Advertisment

ଇସ୍ତଫା ଦେଲେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ

ଇସ୍ତଫା ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ। ତା’ ସହ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି ରୁପାଣୀ। ଆଜି ସେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ। ରୁପାଣୀ ପ୍ରାୟ ୫ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ।

ଅଦ୍ୟତନ ହୋଇଛି
Vijay Rupani

Vijay Rupani

Advertisment

ଅହମଦାବାଦ : ଇସ୍ତଫା ଦେଇଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ। ରାଜ୍ୟପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଗଣମାଧ୍ୟମ ଆଗରେ କହିଛନ୍ତି। ତେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ, ସେନେଇ ଦଳ ନିଷ୍ପତ୍ତି ନେବ। ତା’ ସହ ଦଳ ମୋତେ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବି ବୋଲି କହିଛନ୍ତି ରୁପାଣୀ। ଆଜି ସେ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଥିଲେ।

Advertisment

ରୁପାଣୀ ପ୍ରାୟ ୫ ବର୍ଷ ଧରି ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟ ନିର୍ବାଚନ ଆସନ୍ତା ୨୦୨୨ରେ ହେବାକୁ ଥିବାବେଳେ ତା ପୂର୍ବରୁ ରୁପାଣୀ ପଦ ଛାଡିଛନ୍ତି। ଏହା ବିଜେପି ପାଇଁ ଏକ ଝଟକା ହୋଇଛି। ତେବେ ସେ କାହିଁକି ପଦରୁ ଇସ୍ତଫା ଦେଲେ ତାହା ସ୍ପଷ୍ଟ ହୋଇନି। ତାଙ୍କ ଇସ୍ତଫାରେ ଏବେ ଗୁଜୁରାଟ ରାଜନୀତି ସରଗରମ ହୋଇଉଠିଛି। ୨୦୧୬ ଅଗଷ୍ଟ ୭ରେ ପ୍ରଥମ ଥର ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ହୋଇଥିଲେ ରୁପାଣୀ। ଏହାପରେ ୨୦୧୭ ବିଧାନସଭା ନିର୍ବାଚନ ପରେ ସେ ପୁଣି ଥରେ ମୁଖ୍ୟମନ୍ତ୍ରୀ ହୋଇଥିଲେ। କର୍ଣ୍ଣାଟକ, ଉତ୍ତରାଖଣ୍ଡ ପରେ ଗୁଜରାଟରେ ବିଜେପି ନେତୃତ୍ୱ ପରିବର୍ତ୍ତନ କରିଛି।

Advertisment

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବିଜୟ ରୁପାଣୀ କହିଛନ୍ତି ଯେ “ମୁଁ ବିଜେପିକୁ କୃତଜ୍ଞତା ପ୍ରଦାନ କରୁଛି, ମୋ ଭଳି ଜଣେ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଥିବାରୁ। ମୋ କାର୍ଯ୍ୟକାଳ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ବିଶେଷ ମାର୍ଗଦର୍ଶନ ମିଳିଛି। ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନରେ ଗୁଜୁରାଟ ସମଗ୍ର ବିକାଶ ଦିଗରେ ଆଗେଇ ପାରିଛି।”

ସେହିପରି ଜେପି ନଡ୍ଡାଙ୍କର ମାର୍ଗଦର୍ଶନ ବି ମିଳିଥିବା ରୁପାଣୀ କହିଛନ୍ତି। ଏହା ସହ ସେ କହିଛନ୍ତି ଯେ ଏବେ ତାଙ୍କୁ ଯାହା ବି ଦାୟିତ୍ୱ ମିଳିବ ସେ ପାଳନ କରିବେ। ସେ ପଦ ନୁହେଁ, ବରଂ ଦାୟିତ୍ୱ ଚାହାନ୍ତି ବୋଲି କହିଛନ୍ତି। ତାଙ୍କୁ ଯେଉଁ ଦାୟିତ୍ୱ ମିଳିଥିଲା ସେ ସବୁ ସୂଚାରୁ ରୂପେ ପାଳନ କରିଥିବା କହିଛନ୍ତି। ପ୍ରଦେଶର ପୂର୍ବ ନିର୍ବାଚନ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଲଢାଯାଇଥିବା ବେଳେ ୨୦୨୨ ନିର୍ବାଚନ ମଧ୍ୟ ତାଙ୍କରି ନେତୃତ୍ୱରେ ପରିଚାଳିତ ହେବ ବୋଲି ରୁପାଣୀ କହିଛନ୍ତି।

Advertisment

ତେବେ ରୁପାଣୀଙ୍କ ଇସ୍ତଫା ପରେ ଏବେ ଗୁଜୁରାଟରେ କଳ୍ପନା ଜଳ୍ପନା ଆରମ୍ଭ ହୋଇଯାଇଛି। ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେନେଇ ଚାଲିଛି ଚର୍ଚ୍ଚା। ଏହି ତାଲିକାରେ ଗୁଜୁରାଟ ଉପ-ମୁଖ୍ୟମନ୍ତ୍ରୀ ନିତିନ୍ ପଟେଲ ଓ ଗୁଜୁରାଟ ଭାଜପା ଅଧ୍ୟକ୍ଷ ସିଆର୍ ପାଟିଲଙ୍କ ନାମ ଆଗରେ ଅଛି।

ପ୍ରକାଶଥାଉ ଯେ ୨୦୧୭ରେ ବିଜେପି ଗୁଜୁରାଟରେ ୧୮୨ ସିଟ୍‌ରୁ ୯୯ ସିଟ୍ ଜିତି ବହୁମତ ହାସଲ କରିଥିଲା। ବୈଠକରେ ବିଧାନମଣ୍ଡଳ ଦଳ ବିଜୟ ରୁପାଣୀଣଙ୍କୁ ବିଧାୟକ ଦଳ ନେତା ଓ ନିତିନ୍ ପଟେଲଙ୍କୁ ଉପନେତା ଭାବେ ନିର୍ବାଚିତ କରାଯାଇଥିଲା।

Gujarat CM Vijay Rupani Gujurat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ