Advertisment

ଦଳିତ ଯୁବକଙ୍କୁ ନିର୍ଯାତନା: ପାଦ ଚଟାଇ କଲେ ଭିଡିଓ ଭାଇରାଲ

ଗାଡ଼ିରେ ବସିଥିବା ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ତାଙ୍କ ଗୋଡ଼ ଚାଟିବାକୁ ବାଧ୍ୟ କରିଥିଲେ।

Dalit Teen Assaulted

Dalit Teen Assaulted

Advertisment

ନିର୍ଯାତନାର ସୀମା ଟପିଲା। ଜଣେ ଦଳିତ ଯୁବକଙ୍କୁ ପାଦ ଚଟାଇବା ସହ ଭିଡିଓ ଭାଇରାଲ କଲେ। ଏହି ଅମାନବୀୟ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡୁ ଉଦବେଗ ପ୍ରକାଶ ପାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ପୁଲିସ୍‌ କହିଛି ଯେ ଘଟଣାଟି ଏପ୍ରିଲ ୧୦ ତାରିଖର। ପୀଡ଼ିତଙ୍କ ଲିଖିତ ଅଭିଯୋଗ ପରେ ହିଁ ସମସ୍ତଙ୍କୁ ଗିରଫ କରାଯାଇଛି। ଘଟଣାର କିଛି ଅଭିଯୁକ୍ତ ତଥାକଥିତ ଉଚ୍ଚ ଜାତିର ବୋଲି ପୁଲିସ ସ୍ପଷ୍ଟ କରିଛି।

Advertisment

ଭାଇରାଲ ଭିଡିଓରେ ଜଣେ ନାବାଳକ ତଳେ ବସିଛନ୍ତି ଓ ନିଜ କାନକୁ ଧରିଛନ୍ତି, ଭୟରେ ଥରୁଛନ୍ତି। ଏହି ସମୟରେ ଅଭିଯୁକ୍ତ ଜଣଙ୍କ ଗୋଟିଏ ସ୍କୁଟିରେ ବସିଛି। ସେହିପରି ଅଭିଯୁକ୍ତର ସାଇଡରେ ଛିଡ଼ା ହୋଇଥିବା କିଛି ପିଲା ହସୁଛନ୍ତି। ଭୟରେ ତଳେ ବସିଥିବା ପିଲାଟି ଥରୁଥିଲେ ମଧ୍ୟ ସେମାନେ ତାଙ୍କୁ ନିର୍ଯାତନା ଦେବା ବନ୍ଦ କରିନଥିଲେ। ଜଣେ ଅଭିଯୁକ୍ତ ଦଳିତ ନାବାଳକଙ୍କୁ ‘ଠାକୁର’ ବନାନ ବା ସ୍ପେଲିଂ କ’ଣ? ତୁ ଆଗକୁ କ’ଣ ଏମିତି ଭୁଲ ଆଉ କରିବୁ ବୋଲି ପ୍ରଶ୍ନ କରୁଛି।

ପରେ ଅଭିଯୁକ୍ତମାନେ ଦଳିତ ନାବାଳକ ଜଣଙ୍କ ଗଞ୍ଜେଇ ବିକ୍ରି କରୁଥିବା ଅଭିଯୋଗ କରିଛନ୍ତି। ସେମାନେ ନାବାଳକଙ୍କ ଗଞ୍ଜେଇ ବିକ୍ରିର ଅଭିଯୋଗ ଆଣିବା ପରେ ସେ ଭୟରେ ଏଥିରେ ହଁ ଭରୁଥିବାର ଦୃଶ୍ୟ ମଧ୍ୟ ସାମ୍ନାକୁ ଆସିଛି। ଶେଷରେ ଗାଡ଼ିରେ ବସିଥିବା ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ତାଙ୍କ ଗୋଡ଼ ଚାଟିବାକୁ ବାଧ୍ୟ କରିଥିଲେ। ସେ ମଧ୍ୟ କୌଣସି ଉପାୟ ନ ପାଇ ଅଭିଯୁକ୍ତର ଗୋଡ଼ ଚାଟିଛନ୍ତି।

Advertisment

ଏନେଇ ରାଇବରେଲିର ଏସ୍‌ପି ଶ୍ଲୋକ କୁମାର କହିଛନ୍ତି ଯେ ଏହି ଘଟଣାରେ ଆମେ ୬ ଜଣଙ୍କୁ ଗିରଫ କରିଛୁ। ମୁଖ୍ୟ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତାଙ୍କୁ ଜୁଭେନାଇଲ୍‌ ଗୃହକୁ ପଠାଯାଇଛି। ତେବେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଅଭିଷେକ, ବିକାଶ ପାସି, ମହେନ୍ଦ୍ର କୁମାର, ହ୍ରିତିକ ସିଂହ, ଅମନ ସିଂହ ଓ ୟାଶ ପ୍ରତାପ। ଏଥିରେ ଅନ୍ୟ ଯାହାର ବି ସମ୍ପୃକ୍ତି ଆସିବ ତାଙ୍କୁ ବି ଗିରଫ କରାଯିବ ବୋଲି ସେ କହିଛନ୍ତି। 

Dalit Teen Assaulted
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ