଲିମ୍ । ରାସ୍ତା ବନ୍ଦ ହୋଇଥିବାରୁ ଯିବା ଆସିବାରେ ଅସୁବିଧା ଭୋଗୁଛନ୍ତି ଯାତ୍ରୀ । କେହି ଟ୍ରେନ୍‌ ଭିତରକୁ ଯିବାକୁ ଚାହିଁଲେ ଟ୍ରେନ୍‌ ଦୁଆରେ ବସିଥିବା ଜଣେ ଲୋକ ବାରଣ କରୁଛନ୍ତି । ଆଉ କହୁଛନ୍ତି ଭିତରେ ନମାଜ ପଢ଼ା ଚାଲିଛି, ଏବେ ଯାଇ ହେବନି । ବାଟ ବନ୍ଦ ଥିବାରୁ ଯାତ୍ରୀମାନେ ନିଜ ସିଟ୍‌ ପାଖକୁ ଯାଇ ନ ପାରି ଗେଟ୍ ପାଖରେ ଛିଡ଼ା ହୋଇ ରହିଛନ୍ତି । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Advertisment

ଏହି ଭିଡିଓଟି ସତ୍ୟାଗ୍ରହ ଏକ୍ସପ୍ରେସ୍‌ ଭିତରୁ ସୁଟ୍‌ ହୋଇଥିବା କୁହାଯାଉଛି । ଉତ୍ତରପ୍ରଦେଶ ଖଡ୍ଡା ଷ୍ଟେସନ୍‌ରେ ୧୫୨୭୩ ନମ୍ୱର ଟ୍ରେନଟି ଅଟକିଥିବା ବେଳେ ସ୍ଲିପର କ୍ଲାସ ବଗିରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା। ଟ୍ରେନ୍‌ ଭିତରେ କିଛି ସଂଖ୍ୟାଲଘୁ ଟ୍ରେନ୍‌ ବଗିରେ ଚାଦର ବିଛେଇ ନମାଜ ପଢୁଥିବାର ଏହି ଭିଡିଓଟି ଏବେ ଭାଇରାଲ୍‌ ହେଉଛି। ଯାହାକୁ ନେଇ ଦେଶରେ ଉଠିଛି ସ୍ୱର।

ଭିଡିଓଟିକୁ ସୁଟ୍‌ କରିଛନ୍ତି, ବିଜେପିର ପୂର୍ବତନ ବିଧାୟକ ଦୀପଲାଲ ଭାରତୀ । ଗତ ୨୦ ତାରିଖ ଗୁରୁବାର ଅପରାହ୍ନରେ ସତ୍ୟାଗ୍ରହ ଏକ୍ସପ୍ରେସରେ ଯିବା ବେଳେ ଏମିତି ଅସୁବିଧାର ସାମ୍ନା କରିଥିଲେ। ଏହି ସମୟରେ ଦୀପଲାଲଙ୍କ ଭଳି ଅନେକ ଲୋକ ଟ୍ରେନରେ ଚଢ଼ି ସିଟ ପାଖକୁ ଯିବା ବେଳେ ନମାଜ ପାଠ ପାଇଁ ହଇରାଣ ହରକତ ହୋଇଥିଲେ । ସର୍ବସାଧାରଣ ସ୍ଥାନରେ ନମାଜ ପାଠ ନେଇ ପ୍ରଶ୍ନ ଉଠାଇଛନ୍ତି ଅନେକ ଲୋକ । ଏମିତିକି ଆଗମୀ ଦିନରେ ଟ୍ରେନରେ ଏପରି ନ କରିବା ଓ ଜରୁରୀ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦୀପଲାଲ।

Advertisment

ଚଳନ୍ତା ଟ୍ରେନ ଭିତରେ ନମାଜ ପାଠକୁ ନେଇ ଦୀପଲାଲ ଭାରତୀୟ ରେଲୱେରେ ଆପତ୍ତି ଉଠାଇବା ପରେ ରେଳବାଇ ସୁରକ୍ଷା ବୋର୍ଡ ପକ୍ଷରୁ ଭିଡିଓଟିର ଯାଞ୍ଚ୍‌ ଆରମ୍ଭ ହୋଇଛି । ତେବେ ଟ୍ରେନରେ ନମାଜ ପଢୁଥିବା ଲୋକମାନେ କିଏ ବୋଲି ଏ ପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ପୂର୍ବରୁ ଟ୍ରେନରେ ଏମିତି ହେଉଥିଲେ ମଧ୍ୟ କେହି କେବେ ଆପତ୍ତି ଉଠାଇ ନ ଥିଲେ ମଧ୍ୟ ଦୀପଲାଲଙ୍କ ଅଭିଯୋଗ ପରେ ସାରା ଦେଶରେ ଉଠିଛି ଅସନ୍ତୋଷର ସ୍ୱର।

(ରିପୋର୍ଟ- ଅରବିନ୍ଦ ଗୁପ୍ତା)

Viral Video
Advertisment
Advertisment