Advertisment

ତେଲ ଟାଙ୍କି ଫୁଲ୍‌ କଲେ ହେବନି ବିସ୍ଫୋରଣ; ଗୁଜବ ନେଇ ଏମିତି କହିଲା ଅଏଲ୍ ଇଣ୍ଡିଆ

ଅଏଲ୍ ଇଣ୍ଡିଆ ଏପରି କୌଣସି ଆଡଭାଇଜରି ଜାରି କରିନି। ଅଟୋମୋବାଇଲ୍ ନିର୍ମାତାମାନେ ଉତ୍ପାଦନ ଆବଶ୍ୟକତା ଏବଂ ପରିବେଶର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଯାନବାହାନର ଡିଜାଇନ୍ କରନ୍ତି।

ଅଦ୍ୟତନ ହୋଇଛି
Oil India

Oil India

Advertisment

ସୋସିଆଲ୍ ମିଡିଆରେ ଅନେକ ବିଭ୍ରାନ୍ତିକର ଖବର ଘୂରିବୁଲୁଛି। କେତେବେଳେ ଡିପ୍‌ଫେକ୍ ନେଇ ଅଭିନେତା ଅଭିନେତ୍ରୀମାନଙ୍କ ଛବି ଖରାପ ହେଉଛି ତ ଆଉ କେତେବେଳେ ଲୋକଙ୍କୁ ଅଯଥା ଭୟଭୀତ କରାଯାଉଛି। ନିକଟରେ ସେହିପରି ଏକ ଖବର ବେଶ୍ ଭାଇରାଲ୍ ହୋଇଛି। ଖରାଦିନେ ଗାଡିର ତେଲ ଟାଙ୍କି ଫୁଲ୍ କଲେ ଏହା ବିସ୍ଫୋରଣ ଘଟାଇ ପାରେ ବୋଲି ଏକ ଆଡଭାଇଜରି ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରି ବୁଲୁଥିଲା। ମାତ୍ର ଏହା ଗୁଜବ ବୋଲି ସ୍ପଷ୍ଟ କରିଛି ଅଏଲ୍ ଇଣ୍ଡିଆ।

Advertisment

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଅଏଲ୍ ଇଣ୍ଡିଆ ଏପରି କୌଣସି ଆଡଭାଇଜରି ଜାରି କରିନି। ଅଟୋମୋବାଇଲ୍ ନିର୍ମାତାମାନେ ଉତ୍ପାଦନ ଆବଶ୍ୟକତା ଏବଂ ପରିବେଶର ସମସ୍ତ ଦିଗକୁ ଦୃଷ୍ଟିରେ ରଖି ଯାନବାହାନର ଡିଜାଇନ୍ କରନ୍ତି ବୋଲି ତୈଳ କମ୍ପାନୀ କହିଛି। ପେଟ୍ରୋଲ କିମ୍ୱା ଡିଜେଲ ଗାଡ଼ି ପାଇଁ ଇନ୍ଧନ ଟ୍ୟାଙ୍କରେ ସର୍ବାଧିକ ତେଲ ଭର୍ତ୍ତି କଲେ କୌଣସି କ୍ଷତି ହୁଏ ନାହିଁ। ତେଣୁ, ଖରାଦିନ ହେଉ କି ଶୀତ ଦିନ ତେଲ ଟାଙ୍କି ସମ୍ପୂର୍ଣ୍ଣ ନିରାପଦ ।

ପୁନେ ପେଟ୍ରୋଲ ଡିଲର୍ସ ଆସୋସିଏସନ୍ ର (ପିଡିଏପି) ସଭାପତି ଧ୍ରୁବ ରୁପେରେଲ କହିଛନ୍ତି, “ଏହି ଆଡଭାଇଜରିଟି ନକଲି। ଗ୍ୟାସ୍ ଯିବା ପାଇଁ ଟାଙ୍କିରେ ସବୁବେଳେ ଖାଲି ସ୍ଥାନ ଥାଏ । ଯଦିଓ ଇନ୍ଧନ ବିସ୍ତାର ହୁଏ ତଥାପି ନିଆଁ କିମ୍ୱା ଅନ୍ୟ ଜ୍ୱଳନଶୀଳ ପଦାର୍ଥର ସଂସ୍ପର୍ଶରେ ନ ଆସିଲେ ଏହା ନିଜେ ବିସ୍ଫୋରଣ ହୋଇପାରିବ ନାହିଁ । ବାଇକ୍‌ ଚାଳକମାନଙ୍କ ପାଇଁ ଏହା ଜାଣିବା ଜରୁରୀ ଯେ ଆଧୁନିକ ଇନ୍ଧନ ଟ୍ୟାଙ୍କଗୁଡିକ ସୁରକ୍ଷା ବୈଶିଷ୍ଟ୍ୟ ସହିତ ଡିଜାଇନ୍ କରାଯାଇଛି ।

Advertisment

ରୁପେରେଲ କହିଛନ୍ତି ଯେ ଏହି ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି କମ୍ପାନୀ ୱେବସାଇଟ୍, ସରକାରୀ ୱେବସାଇଟ୍ ତଥା ଖବରକାଗଜରେ ଦିଆଯାଇଥିବା ସୂଚନାକୁ ଦୁଇଥର ଯାଞ୍ଚ କରାଯିବା ଉଚିତ୍। ଏହାଛଡା ଏପରି ଗୁଜବ ପ୍ରତି ଧ୍ୟାନ ନଦେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।

PDAP କମିଟି ସଦସ୍ୟ ଭାଗ୍ୟେନ୍ଦ୍ର ଚୁଡାସାମା କହିଛନ୍ତି ଯେ, ଗ୍ରାହକମାନେ ଗାଡିର ଟାଙ୍କି ଆଉ ଭର୍ତ୍ତି କରୁନାହାଁନ୍ତି। ଏହା ଗୁଜବ କାରଣରୁ ହୋଇଥାଇପାରେ। ତେବେ ଜନସାଧାରଣ ଏହିପରି ଗୁଜବ ବିଷୟରେ ସତେତନ ହେବା ସହ ଲୋକମାନେ ଏହାକୁ ବିଶ୍ୱାସ ନକରିବା ଉଚିତ। ଏନେଇ ଅନ୍ୟଜଣେ ଗ୍ରାହକ କହିଛନ୍ତି, ମୋ କାର୍‌ର ଟାଙ୍କି ଫୁଲ୍ କରିଥିଲି। ଏହି ଖବର ଦେଖିବା ପରେ ମୋ ବାପାଙ୍କୁ ଟାଙ୍କି ଫୁଲ୍ ନ କରିବା ପାଇଁ କହିଥିଲି। ମାତ୍ର ଏହି ଖବର ମିଛ ଶୁଣି ଆଶ୍ୱସ୍ତ ଲାଗିଲା।

Advertisment
Oil Tanker Explosion Oil India Limited
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ