Advertisment

Video : IIT କାନପୁରରେ କବାଡ଼ି ବଦଳରେ କୁସ୍ତି, ଖେଳ ମଝିରେ ହେଲା ବିଧା ଗୋଇଠା ବର୍ଷା

ବାର୍ଷିକ କ୍ରୀଡ଼ା ଉତ୍ସବ ବେଳେ ଦୁଇ ଟିମ ମଧ୍ୟରେ ଗଣ୍ଡଗୋଳ..ପରସ୍ପରକୁ ଚେୟାର ଫିଙ୍ଗି ପିଟାପିଟି ହେଲେ ଉଭୟ ଗୋଷ୍ଠୀର ଛାତ୍ର

ଅଦ୍ୟତନ ହୋଇଛି
Kabaddi Match Turns Into Violent Fight At IIT Kanpur

Kabaddi Match Turns Into Violent Fight At IIT Kanpur

Advertisment

କବାଡ଼ି ଖେଳରୁ ମହାଭାରତ । ଆଇଆଇଟି କାନପୁରରେ କବାଡ଼ି ଖେଳ ବେଳେ ଛାତ୍ର ଗୋଷ୍ଠୀ ମଧ୍ୟରେ ପିଟାପିଟି । ଶିକ୍ଷାନୁଷ୍ଠାନର ବାର୍ଷିକ କ୍ରୀଡ଼ା ଉତ୍ସବ ବେଳେ ଅନୁଷ୍ଠିତ କବାଡ଼ି ମ୍ୟାଚ ବେଳେ ଦୁଇ ଟିମ ମଧ୍ୟରେ ଗଣ୍ଡଗୋଳ ହୋଇଛି । ପରସ୍ପରକୁ ଚେୟାର ଫିଙ୍ଗି ମାରିଥିଲେ ଉଭୟ ଗୋଷ୍ଠୀର ଛାତ୍ର । ଦୁଇ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ହୋଇଥିବା ମାରପିଟ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି ।

Advertisment

ଦୁଇ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାଡ଼ଗୋଳ ହେଉଥିବା ବେଳେ ସେଠାରେ ଛାତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଭୟରେ ସେମାନେ ଜୀବନ ବଞ୍ଚାଇବା ପାଇଁ ଘଟଣାସ୍ଥଳରୁ ଚାଲିଯାଇଥିଲେ । ଅନେକ ସମୟ ଧରି କବାଡ଼ି ବଦଳରେ ଦୁଇ ଗୋଷ୍ଠୀ ମଧ୍ୟରେ କୁସ୍ତି ଆରମ୍ଭ ହୋଇ ଯାଇଥିଲା ।  କବାଡ଼ି ଜର୍ସି ପିନ୍ଧିଥିବା ଖେଳାଳି ମାନେ କେବଳ ଚେୟାର ନୁହେଁ ପରସ୍ପରକୁ ବିଧା ଗୋଇଠା ମାରୁଥିବା ଭିଜୁଆଲରେ ଦେଖିବାକୁ ମିଳିଛି । ଖେଳାଳିମାନେ ଯିଏ ଯାହାକୁ ପାରିଲା ବିଧା, ଗୋଇଠା ମାରିବା ଆରମ୍ଭ କରିଥିଲେ ।

ଏପଟେ ସଂପୃକ୍ତ ଟିମକୁ ଆଉ କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେବାକୁ ଦିଆଯିବ ନାହିଁ ବୋଲି IIT କର୍ତ୍ତୃପକ୍ଷ କହିଥିବା ସୂଚନା ମିଳିଛି । ତେବେ କାହିଁକି ଦୁଇ ଟିମ ମଧ୍ୟରେ ଗଣ୍ଡଗୋଳ ହେଲା ତାହାର କାରଣ ସ୍ପଷ୍ଟ ହୋଇପାରିନାହିଁ ।

Advertisment

ସୂଚନା ଅନୁସାରେ IIT କାନପୁରରେ ବର୍ତ୍ତମାନ ଖେଳକୁଦ ପ୍ରତିଯୋଗିତା ଉଦଘୋଷ ୨୦୨୩ ଚାଲିଛି । ଏହି ପ୍ରତିଯୋଗିତାରେ ସାରା ଦେଶର ୪୫୦ କଲେଜରୁ ୨୫୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେଇଛନ୍ତି । ହେଲେ ଏହି ସମୟରେ IIT କାନପୁରରେ ଏଭଳି ଏକ ଅପ୍ରୀତିକର ସ୍ଥିତି ସୃଷ୍ଟି ହୋଇଛି ।

IIT-Kanpur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ