ଉତ୍ତରାଖଣ୍ଡର ଉତ୍ତରକାଶୀ ଟନେଲର ୧୪ ଦିନ ହେଲା ଫସିଛନ୍ତି ୪୧ ଜଣ ଶ୍ରମିକ । ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଛା ଉଦ୍ୟମ । ତଥାପି ଶ୍ରମିକଙ୍କ ପାଖରେ ପହଞ୍ଚି ପାରୁନି ରେସ୍କ୍ୟୁ ଟିମ୍ । ଅଗର ମେସିନ୍ ସାହାଯ୍ୟରେ ଧସିଥିବା ମାଟିକୁ ଡ୍ରିଲ୍ କରି ଶ୍ରମିକଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚଳାଇଛନ୍ତି ରେସ୍କ୍ୟୁ ଟିମ୍ । ହେଲେ ପୁଣି ବାଧକ ସାଜିଛି ଲୁହା ଛଡ଼ ।
ଅଗର ମେସିନ ଆଗରେ ଲୁହା ଛଡ଼ ପଡ଼ିବାରୁ ରେସ୍କୁ ଅପରେସନରେ ବାଧା ସୃଷ୍ଟି ହୋଇଛି । କେବଳ ଲୁହା ଛଡ଼ ନୁହେଁ, କିଛି ଧାତବ ପଦାର୍ଥ ପଡ଼ିବାରୁ ଅଗର ମେସିନ୍ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ତେଣୁ ହାତରେ ବ୍ୟବହୃତ କଟର ଜରିଆରେ ମାଟି ଖୋଳିବାକୁ ଯୋଜନା କରାଯାଉଛି ।
ହାତ କଟରରେ ଖୋଳିବାକୁ ୧୮ରୁ ୨୪ ଘଣ୍ଟା ଲାଗିବ ବୋଲି ଆକଳନ କରାଯାଉଛି । ଅଗର ମେସିନ୍ ବାରମ୍ବାର ଫେଲ୍ ଯୋଗୁ ଭର୍ଟିକାଲ ଡ୍ରିଲିଂ ମେସିନ୍ ଅଣାଯାଇଛି ।ଟନେଲ ଉପରୁ ଡ୍ରିଲିଂ କରିବା ପାଇଁ ଯୋଜନା ଚାଲିଛି।
Also Read
ଶ୍ରମିକଙ୍କ ପାଖରେ ପହଞ୍ଚିବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଦୂର ଥିବା ପୂର୍ବକୁ ସୂଚନା ଦିଆଯାଇଥିଲା । ତେବେ ଉଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବାକୁ ଶ୍ରମିକଙ୍କ ପାଖରେ ପହଞ୍ଚିବା ବିଳମ୍ବ ହେଉଛି । ଟନେଲ୍ ବାହାରେ ଆମ୍ବୁଲାନସ୍ ଓ ମେଡିକାଲ୍ ଟିମ୍ ସଜାଗ ରହିଛି ।
ଶ୍ରମିକମାନେ ବାହାରିବା କ୍ଷଣି ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବ। ଗତ ୧୪ ଦିନ ଧରି ଚାଲିଛି ରେସ୍କ୍ୟୁ ଅପରେସନ୍ । ଟନେଲ୍ ତଳେ ଜୀବନ ବଞ୍ଚାଇବାକୁ ଚାଲିଛି ଉଦ୍ୟମ ।