Advertisment

ବିବାଦରେ ପଡ଼ିଲା ପୁର୍ଣ୍ଣଚ୍ଛେଦ: ମନ୍ଦିର ନିର୍ମାଣ ପାଇଁ ଜାଗା ଦେବାକୁ ରାଜି ହେଲା ମୁସଲିମ୍‌ ପକ୍ଷ

କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍‌ ପକ୍ଷ। ଏନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍‌ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍‌ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍‌ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି।

ଅଦ୍ୟତନ ହୋଇଛି
ବିବାଦରେ ପଡ଼ିଲା ପୁର୍ଣ୍ଣଚ୍ଛେଦ: ମନ୍ଦିର ନିର୍ମାଣ ପାଇଁ ଜାଗା ଦେବାକୁ ରାଜି ହେଲା ମୁସଲିମ୍‌ ପକ୍ଷ

Shri Kashi Vishwanath Temple

Advertisment

ଲକ୍ଷ୍ନୌ: କାଶୀ ବିଶ୍ୱନାଥ ମନ୍ଦିର ନିର୍ମାଣ ପାଇଁ ଜାଗା ଦେବେ ମୁସଲିମ୍‌ ପକ୍ଷ। ଏନେଇ ସାରା ଦେଶରେ ବେଶ୍‌ ଚର୍ଚ୍ଚା ହେଉଛି। କାରଣ କାଶୀ ବିଶ୍ୱନାଥ ପାଇଁ ଜାଗା ଦେବାକୁ ରାଜି ହୋଇଛନ୍ତି ମୁସଲିମ୍‌ ପକ୍ଷ। ଦୀର୍ଘଦିନ ହେବ କାଶୀ ବିଶ୍ୱନାଥ ମନ୍ଦିର-ଗ୍ୟାନଭାପି ମସଜିଦ୍‌ ମଧ୍ୟରେ ତୁ ତୁ ମେଁ ମେଁ ଲାଗିରହିଥିଲା। ପ୍ରଶାସନ ଓ ସରକାରଙ୍କ ଅନେକ ଉଦ୍ୟମ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା କିନ୍ତୁ ଏବେ ମନ୍ଦିର ନିର୍ମାଣ ହେବା ପାଇଁ ମୁସଲିମ୍‌ ପକ୍ଷ ଜାଗା ଦେବା ପାଇଁ ରାଜି ହୋଇଯାଇଛନ୍ତି। ଶ୍ରାବଣ ମାସରେ ହିଁ ବାବାଙ୍କ ମନ୍ଦିର ନିର୍ମାଣ ପାଇଁ ଜାଗା ମିଳିଯିବ ବୋଲି ଜଣାପଡ଼ିଛି। କେବଳ ଏତିକି ନୁହେଁ ବରଂ ମନ୍ଦିର ପାଇଁ ପାଖାପାଖି ୧୭ ଶହ ଫୁଟ୍‌ ଜାଗା ମିଳିନା ନେଇ ସ୍ପଷ୍ଟ ହୋଇଛି । ଏପଟେ, ମନ୍ଦିର ପ୍ରଶାସନ ମଧ୍ୟ ମୁସଲିମ୍‌ ପକ୍ଷକୁ ୧ ହଜାର ଫୁଟ୍‌ ଜାଗା ଦେବେ ବୋଲି ଜଣାପଡ଼ିଛି। ପୂର୍ବରୁ ଏହି ସ୍ଥାନରେ କଂଟ୍ରୋଲ୍‌ ରୁମ୍‌ ଥିବା ନେଇ ଚର୍ଚ୍ଚା ହେଉଥିଲା। ଏଠାରେ କହିରଖୁଛୁ ଏହି ମାମଲା ଏବେ ବି ବାରାଣାସୀ କୋର୍ଟରେ ବିଚାରଧୀନ ରହିଛି।

Advertisment

ଜାଣନ୍ତୁ କ’ଣ ଥିଲା ବିବାଦ?

ଅନେକ ଦିନ ହେଲାଣି ଏହି ସ୍ଥାନରେ ମସଜିଦ୍‌କୁ ନେଇ ବିବାଦ ଦେଖାଦେଇଛି। ହିନ୍ଦୁ ପକ୍ଷର କହିବା ଅନୁସାରେ,କାଶୀ ବିଶ୍ୱନାଥ ମନ୍ଦିରକୁ ୧୬୬୪ ମସିହାରେ ଔରଙ୍ଗଦେବଙ୍କ ରାଜତ୍ୱ କାଳରେ ନଷ୍ଟ କରିଦିଆଯାଇଥିଲା। ଆଉ ଏହାପରେ ମନ୍ଦିରର ଅବଶେଷରେ ସେହିଠାରେ ହିଁ ମସଜିଦ୍‌ ନିର୍ମାଣ କରାଯାଇଥିଲା। କିନ୍ତୁ ପରେ ୧୯୦୦ ମସିହାରେ ଏହାକୁ ନେଇ ପୁଣି ଥରେ ବିବାଦ ଦେଖାଯାଇଥିଲା ଏବଂ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ପକ୍ଷ ଅଂଟା ଭିଡ଼ିଥିଲେ। କିନ୍ତୁ ମୁସଲିମ୍‌ ପକ୍ଷ ଜାଗା ଦେଇନଥିଲେ। ଆଉ ଏହାରି ମଧ୍ୟରେ ୧୯୯୧ ମସିହାରେ ବାରାଣାସୀ ସିଭିଲ୍‌ କୋର୍ଟରେ ମାମଲା ଦାୟର କରାଯାଇଥିଲା। ଆଉ ଆଜି ପର୍ଯ୍ୟନ୍ତ ମଧ୍ୟ ମାମଲା ବିଚାରଧୀନ ରହିଛି। ତେବେ ଏହାରି ମଧ୍ୟରେ ଉଭୟ ପକ୍ଷଙ୍କ ଆଲୋଚନା ପରେ ମନ୍ଦିର ନିର୍ମାଣ ହେବ ବୋଲି ଜଣାପଡ଼ିଛି ଯାହାକୁ ନେଇ ହିନ୍ଦୁ ସମାଜ ମଧ୍ୟରେ ଖୁସି ଖେଳିଯାଇଛି।

Advertisment
India Varanasi UP Kashi Vishwanash Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ