Advertisment

‘ଆଉ କିଛି ଅସୁବିଧା ହେବନି, ସବୁ କିଛି ଠିକ୍‌ ହୋଇଯିବ.. ଠାକୁର ବୁଲିଲେଣି !’

ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।

Uttarkashi, Tunnel Tragedy

Uttarkashi, Tunnel Tragedy

Advertisment

ଉତ୍ତରାଖଣ୍ଡର ମୃତ୍ୟୁଯନ୍ତା ଟନେଲ । ଯାହା ଭିତରେ ଶ୍ରମିକମାନେ ଏବେ ବି ଫଶି ରହିଛନ୍ତି । ସେମାନଙ୍କ ମୁକ୍ତି ପାଇଁ ଅନବରତ ପ୍ରଚେଷ୍ଟା ଜାରି ରହିଛି । ମାଟି ତଳେ ଫଶିଥିଲେ ବି ଖାଦ୍ୟ ପହଞ୍ଚୁଛି ତାଙ୍କ ପାଖରେ । ଏତେ ସବୁ ତମାମ ଘଟଣା ଭିତରେ କିନ୍ତୁ ଆଜି ଦେଖିବାକୁ ମିଳିଥିଲା ଗୋଟିଏ ଅଲଗା ମାହୋଲ ।
ଯେଉଁଠି ଜେସିବି ଆଉ ବଡ ବଡ ମେଶିନର କୋଳାହଳ ଥିଲା ସେଠି ଆଜି ଧାର୍ମିକ ପରିବେଶ ସୃଷ୍ଟି ହୋଇଥିଲା ।

Advertisment

ଘଣ୍ଟା, ଘଣ୍ଟି ଧୁପ ଦୀପର ଗହଳ ଭିତରେ ଠାକୁରଙ୍କ ବିମାନଟିଏ ଲୋକଙ୍କ କାନ୍ଧରେ ଥିଲା। ସ୍ଥାନୀୟ ଭାଷାରେ ଏହାଙ୍କୁ ଠାକୁର ଜୀ କି ଡୋଲି ବୋଲି କୁହାଯାଇଥାଏ । ଆପଣଙ୍କ ମନେଥିବ ଟନେଲ ଅଘଟଣ ବେଳର ସେହି କାହାଣୀ । ଯେଉଁଠି ଗ୍ରାମବାସୀ କହିଥିଲେ, ଟନେଲ ନିର୍ମାଣ ପୂର୍ବରୁ ଏଠାରେ ବୖଖନାଥ ଠାକୁରଙ୍କ ମନ୍ଦିର ଥିଲା।

ଟନେଲ ନିର୍ମାଣ ପୂର୍ବରୁ ଦିଅଁଙ୍କ ମନ୍ଦିରକୁ ଉଚ୍ଛେଦ କରାଗଲା, କିନ୍ତୁ ଟନେଲ ନିର୍ମାଣ ପୂର୍ବରୁ ନୂଆ ମନ୍ଦିର ନିର୍ମାଣ କରାଗଲା ନାହିଁ । ହୁଏତ ଦୈବୀ କୋପରୁ ଘଟିଗଲା ଏତେବଡ ଅଘଟଣ । ଆଜି ସ୍ଥିତି ଟିକେ ଅଲଗା । ଠାକୁରେ ଆଜି ବୁଲୁଛନ୍ତି ।

Advertisment

ଏହାକୁ ଆପଣ ବିଶ୍ୱାସ କହିପାରନ୍ତି, କିନ୍ତୁ ଅନ୍ଧବିଶ୍ୱାସ କହିପାରିବେ ନାହିଁ । ଦିଅଁ ଦେବତାଙ୍କ କୃପାକୁ ପାଥେୟ କରି ଚଳିବା ଆଦୌ ମୁର୍ଖାମୀ ନୁହେଁ । ପ୍ରାରବ୍ଧ ଯାହା ବି ହେଉ ନା କାହିଁ, ପ୍ରଚେଷ୍ଟା କରିବା ହିଁ ପ୍ରକୃତ ଧର୍ମ । ହୁଏତ ଏଇ କଥାକୁ ଉପଲବ୍ଧି କରିବା ପରେ ଆଜି ପୁଣିଥରେ ଠାକୁରଙ୍କ କୃପାକୁ ସମସ୍ତେ ଭରସିଛନ୍ତି । ବିମାନରେ ବସି ଠାକୁରଙ୍କ ଚଉଦୋଳ ବା ଡୋଲି, ଟନେଲ ନିର୍ମାଣସ୍ଥଳ ପରିକ୍ରମା କରିଛି।

ଲୋକେ ହରିବୋଲ ହୁଳହୁଳି ଦେଇଛନ୍ତି। ଆଉ ସମସ୍ତଙ୍କ ବିଶ୍ୱାସ ଏଥର ଦୈବୀ କୃପାରୁ ସବୁ ଠିକ୍ ଦେଇଯିବ। ଫଶିଥିବା ସମସ୍ତ ଶ୍ରମିକ ମୁକୁଳି ଆସିବେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ