Advertisment

ଗିରଫ IASଙ୍କ ଘରୁ ମିଳିଲା ସୁନା ବିସ୍କୁଟ୍‌ ଓ ଇଟା, ରେଷ୍ଟରୁମ୍‌ରେ ଲୁଚାଇଥିଲେ

ଦୁର୍ନୀତି ଅଭିଯୋଗରେ ଗିରଫ IAS ଅଧିକାରୀଙ୍କ ଘରୁ ପୁଳା ପୁଳା ସୁନା ଓ ରୁପା ମିଳିଛି।  IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରୁ ୧୨ କିଲୋ ସୁନା, ୩ କିଲୋ ରୁପା, ୪ଟି ଆପଲ୍‌ ଆଇଫୋନ୍‌ ସମେତ ୨ଟି ସାମସଙ୍ଗ୍‌ ସ୍ମାର୍ଟ ୱାଚ୍‌ ଜବତ କରିଛି।

Vigilance Team Recovered 12 Kg Gold From IAS Sanjay Popli Residence

Vigilance Team Recovered 12 Kg Gold From IAS Sanjay Popli Residence

Advertisment

ଦୁର୍ନୀତି ଅଭିଯୋଗରେ ଗିରଫ IAS ଅଧିକାରୀଙ୍କ ଘରୁ ପୁଳା ପୁଳା ସୁନା ଓ ରୁପା ମିଳିଛି। ପଞ୍ଜାବ ଭିଜିଲାନ୍ସ ବିଭାଗ ଶନିବାର ଦିନ ଗିରଫ IAS ଅଧିକାରୀ ସଞ୍ଜୟ ପୋପଲିଙ୍କ ଘରୁ ୧୨ କିଲୋ ସୁନା, ୩ କିଲୋ ରୁପା, ୪ଟି ଆପଲ୍‌ ଆଇଫୋନ୍‌ ସମେତ ୨ଟି ସାମସଙ୍ଗ୍‌ ସ୍ମାର୍ଟ ୱାଚ୍‌ ଜବତ କରିଛି। ଦୁର୍ନୀତି ଅଭିଯୋଗରେ ସଞ୍ଜୟ ପୋପଲିଙ୍କୁ ଭିଜିଲାନ୍ସ ଟିମ୍‌ ଚଣ୍ଡୀଗଡ଼ରୁ ଗିରଫ କରିଥିଲା। ସେପଟେ IAS ଅଧିକାରୀ ସଞ୍ଜୟଙ୍କ ପୁଅ କାର୍ତ୍ତିକ ପୋପଲିଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ଘଟିଛି। ପୁଅର ମୃତ୍ୟୁ ପାଇଁ ଭିଜିଲାନ୍ସ ଟିମ୍‌ ଦାୟୀ ବୋଲି ସଞ୍ଜୟ ଅଭିଯୋଗ କରିଛନ୍ତି। ସେ ନିଜେ ଏହି ଘଟଣାର  ପ୍ରତ୍ୟକ୍ଷଦର୍ଶୀ ବୋଲି ସଞ୍ଜୟ କହିଛନ୍ତି। 

Advertisment

ସୂଚନା ଅନୁସାରେ, ଗିରଫ ପରେ ସଞ୍ଜୟଙ୍କ ବୟାନ ଆଧାରରେ ଭିଜିଲାନ୍ସ ଟିମ୍‌ ତାଙ୍କ ବାସଭବନରେ ଚଢ଼ଉ କରିଥିଲେ। ଏହି ସମୟରେ ରେଷ୍ଟ୍‌ ରୁମ୍‌ରେ ଲୁଚା ଯାଇଥିବା ସୁନା, ରୁପା ଓ ମୋବାଇଲ୍‌ ଫୋନ୍‌ ଜବତ କରାଯାଇଥିଲା। ଜବତ ହୋଇଥିବା ସୁନା ୧୨ କିଲୋ ସୁନା ମଧ୍ୟରେ ୯ଟି ସୁନା ଇଟା, ୪୯ଟି ସୁନା ବିସ୍କୁଟ୍‌ ଓ ୧୨ଟି ସୁନା ମୁଦ୍ରା ରହିଛି। ସେହିପରି ଜବତ ୩ କିଲୋ ରୁପା ମଧ୍ୟରେ ୩ଟି ରୁପା ଇଟା ଓ ୧୮ଟି ରୁପା ମୁଦ୍ରା ରହିଛି।

ସୂଚନାଥାଉ କି, ନୱାନଶହରରେ ସ୍ୱେରେଜ୍‌ ପାଇପ୍‌ଲାଇନ୍‌ ବିଛାଇବା ପାଇଁ ଟେଣ୍ଡର ଅନୁମୋଦନ ଲାଗି ସଞ୍ଜୟ ପୋପଲି ୧% କମିଶନ ହିସାବରେ ୭ ଲକ୍ଷ ଟଙ୍କାର ଲାଞ୍ଚ ମାଗିଥିଲେ। ଅଭିଯୋଗ ଆସିବାରେ ତାଙ୍କୁ ଗିରଫ କରାଯାଇଥିଲା। ସଞ୍ଜୟଙ୍କ ସହ ତାଙ୍କ ସହଯୋଗ ସନ୍ଦୀପ ବତ୍ସଙ୍କୁ ମଧ୍ୟ ଜଳନ୍ଧରରୁ ଗିରଫ କରାଯାଇଥିଲା। ଏହାପରେ ସଞ୍ଜୟଙ୍କ ଘରେ ଶନିବାର ଦିନ ଚଢ଼ଉ କରାଯାଇଥିଲା। ତେବେ ସେଇ ଦିନ ସଞ୍ଜୟଙ୍କ ପୁଅ କାର୍ତ୍ତିକଙ୍କ ମୁଣ୍ଡରେ ଗୁଳି ବାଜିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ପୋଲିସ୍‌ କହିବା ଅନୁସାରେ, କାର୍ତ୍ତିକ ନିଜ ବାପାଙ୍କ ଲାଇସେନ୍ସପ୍ରାପ୍ତ ବନ୍ଧୁକରୁ  ନିଜେ ନିଜକୁ ଗୁଳି କରିଛନ୍ତି। ହେଲେ ପରିବାର ଲୋକ ଅଭିଯୋଗ ଆଣଛନ୍ତି ଯେ, ପ୍ରମାଣ ପାଇଁ କାର୍ତ୍ତିକଙ୍କୁ ହତ୍ୟା କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଚାପରେ ପଡ଼ି ଭିଜିଲାନ୍ସ ବ୍ୟୁରୋ ଓ ଡିଏସ୍‌ପି ଲୋକଙ୍କୁ ହତ୍ୟା କରୁଛନ୍ତି।  

Vigilance Raid IAS Sanjay Popli
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ