ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ

୨୦୧୭ର ଏକ କୋର୍ଟ ଅବମାନନା ମାମଲାରେ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶ । ପଳାତକ ବିଜୟ ମାଲ୍ୟାଙ୍କୁ ୪ ମାସ ଜେଲ୍ ଦଣ୍ଡ ଶୁଣାଇଲେ ସୁପ୍ରିମକୋର୍ଟ ।

Vijay Mallya Sentenced To 4 Months' Jail By Supreme Court For Contempt

ଅଦାଲତ ଅବମାନନା ମାମଲାରେ ସୁପ୍ରିମକୋର୍ଟ ବିଜୟ ମାଲ୍ୟାଙ୍କୁ ଦଣ୍ଡାଦେଶ । ସର୍ବୋଚ୍ଚ ଅଦାଲତ ମଲ୍ୟାଙ୍କୁ ୪ ମାସ ଜେଲ ଦଣ୍ଡ ସହ ୨ ହଜାର ଟଙ୍କା ଜରିମାନା କରିଛନ୍ତି । ଜରିମାନା ପଇଠ ନକଲେ ଦୁଇ ମାସର ଅତିରିକ୍ତ ଜେଲ ଦଣ୍ଡ ମିଳିବ । 

କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବକେୟା ଅର୍ଥ ନଦେବାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ବିଜୟ ମାଲ୍ୟାଙ୍କ ବିରୋଧରେ ଆବେଦନ କରିଥିଲା । ୨୦୧୭ର ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ୩  ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି ।

ସୂଚନା ଅନୁସାରେ, ୨୦୧୭ରେ ବିଜୟ ମାଲ୍ୟା ୪୦ ମିଲିୟନ ଡଲାର ନିଜ ପିଲାମାନଙ୍କ ନାଁରେ ଟ୍ରାନ୍ସଫର କରିଥିଲେ । ବିଦେଶକୁ ଟ୍ରାନ୍ସଫର ହୋଇଥିବା ଏହି ୪୦ ମିଲିୟନ ଡଲାର ୪ ସପ୍ତାହ ମଧ୍ୟରେ ଦେବାକୁ ପଡିବ ବୋଲି କୋର୍ଟ କହିଛନ୍ତି । ଏହି ଅର୍ଥ ଟ୍ରାନ୍ସଫରକୁ କୋର୍ଟ ଅସିଦ୍ଧ ବୋଲି କହିଛନ୍ତି । ଏବେ ଏହି ସମୁଦାୟ ଅର୍ଥ ରାଶିକୁ ଗ୍ରହୀତା ୮ ପ୍ରତିଶତ ସୁଧ ସହ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ୪ ସପ୍ତାହ ସୁଦ୍ଧା ହିଁ ରିକଭରି ଅଧିକାରୀଙ୍କୁ ଏହି ଅର୍ଥ ଫେରାଇବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।