Advertisment

PUC ବିନା ଗାଡ଼ି ଚଳାଇବା ପଡ଼ିବ ମହଙ୍ଗା : ଦଶ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବା ସହ ଜେଲଦଣ୍ଡ ଭୋଗି ପାରନ୍ତି ଚାଳକ

ମହଙ୍ଗା ପଡ଼ିବ ବିନା ପଲ୍ୟୁସନ୍ ସାର୍ଟିଫିକେଟ୍‌ରେ ଗାଡ଼ି ଚାଳନା । ତଣ୍ଡ ଗଣିବା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବୈଧ PUC ସାର୍ଟିଫିକେଟ୍‌ ବିନା ରାଜଧାନୀ ଦିଲ୍ଲୀରେ ଏବେ ଗାଡି ଚଳାଇବା କଷ୍ଟକର ହୋଇପାରେ । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି ।

ଅଦ୍ୟତନ ହୋଇଛି
puc

puc

Advertisment

ନୂଆଦିଲ୍ଲୀ : ମହଙ୍ଗା ପଡ଼ିବ ବିନା ପଲ୍ୟୁସନ୍ ସାର୍ଟିଫିକେଟ୍‌ରେ ଗାଡ଼ି ଚାଳନା । ତଣ୍ଡ ଗଣିବା ସହ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ । ବୈଧ PUC ସାର୍ଟିଫିକେଟ୍‌ ବିନା ରାଜଧାନୀ ଦିଲ୍ଲୀରେ ଏବେ ଗାଡି ଚଳାଇବା କଷ୍ଟକର ହୋଇପାରେ । ବଢ଼ୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ବିଜ୍ଞପ୍ତି ଜାରି କରିଛନ୍ତି । ବିଜ୍ଞପ୍ତି ଅନୁସାରେ ବୈଧ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି) ବିନା ଗାଡି ଚଳାଉଥିବା ବ୍ୟକ୍ତିଙ୍କୁ ଛଅ ମାସ ପର୍ଯ୍ୟନ୍ତ ଜେଲ କିମ୍ବା ୧୦,୦୦୦ ଟଙ୍କା ଜୋରିମାନା ଦେବାକୁ ପଡ଼ିପାରେ । ରାଜଧାନୀରେ ବାୟୁ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ସେପ୍ଟେମ୍ବର ୧୯ ପର ଠାରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଦ୍ୱିତୀୟ ବିଜ୍ଞପ୍ତି।

Advertisment

ରବିବାର ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ ନିୟମ ଉଲ୍ଲଂଘନ କରୁଥିବା ଚାଳକଙ୍କୁ ତିନିମାସ ପାଇଁ ଡ୍ରାଇଭିଂ ଲାଇସେନ୍ସ ପାଇବାକୁ ଅଯୋଗ୍ୟ ଘୋଷଣା କରାଯିବ । ପରିବହନ ବିଭାଗର ୱେବସାଇଟରେ ଏହି ବିଜ୍ଞପ୍ତି ସମ୍ପର୍କୀତ ସମସ୍ତ ତଥ୍ୟ ଅପଲୋଡ୍ କରାଯାଇଛି । ବର୍ତ୍ତମାନ ଏହି ନିୟମ ବଳବତ୍ତର ରହିଛି ବୋଲି କହିଛନ୍ତି ଦିଲ୍ଲୀ ସରକାରଙ୍କ ପରିବହନ ବିଭାଗର ଜଣେ ବରିଷ୍ଠ ଅଧିକାରୀ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପର୍ଯ୍ୟାୟକ୍ରମେ ଏହାକୁ କାର୍ଯ୍ୟକାରୀ କରିବା ଉଚିତ, ଯଦ୍ୱାରା ସଂଖ୍ୟକ ଲୋକ ଏହା ଜାଣି ପାରିବେ । ରବିବାର ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସମ୍ପୃକ୍ତ ବିଭାଗକୁ ଯୋଗାଯୋଗ କରାଯାଇଛି ।

Advertisment

“ପରିବହନ ବିଭାଗ, ଏନସିଟି ଦିଲ୍ଲୀ ସରକାର, ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ଏବଂ ଦିଲ୍ଲୀର ବାୟୁ ଗୁଣବତ୍ତା ଉନ୍ନତି ପାଇଁ ଦିଲ୍ଲୀର ସମସ୍ତ ଗାଡ଼ି ଚାଳକଙ୍କୁ ବୈଧ ପ୍ରଦୂଷଣ ପ୍ରମାଣପତ୍ର ସହ ଗାଡ଼ି ଚଳାଇବା ପାଇଁ ବିଜ୍ଞପ୍ତରେ ଅନୁରୋଧ କରାଯାଇଛି । ଏହାସହ ସମସ୍ତ ପଞ୍ଜୀକୃତ ବାହନ ଚାଳକଙ୍କୁ ଅନୁମୋଦିତ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରରେ ଗାଡି ଯାଞ୍ଚ କରିବାକୁ ମଧ୍ୟ ଅନୁରୋଧ କରାଯାଇଛି। ଯଦ୍ୱାରା ସେମାନେ ଜେଲ ଦଣ୍ଡରୁ ବଞ୍ଚିବା ସହ ଜୋରିମାନା ଗଣିବାରୁ ରକ୍ଷା ପାଇପାରିବେ ।

ସୂଚନାଯୋଗ୍ୟ ଅକ୍ଟୋବର ୧ରୁ ଅକ୍ଟୋବର ୩୦ ମଧ୍ୟରେ ଟ୍ରାଫିକ ଅଧିକାରୀ ଏବଂ ପରିବହନ ବିଭାଗର ଅଧିକାରୀମାନେ ୪୯୮୮୨ଟି ଗାଡି ଯାଞ୍ଚ କରି ୫୬୬ଟି ଚାଲାଣ କାଟିଛନ୍ତି ।

Advertisment
Puc Certificate
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ