Advertisment

ବିକାଶ ଦିବ୍ୟକିର୍ତ୍ତୀଙ୍କ ବିଶାଳ ହୃଦୟ, ୪ ମୃତକଙ୍କ ପରିବାକୁ ୧୦ ଲକ୍ଷ ଲେଖାଏଁ ଦେବେ..

ପୁରୁଣା ରାଜେନ୍ଦ୍ରନଗର ଦୁର୍ଘଟଣା ପରେ ଏମସିଡି ନିୟମ ଉଲ୍ଲଂଘନ କରିଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏଏସ୍ କୋଚିଂ ସେଣ୍ଟର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ MCD ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ।

ଅଦ୍ୟତନ ହୋଇଛି
Dristhi IAS

Dristhi IAS

Advertisment

ଦୁର୍ଘଟଣାରେ ପ୍ରାଣ ହରାଇଥିବା ୪ ଜଣ ଛାତ୍ରଙ୍କ ପାଇଁ ଦ୍ରିଷ୍ଟି କୋଚିଂର ପ୍ରତିଷ୍ଠାତା ବିକାଶ ଦିବ୍ୟକିର୍ତ୍ତୀ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଏଥିମଧ୍ୟରୁ ପୁରୁଣା ରାଜେନ୍ଦ୍ରନଗର, ରାଓ IASର ବେସମେଣ୍ଟରେ ପାଣି ଭର୍ତ୍ତି ହେବା କାରଣରୁ ୩ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଛାତ୍ରଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି ।

Advertisment

ଏକ ପ୍ରେସ ବିବୃତ୍ତିରେ ବିକାଶ ଦିବ୍ୟକିର୍ତ୍ତୀ କହିଛନ୍ତି ଯେ ଗତ କିଛି ଦିନ ତଳେ ପୁରୁଣା ରାଜେନ୍ଦ୍ର ନଗରରେ ଘଟିଥିବା ଦୁଇଟି ଦୁର୍ଘଟଣାରେ ଚାରିଜଣ ଛାତ୍ର ଅକାଳରେ ମୃତ୍ୟୁ ବରଣ କରିଛନ୍ତି । ଜଳମଗ୍ନ ରାସ୍ତାରେ ବିଦ୍ୟୁତ ସଂଯୋଗ ଯୋଗୁଁ ନୀଲେଶ ରାୟ ନାମକ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଛାତ୍ର ଶ୍ରେୟା ଯାଦବ, ତାନିଆ ସୋନି ଏବଂ ନିଭିନ ଡାଲଭିନଙ୍କ ମୃତ୍ୟୁ ଏକ କୋଚିଂ ପ୍ରତିଷ୍ଠାନର ତଳ ମହଲାରେ ହଠାତ୍ ପାଣି ପଶିଯିବା କାରଣରୁ ହୋଇଛି ।

ବିକାଶ ଦିବ୍ୟାକର୍ତ୍ତୀ କହିଛନ୍ତି ଯେ ଚାରି ପିଲାଙ୍କ ପରିବାର ପାଇଁ ଏହା ନିଶ୍ଚିତ କଷ୍ଟସାଧ୍ୟ । ଏହି ଅପାର ଦୁଃଖ ସମୟରେ ଆମେ ସେମାନଙ୍କ ସହିତ ଛିଡା ହୋଇଛୁ । ଆମେ ଜାଣିଛୁ ଯେତେ ଟଙ୍କା ଦେଲେ ବି ସେମାନଙ୍କ ଦୁଃଖ ଦୂର ହୋଇପାରିବ ନାହିଁ । ତଥାପି ଏହି ଦୁଃଖରେ ଆମର ସହଭାଗିତାକୁ ପ୍ରକାଶ କରିବା ପାଇଁ ଏକ ନମ୍ର ପ୍ରୟାସ ଭାବରେ ଦ୍ରିଷ୍ଟି ଆଇଏସ୍ ପକ୍ଷରୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଚାରି ଜଣଙ୍କ ପରିବାରକୁ ଦେବା ପାଇଁ ଚାହୁଁଛୁ । ଖାଲି ସେତିକି ନୁହେଁ ଏହି ଶୋକାକୂଳ ସମୟ ବାଦ୍‌, ଶୋକସନ୍ତପ୍ତ ପରିବାରଙ୍କୁ ଆମେ ଅନ୍ୟ କିଛି ସାହାଯ୍ୟ କରିପାରିଲେ କୃତଜ୍ଞ ଅନୁଭବ କରିବୁ।

Advertisment

ବିକାଶ ଦିବ୍ୟକିର୍ତ୍ତୀ କହିଛନ୍ତି ଯେ ଏହା ବ୍ୟତୀତ ଆମେ ରାଓ IASର ସମସ୍ତ ଛାତ୍ରଛାତ୍ରୀଙ୍କୁ ସାହାଯ୍ୟ କରିବାକୁ ମଧ୍ୟ ପ୍ରସ୍ତୁତ ରହିବୁ । ଆମେ ସେମାନଙ୍କୁ ମାଗଣା ‘ପରୀକ୍ଷା ଅଭ୍ୟାସ’ କରିବାର ସୁଯୋଗ ଦେବୁ । ସେମାନଙ୍କ ପାଇଁ ରହିବାର ସୁବିଧା କରିଦେବୁ । ଏମିତିକି ତାଙ୍କ ପାଠ ପଢ଼ା ପାଇଁ କ୍ଲାସ୍‌ରୁମ୍‌ର ବ୍ୟବସ୍ଥା ମଧ୍ୟ କରିବୁ । ଏହି ସୁବିଧା ପାଇବାକୁ ଚାହୁଁଥିବା ଛାତ୍ରମାନେ ୫ ଅଗଷ୍ଟ ୨୦୨୪ ସୋମବାର ଠାରୁ ଆମର କରୋଲ ବାଗ କାର୍ଯ୍ୟାଳୟରେ ଥିବା ହେଲ୍ପ ଡେସ୍କ ସହିତ ଯୋଗାଯୋଗ କରିପାରିବେ |

ପୁରୁଣା ରାଜେନ୍ଦ୍ରନଗର ଦୁର୍ଘଟଣା ପରେ ଏମସିଡି ନିୟମ ଉଲ୍ଲଂଘନ କରିଥିବା କୋଚିଂ ସେଣ୍ଟର ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ଆଇଏଏସ୍ କୋଚିଂ ସେଣ୍ଟର ତଳ ମହଲାରେ ପାଣି ପଶିବା କାରଣରୁ ତିନି ଜଣଙ୍କ ମୃତ୍ୟୁ ଘଟଣାର ତଦନ୍ତ ପାଇଁ MCD ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବ ।

Advertisment

ଅନ୍ୟପଟେ ଦିଲ୍ଲୀ ସରକାର କହିଛନ୍ତି, ମ୍ୟୁନିସିପାଲିଟି କର୍ପୋରେସନର ଏକ ଟିମ୍, ବେଆଇନ ଭାବେ ଚାଲୁଥିବା କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରିବା ପାଇଁ ପୁରୁଣା ରାଜେନ୍ଦ୍ରନଗର ଅଞ୍ଚଳରେ ପହଞ୍ଚିସାରିଛି । ଏହି ପରିପ୍ରେକ୍ଷୀରେ ଜଣେ ଅଧିକାରୀ କହିଛନ୍ତି ଯେ ବେସମେଣ୍ଟରେ ବେଆଇନ ଭାବେ କାର୍ଯ୍ୟ କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ଚିହ୍ନଟ କରାଯାଇଛି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

IAS Student Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ