ବରିଷ୍ଠ କମ୍ୟୁନିଷ୍ଟ ନେତା ସୀତାରାମ ୟେଚୁରୀଙ୍କ ପରଲୋକ

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ।

Veteran CPM leader Sitaram Yechury passes away

ବରିଷ୍ଠ ସିପିଆଇଏମ ନେତା ସୀତାରାମ ୟେଚୁରୀଙ୍କ ପରଲୋକ । ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ସେ ଦୀର୍ଘଦିନ ଧରି ଫୁସଫୁସ ସଂକ୍ରମଣରେ ଆକ୍ରାନ୍ତ ଥିଲେ । ପରେ ନିମୋନିଆରେ ମଧ୍ୟ ପୀଡିତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା ।

ବରିଷ୍ଠ ରାଜନେତା ୟେଚୁରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗତ କିଛିଦିନ ହେବ ସଂକଟାପନ୍ନ ରହିଥିଲା । ଫଳରେ ଦିଲ୍ଲୀ ଏମ୍ସରେ ତାଙ୍କର ଚିକିତ୍ସା ଚାଲିଥିଲା । ବର୍ଷ ୧୯୫୨ ଅଗଷ୍ଟ ୧୨ ତାରିଖରେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ ସୀତାରାମ ୟେଚୁରୀ । ଭାରତୀୟ ରାଜନୀତିରେ ସେ ଥିଲେ ଜଣେ ପ୍ରମୁଖ ଚେହେରା । ତାଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ପରିବାର ଲୋକ ଦିଲ୍ଲୀ ଏମ୍ସକୁ ଶରୀରଦାନ କରିଛନ୍ତି  ।ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଗବେଷଣା ପାଇଁ ଦେହଦାନ କରିଛନ୍ତି ପରିବାର ଲୋକ ।

ଦିଲ୍ଲୀ ଷ୍ଟିଫାନ୍ସ କଲେଜ, ଜେଏନୟୁର ଛାତ୍ର ସୀତାରାମ ୟେଚୁରୀ । ୧୯୭୫ ମସିହାରେ ସିପିଏମରେ ଯୋଗ ଦେଇଥିଲେ । ଏମର୍ଜେନ୍ସି ବେଳେ ଗିରଫ ହୋଇଥିଲେ ୟେଚୁରୀ । ୧୯୯୨ରେ ସିପିଏମ ପଲିଟ ବ୍ୟୁରୋ ସଦସ୍ୟ ହେଲେ । ୩ ଦଶନ୍ଧି ଧରି ସିପିଏମ୍ ପଲିଟ ବ୍ୟୁରୋ ସଦସ୍ୟ ରହିଥିଲେ । ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରୁ ରାଜ୍ୟସଭା ସଦସ୍ୟ । ୨୦୧୫ରୁ ସିପିଏମ୍ ମହାସଚିବ ଥିଲେ ସୀତାରାମ ୟେଚୁରୀ ।