Advertisment

Viral Photo: କାହିଁକି ଭାଇରାଲ୍‌ ହେଉଛି ଏହି ବିଦେଶୀ ଯୁବତୀଙ୍କ ଦୁଲ୍‌ହନ ଲୁକ୍‌ ? ସମସ୍ତେ କରୁଛନ୍ତି ପ୍ରଶଂସା...

ଜଣେ ବିଦେଶୀ ହୋଇ ମଧ୍ୟ ବିବାହ ସମୟରେ ତାଙ୍କୁ ଦେଶୀ ଦୁଲ୍‌ହନ ବେଶରେ ଦେଖିବାକୁ ମିଳିଥିଲା। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଲୋକମାନେ ହୃଦୟରୁ ଦୁଲ୍‌ହନଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।

ଅଦ୍ୟତନ ହୋଇଛି
UK Diplomat Dressed Up As Desi Bride

UK Diplomat Dressed Up As Desi Bride

Advertisment

ସୋସିଆଲ୍‌ ମିଡିଆରେ ଏମିତି ଅନେକ ଫଟୋ ଓ ଭିଡିଓ ଭାଇରାଲ୍‌ ହୋଇଥାଏ, ଯାହାକୁ ଦେଖିଲେ ଆମେ ଖୁସି ହୋଇଯାଇ ଥାଉ। କିଛି ଭିଡିଓ ଏବଂ ଫଟୋ ଏମିତି ବି ଥାଏ, ଯାହାକୁ ପ୍ରଶଂସା କରି ରହି ହୁଏ ନାହିଁ। ଏଭଳି ଏକ ଫଟୋ ଏବେ ସୋସିଆଲ୍‌ ମିଡିଅରେ ଭାଇରାଲ୍‌ ହେବାରେ ଲାଗିଛି। ଯାହା ଲୋକଙ୍କ ହୃଦୟ ଜିତିଛି। ଫଟୋଟି ଜଣେ ଦୁଲ୍‌ହନର। ହେଲେ ଏହି ଫଟୋର ଖାସ୍‌ କଥା ଏହା ଯେ, ଏହା କୌଣସି ଦେଶୀ ଦୁଲ୍‌ହନ ନୁହେଁ ବରଂ ଜଣେ ବିଦେଶୀ ଦୁଲ୍‌ହନର ଫଟୋ। ଜଣେ ବିଦେଶୀ ହୋଇ ମଧ୍ୟ ବିବାହ ସମୟରେ ତାଙ୍କୁ ଦେଶୀ ଦୁଲ୍‌ହନ ବେଶରେ ଦେଖିବାକୁ ମିଳିଥିଲା। ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଫଟୋ ଲୋକଙ୍କୁ ଏତେ ପସନ୍ଦ ଆସିଛି ଯେ, ଲୋକମାନେ ହୃଦୟରୁ ଦୁଲ୍‌ହନଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି। 

Advertisment

ଏହି ବିଦେଶୀ ଦୁଲ୍‌ହନଙ୍କ ନାଁ Rhiannon Harries। ସେ ଭାରତୀୟ ଯୁବକଙ୍କୁ ବିବାହ କରିଛନ୍ତି।  ବିବାହ ବେଳର ଦୃଶ୍ୟର ଏକ ଫଟୋକୁ ହ୍ୟାରିସ୍‌ ଟ୍ୱିଟରରେ ପୋଷ୍ଟ୍‌ କରିଛନ୍ତି। ଲାଲ୍‌ ରଙ୍ଗ ଲେହେଙ୍ଗାରେ ସେ ବେଶ୍‌ ସୁନ୍ଦର ଲାଗୁଛନ୍ତି। ସେ ଭାରତୀୟ ଦୁଲ୍‌ହନଙ୍କ ଭଳି ଜୁଏଲାରୀ ମଧ୍ୟ ପିନ୍ଧିଛନ୍ତି। ଆଉ ତାଙ୍କ ପାଖରେ ବସିଛନ୍ତି ଦେଶୀ ଦୁଲ୍‌ହା। 

ହ୍ୟାରିସ୍‌ ଦକ୍ଷିଣ ଏସିଆର ଡେପୁଟି ଟ୍ରେଡ୍‌ କମିଶନର। ସେ ଖାଲି ବିବାହ ସମୟର ଫଟୋ ପୋଷ୍ଟ କରି ନାହାନ୍ତି ବରଂ ହୃଦୟସ୍ପର୍ଶୀ କ୍ୟାପସନ୍‌ ମଧ୍ୟ ଦେଇଛନ୍ତି। କ୍ୟାପସନ୍‌ରେ ସେ ଲେଖିଛନ୍ତି, ‘ଯେତେବେଳେ ପାଖାପାଖି ୪ ବର୍ଷ ପୂର୍ବେ ମୁଁ ଭାରତ ଆସିଥିଲି, ସେହି ସମୟରେ ମୋର କିଛି ଆଶା ଓ ସ୍ୱପ୍ନ ଥିଲା। ହେଲେ ମୁଁ କେବେ ଭାବି ନଥିଲି, ମୋତେ ମୋ ଭଲ ପାଇବା ମିଳିବ ଓ ମୁଁ ବିବାହ କରିବି। ମୋତେ #IncredibleIndiaରେ ଏଭଳି ଖୁସି ମିଳିଛି, ଯାହାକି ସବୁଦିନ ପାଇଁ ମନେ ରହିବ। ତାଙ୍କର ଏହି ଫଟୋ ଓ କ୍ୟାପସନ୍‌ ଲୋକଙ୍କ ହୃଦୟ ଜିତିଛି। 

Advertisment

ସୋସିଆଲ୍‌ ମିଡିଆରେ ଫଟୋ ଶେଆର ପରେ ବର୍ତ୍ତମାନ ସୁଦ୍ଧା ୨୯ ହଜାରରୁ ଅଧିକ ଲାଇକ୍ସ ମିଳି ସାରିଲାଣି। କମେଣ୍ଟସ୍‌ ଦେଇ ୟୁଜର୍ସ ମାନେ ଉଭୟଙ୍କୁ ବିବାହର ଶୁଭକାମନା ଜଣାଇଛନ୍ତି। 

Advertisment
Marriage Viral Photo UK Diplomat Dressed Up As Desi Bride Indian Bride
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ