Dog Fight
କୁକୁର କଳିରୁ ମହାଭାରତ । ପୋଷା କୁକୁରଙ୍କ ଲଢ଼େଇକୁ ନେଇ ମାଲିକଙ୍କ ମଧ୍ୟରେ ପାଟିତୁଣ୍ତ । ପରିସ୍ଥିତି ଏତେ ଅସମ୍ଭାଳ ହେଲା ଯେ ଶେଷରେ ଗୁଳିମାଡ଼ରେ ଦୁଇଜଣଙ୍କ ଜୀବନ ଯାଇଛି । ଏଭଳି ଅଭାବନୀୟ ଘଟଣା ମଧ୍ୟପ୍ରଦେଶ ଇନ୍ଦୋରରେ ଘଟିଛି । ଗୁଳିମାଡ଼ରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଆହତ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି ।
ମଧ୍ୟପ୍ରଦେଶର ଇନ୍ଦୋରରେ ଦୁଇଟି ପୋଷା କୁକୁର ଲଢ଼େଇ କଥାକୁ ନେଇ ପାଟିତୁଣ୍ଡ କରୁଥିବା ଦଳେ ଲୋକଙ୍କ ଉପରକୁ ଜଣେ ବ୍ୟକ୍ତି ଗୁଳି ଚଳାଇବାରୁ ୨ଜଣଙ୍କର ମୃତ୍ୟୁ ଘଟିବା ସହିତ ଆଉ ୮ଜଣ ଆହତ ହୋଇଛନ୍ତି । ଦୁଇ କୁକୁର ପରସ୍ପରକୁ ଭୁକିବା ସହ ଆକ୍ରମଣ କରିବାରୁ ସେମାନଙ୍କ ମାଲିକମାନଙ୍କ ମଧ୍ୟରେ ରାକ୍ତାକ୍ତ ସଂଘର୍ଷ ଦେଖିବାକୁ ମିଳିଛି ।
ସୂଚନାନୁଯାୟୀ ଏକ ଘରୋଇ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରୁଥିବା ଅଭିଯୁକ୍ତ ରାଜପାଲ୍ ରାଜାୱତଙ୍କ ପୋଷା କୁକୁର ଓ ତାଙ୍କର ଜଣେ ପଡ଼ୋଶୀଙ୍କ ପୋଷା କୁକୁର ପରସ୍ପର ସହିତ ଲଢ଼େଇ କରିଥିଲେ । ଏହି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍କ୍ଷିପ୍ତ ହୋଇ ରାଜାୱାତ୍ ଘରୁ ବନ୍ଧୁକ ନେଇ ଆସି ଗୁଳି ଚଳାଇଲେ ।
ବରିଷ୍ଠ ପୋଲିସ ଅଧିକାରୀ ଅମରେନ୍ଦ୍ର ସିଂହ କହିଛନ୍ତି, ରାଜାୱତ ତାଙ୍କ ପୋଷା କୁକୁରକୁ ବୁଲାଇ ନେଇଥିଲେ । ସେହି ସମୟରେ ତାଙ୍କ କୁକୁର ପଡ଼ୋଶୀଙ୍କ ପୋଷା କୁକୁର ସହିତ ଲଢ଼େଇ କରିଥିଲା । ଏହି କଥାକୁ ନେଇ ଦୁଇ କୁକୁର ମାଲିକଙ୍କ ମଧ୍ୟରେ ପାଟିତୁଣ୍ଡ ହେଲା । ଦୁହେଁ ମାଡ଼ଗୋଳ ଲାଗିବାରୁ ଆଉ କିଛି ଲୋକ ଘଟଣାସ୍ଥଳରେ ରୁଣ୍ଡ ହୋଇଗଲେ। ରାଜପାଲ୍ ରାଜାୱତ ନାମକ ଜଣେ ବ୍ୟକ୍ତି ହଠାତ୍ ଘରକୁ ଯାଇ ବନ୍ଧୁକ ଆଣି ବାଲକୋନିରୁ ଗୁଳି ଚଳାଇଲେ।
ଫଳରେ ଘଟଣାସ୍ଥଳରେ ୨ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲା। ଆଉ ୮ଜଣ ଆହତ ହେଲେ। ସେମାନଙ୍କ ମଧ୍ୟରୁ ୬ଜଣ ଏବେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି । ଘଟଣା ପରେ ପୋଲିସ ରାଜାୱତଙ୍କ ସହ ତାଙ୍କ ପୁଅ ସୁଧୀର ଓ ଜଣେ ସମ୍ପର୍କୀୟ ଶୁଭମଙ୍କୁ ଗିରଫ କରିଛି । ସେମାନଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dog_Fight_1692359967.jpg)