Advertisment

ସିଙ୍ଗଡ଼ାରେ ଗୋମାଂସ ଭର୍ତ୍ତି କରି ବିକୁଥିଲେ; ଗିରଫ ହେଲେ ୬ ଜଣ ବ୍ୟକ୍ତି...

ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ଯାହାଫଳରେ ଗିରଫ ହୋଇଛନ୍ତି ୬ ଜଣ ବ୍ୟକ୍ତି...

ଅଦ୍ୟତନ ହୋଇଛି
beef samosas gujurat

beef-mixed samosas

Advertisment

ଅଭାବନୀୟ ଘଟଣା । ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିପାରେ କିନ୍ତୁ କଥାଟି ସତ । ସିଙ୍ଗଡ଼ା ଏମିତି ଏକ ଜିନିଷ ଆପଣ ପ୍ରତ୍ୟେକ ସ୍ଥାନରେ ପାଇବେ। ଯାହାକୁ ଖାଇବାକୁ ସମସ୍ତେ ଭଲ ପାଆନ୍ତି । ସିଙ୍ଗଡ଼ାରେ ଭିନ୍ନ ଭିନ୍ନ ଜିନିଷ ମଧ୍ୟ ପଡ଼ିଥାଏ । ଯାହାଦ୍ୱାରା ସିଙ୍ଗଡ଼ାର ସ୍ୱାଦକୁ ଦ୍ୱିଗୁଣ କରିଦିଏ ।

Advertisment

ବାସ୍ତବରେ, ଜଣେ ଦୋକାନୀ ସିଙ୍ଗଡ଼ାରେ ଗୋମାଂସରେ ଭର୍ତ୍ତି କରି ବିକ୍ରି କରୁଥିଲେ । ଏଭଳି ଘଟଣା ଗୁଜୁରାଟର ଭଦୋଦରାଠାରେ ଅଞ୍ଚଳରେ ଘଟିଛି । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି । ଏହି ଖବର ଶୁଣି ଆଉ କେବେ ସିଙ୍ଗଡ଼ା ଖାଇବାକୁ ମଧ୍ୟ ଇଚ୍ଛା କରିବେ ନାହିଁ । ତେବେ ଦୋକାନୀଙ୍କ ସହ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି ।

ଅଧିକ ପଢ଼ନ୍ତୁ: କଣ୍ଟ୍ରାକ୍ଟ ଲୋଭରେ ତୁମୁଳ କାଣ୍ତ; ସିଙ୍ଗଡ଼ାରେ ଭର୍ତ୍ତି କଲେ କଣ୍ତୋମ, ଗୁଟଖା ଓ ପଥର!

Advertisment

ପୋଲିସ କହିଛି ଯେ, ‘ଆମେ ସୂଚନା ପାଇବା ପରେ ଶନିବାର ଦିନ ଚିପୱାଡ ଅଞ୍ଚଳରେ ଥିବା ଏକ ଦୋକାନ ଉପରେ ଚଢଉ କରି ଷ୍ଟକ ଥିବା ଜିନିଷକୁ ଜବତ କରିଛୁ । ଗୋମାଂସ ଭର୍ତ୍ତି ଥିବା ଅନେକ ସିଙ୍ଗଡ଼ା ଜବତ କରାଯାଇ ପରୀକ୍ଷା ପାଇଁ FSLକୁ ପଠାଯାଇଛି ।’ 

ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେ, 'ପରୀକ୍ଷା ପରେ ଜଣାପଡିଛି ଯେ ସିଙ୍ଗଡ଼ାରେ ଗୋମାଂସ ରହିଛି, ଯାହା ପରେ ସେମାନଙ୍କ ନାମରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ୟୁସୁଫ୍ ଶେଖ ଏବଂ ନାଏମ୍ ଶେଖ ଦୋକାନର ମାଲିକ ହୋଇଥିବା ବେଳେ ଦୋକାନରେ କାମ କରୁଥିବା ହନିଫ ଭାଟିଆରା, ଦିଲାୱର ପଠାନ, ମୋଇନ୍ ହବଦାଲ ଏବଂ ମୋବିନ ଶେଖଙ୍କୁ ମଧ୍ୟ ଗିରଫ କରାଯାଇଛି ।”

Advertisment
Beef
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ