Advertisment

ରେଲ୍‌ୱେ ପରୀକ୍ଷାକୁ ନେଇ ତେଜିଲା ବିକ୍ଷୋଭ, ଟ୍ରେନ୍‌ରେ ନିଆଁ ଲଗାଇ ଦେଲେ ଆଶାୟୀ ପ୍ରାର୍ଥୀ

Railway Recruitment Board ର ନନ୍‌-ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରୀ(RRB-NTPC) ପରୀକ୍ଷାକୁ ନେଇ ବିହାରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଏକ ପାସେଞ୍ଜର ଟ୍ରେନ୍‌ ଜାଳି ଦେଇଛନ୍ତି।

Aspirants Set Train On Fire

Aspirants Set Train On Fire

Advertisment

Railway Recruitment Board ର ନନ୍‌-ଟେକ୍ନିକାଲ୍‌ ପପୁଲାର କ୍ୟାଟେଗୋରୀ(RRB-NTPC) ପରୀକ୍ଷାକୁ ନେଇ ବିହାରରେ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ବିକ୍ଷୋଭକାରୀମାନେ ଏକ ପାସେଞ୍ଜର ଟ୍ରେନ୍‌ ଜାଳି ଦେବାସହ ଗୟାରେ ଅନ୍ୟ ଏକ ଟ୍ରେନ୍‌ ଉପରକୁ ପଥରମାଡ଼ କରିଛନ୍ତି। 

Advertisment

ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ବେଳେ ବହୁ ସଂଖ୍ୟକ ପୋଲିସ୍‌ ଫୋର୍ସ ମୁତୟନ ହୋଇଥିଲେ ମଧ୍ୟ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ନିୟନ୍ତ୍ରଣ କରିପାରିନଥିଲେ। ବିକ୍ଷୋଭକାରୀମାନେ ଅନେକ ଜିନିଷ ଭଙ୍ଗାରୁଜା କରିବା ସହ ସୁରକ୍ଷାକର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ। ଏହାସହ ଅନେକ ଟ୍ରେନ୍‌କୁ ଟାର୍ଗେଟ୍‌ କରି ଟ୍ରେନ୍‌ ଚଳାଚଳରେ ବାଧା ସୃଷ୍ଟି କରିଥିଲେ। ପୋଲିସ୍‌ ଟ୍ରାକ୍‌ କ୍ଲିୟର କରିବା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଥିଲା। ଏହି ଘଟଣାରେ ପୋଲିସ୍‌ ୪ ଜଣଙ୍କୁ ଗିରଫ କରିଛି। 

ଜେହନାବାଦ ଟାଉନରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ରେଲ୍‌ୱେ ଟ୍ରାକ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିବା ସହ ସରକାର ବିରୋଧି ସ୍ଲୋଗାନ ଦେଇଥିଲେ। ସୀତାମାରହିରେ ବିକ୍ଷୋଭକାରୀଙ୍କୁ ନିୟନ୍ତ୍ରଣ ପାଇଁ ପୋଲିସ୍‌ ଫାଙ୍କାରେ ଗୁଳି ଚଳାଇଥିଲା। ପାଟନା, ନୱାଡା, ମୁଜାଫରପୁର, ବକ୍ସର ଓ ଭୋଜପୁରରେ ମଧ୍ୟ ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ଦୁଇଟି ପର୍ଯ୍ୟାୟରେ ପରୀକ୍ଷା ନେଇ ରେଲ୍‌ୱେ ନିଷ୍ପତ୍ତିକୁ ବିରୋଧ କରାଯାଇଛି। ବିକ୍ଷୋଭକାରୀଙ୍କ ଅଭିଯୋଗ, ଚୂଡ଼ାନ୍ତ ଚୟନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାରେ ଅନିୟମିତତା ହୋଇଛି। ଯେଉଁମାନେ RRB-NTPC ପାଇଁ କମ୍ପ୍ୟୁଟର ଆଧାରିତ ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଦେଇ ପାସ୍‌ ହୋଇଥିଲେ, ସେମାନେ ପରୀକ୍ଷାରେ ଅନିୟମିତତା କରିଛନ୍ତି। ୨୦୧୯ରେ ପ୍ରକାଶ ପାଇଥିବା RRB ବିଜ୍ଞପ୍ତିରେ କେବଳ ଗୋଟିଏ ପରୀକ୍ଷା ହେବାନେଇ ଉଲ୍ଲେଖ କରାଯାଇଥିଲା। ଆଉ ଏବେ ସରକାର ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।  

ଏହି ପ୍ରସଙ୍ଗ ସେତେବେଳେ ତେଜି ଥିଲା, ଯେତେବେଳେ ଜାନୁଆରୀ ୧୫ରେ ରେଜଲ୍ଟ ପ୍ରକାଶ ପାଇଥିଲା। ସେହି ସମୟରେ ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଥିଲା। ଯେଉଁଥିରେ କୁହାଯାଇଥିଲା, ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ନେଇ ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଥିଲା।

Advertisment

ଅନ୍ୟପକ୍ଷେ, ଆଶାୟୀ ପ୍ରାର୍ଥୀଙ୍କ ବିକ୍ଷୋଭ ପରେ ରେଲ୍‌ୱେ NTPC ଓ  Level 1 ପରୀକ୍ଷାକୁ ବାତିଲ କରିବା ପାଇଁ ନିଷ୍ପତ୍ତି ନେଇଛି। ବିଭିନ୍ନ ରେଳ ନିଯୁକ୍ତି ବୋର୍ଡ (ଆରଆରବି) ଅଧୀନରେ ଯେଉଁମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ଯେଉଁମାନେ ପରୀକ୍ଷାରେ ଫେଲ୍‌ ହୋଇଛନ୍ତି ସେମାନଙ୍କ ଅଭିଯୋଗର ଯାଞ୍ଚ ପାଇଁ ଏହା ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଛି। 

Bihar Railway Recruitment Board Railway Exam RRB NTPC Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ