Advertisment

ଆନ୍ଦୋଳନରତ ଚାଷୀଙ୍କ ଉପରେ ଏସ୍‌ୟୁଭି ମାଡ଼ିଯିବା ଦୃଶ୍ୟ ଭାଇରାଲ୍‌

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍‌ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ମାଡ଼ି ଯାଇଥିଲା। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା।

ଅଦ୍ୟତନ ହୋଇଛି
Farmers Being Run Over By SUV

Farmers Being Run Over By SUV

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲଖିମପୁର ଖେରିରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ଉପରେ ଏକ ଏସ୍‌ୟୁଭି ଗାଡ଼ି ମାଡ଼ି ଯିବା ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ମାଡ଼ି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହିଂସାକାଣ୍ଡ ବ୍ୟାପିବାରୁ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 

Advertisment

୨୫ ସେକେଣ୍ଡର ଏହି ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି, ଚାଷୀମାନେ ସ୍ଲୋଗାନ୍‌ ଦେଇ ରାସ୍ତାରେ ଚାଲି ଚାଲି ଯାଉଥିବା ବେଳେ ଏହି ସମୟରେ ଏକ ଏସ୍‌ୟୁଭି ଗାଡ଼ି ଜଣେ ଚାଷୀଙ୍କ ଉପରେ ମାଡ଼ି ଯାଇଥିଲା। ଏହାପରେ ଚାଷୀ ଜଣକ ତଳେ ପଡ଼ି ଯାଇଥିଲେ। ଘଟଣାପରେ ଅନ୍ୟମାନେ ରାସ୍ତାରୁ ହଟିବା ପାଇଁ ଚେଷ୍ଟା କରିଥିଲେ। ଏହି ସମୟରେ ଅନ୍ୟ ଏକ ଗାଡ଼ି ହର୍ଣ୍ଣ ବଜାଇ ଆସି ଚାଷୀଙ୍କୁ ରାସ୍ତାରୁ ହଟାଇବା ପାଇଁ ପ୍ରୟାସ କରୁଥିବା ଦେଖିବାକୁ ମିଳିଛି। ଭିଡିଓକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ପୋଲିସ୍‌ ମଧ୍ୟ ଏନେଇ କୌଣସି ସୂଚନା ଦେଇ ନାହିଁ। ତେଣୁ ଭିଡିଓର ସତ୍ୟାସତ୍ୟ ସମ୍ପର୍କରେ ସ୍ପଷ୍ଟ ଜଣାପଡ଼ିନି। ଏହା ମଧ୍ୟ ସ୍ପଷ୍ଟ ହୋଇନାହିଁ ଯେ, ଗାଡ଼ି କିଏ ଚଲାଉଥିଲେ। 

ଅନ୍ୟପକ୍ଷେ, ଲଖିମପୁର ଖେରି ହିଂସାକୁ ନେଇ ରାଜନୀତି ତେଜିବାରେ ଲାଗିଛି। ବିରୋଧୀ କଂଗ୍ରେସ, ସମାଜବାଦୀ ପାର୍ଟି, ଆମ୍‌ ଆଦମୀ ପାର୍ଟି ୟୁପି ସରକାରଙ୍କୁ ଘେରିଛନ୍ତି। ଲଖିମପୁର ଖେରିରେ ପ୍ରାଣ ହରାଇଥିବା ୪ ଚାଷୀଙ୍କ ପରିବାରକୁ ନ୍ୟାୟ ଦେବାକୁ ଦାବି ହୋଇଛି। ପୀଡ଼ିତ ଚାଷୀଙ୍କ ପରିବାରକୁ ଭେଟିବା ଲାଗି ବିଭିନ୍ନ ବିରୋଧୀ ଦଳର ନେତାମାନେ ଯାଉଥିବା ବେଳେ ସେମାନଙ୍କ ପ୍ରବେଶ ରୋକିବା ଲାଗି ଖେରିରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ, ତାଙ୍କ ଦାଦା ଶିବପାଲ ଯାଦବଙ୍କୁ ପୋଲିସ୍ ଗତକାଲି ଲକ୍ଷ୍ନୌରେ ଅଟକ ରଖିଥିଲା। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ପୋଲିସ ସୀତାପୁର ହରଗାଁଓ ଅତିଥି ଭବନରେ ଅଟକ ରଖିଥିଲା। ସେପଟେ ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଡ୍ରାଇଭର ଓ ୩ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। କିଛି ଦୁବୃର୍ତ୍ତ ଏମାନଙ୍କୁ ଘଟଣାସ୍ଥଳରେ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗରେ ମାମଲା ଦାଏର ହୋଇଛି। ପ୍ରାଣ ହରାଇଥିବା ୪ ଚାଷୀଙ୍କ ପରିବାରକୁ ୪୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି। ଏହାସହ ପରିବାରର ଜଣକୁ ଚାକିରି ଦେବାକୁ ୟୁପି ସରକାର ଘୋଷଣା କରିଛନ୍ତି।

Advertisment
Farmers Protest Uttar Pradesh Viral Video UP Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ