Advertisment

ଡ଼େରାଡୁନ୍‌ରେ ବର୍ଷା ବିତ୍ପାତ: ଋଷିକେଶ ଜାତୀୟ ରାଜପଥରେ ଭାଙ୍ଗିଲା ବ୍ରିଜ୍‌

ପ୍ରବଳ ବର୍ଷାରେ ବେହାଲ ହେଲାଣି ଡ଼େରାଡୁନ୍‌। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି । ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ତଳିଆ ଅଂଚଳରେ ବନ୍ୟାସ୍ଥିତି ଉପୁଜିଲାଣି। ଯାହାକୁ ନେଇ ଚିନ୍ତାରେ ତଳିଆ ଅଂଚଳବାସୀ। ୪୮ ଘଂଟା ଧରି ଲଗାଣ ବର୍ଷା ହେବାରୁ ଡେରାଡୁନ୍‌-ହୃଷିକେଶ୍‌ ରାସ୍ତାରେ ଏକ ବ୍ରିଜ୍‌ ଭାଙ୍ଗିଯାଇଛି

ଅଦ୍ୟତନ ହୋଇଛି
Rain

Rain

Advertisment

ଡ଼େରାଡୁନ୍‌: ପ୍ରବଳ ବର୍ଷାରେ ବେହାଲ ହେଲାଣି ଡ଼େରାଡୁନ୍‌। ଯେଉଁ ଆଡ଼େ ଦେଖିବେ ଖାଲି ପାଣି ହିଁ ପାଣି । ପ୍ରବଳ ବର୍ଷା ପାଇଁ ବନ୍ୟାସ୍ଥିତି ଉପୁଜିଲାଣି। ସ୍ଥିତି ଏମିତି ହେଲାଣି ଯେ, ଅନେକ ତଳିଆ ଅଂଚଳରେ ବନ୍ୟାସ୍ଥିତି ଉପୁଜିଲାଣି। ଯାହାକୁ ନେଇ ଚିନ୍ତାରେ ତଳିଆ ଅଂଚଳବାସୀ। ୪୮ ଘଂଟା ଧରି ଲଗାଣ ବର୍ଷା ହେବାରୁ ଡେରାଡୁନ୍‌-ଋଷିକେଶ ରାସ୍ତାରେ ଏକ ବ୍ରିଜ୍‌ ଭାଙ୍ଗିଯାଇଛି। ଯାହା ଫଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। କେବଳ ଏତିକି ନୁହେଁ ବରଂ ଅନେକ ସ୍ଥାନରେ ପାହାଡ଼ ଧସି ଯାଇଛି। ଭାରି ବର୍ଷା ଯୋଗୁଁ ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ଭାବରେ ବନ୍ଦ ହୋଇଯାଇଛି। ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ପ୍ରବଳ ବର୍ଷା ହେଉଥିବା କାରଣରୁ କିଛି ଲୋକ ନିଖୋଜ ଅଛନ୍ତି। ତେବେ ନିଖୋଜମାନଙ୍କୁ ଖୋଜିବାକୁ ଏବେ ରେସ୍କ୍ୟୁ ଅପରେସନ୍‌ ଜାରି ରହିଛି। ସେପଟେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୫ ଜିଲ୍ଲାରେ ଭାରି ବର୍ଷା ହେବା ନେଇ ପୂର୍ବାନୁମାନ କରିଥିଲା ପାଣିପାଗ ବିଭାଗ।

Advertisment

ଡ଼େରାଡୁନ୍‌ର ପାର୍ବତ୍ୟ ଅଂଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେତୋଟି ଜିଲ୍ଲାରୁ ରେଡ୍‌ ଆଲର୍ଟରେ ମଧ୍ୟ ରଖାଯାଇଛି। ସ୍ଥିତି ଏମିତି ହେଲାଣି ଯେ, ପାହାଡ଼ ଉପରେ ଥିବା ଏକ ମନ୍ଦିର ବର୍ଷା ପାଣିରେ ବୁଡ଼ିରହିଛି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ କହିଛନ୍ତି ଯେ, ଗତ ରାତିରେ ବାଦଲ ଫଟା ବର୍ଷା ହେବା ଯୋଗୁଁ ଏପରି ସ୍ଥିତି ହୋଇଛି। କେବଳ ଏତିକି ନୁହେଁ ଅନେକ ସ୍ଥାନରେ ବିଜୁଳି ଖୁଂଟ ଓ ବଡ଼ ବଡ଼ ଗଛ ଉପୁଡ଼ିଯାଇଛି। କିନ୍ତୁ ଖୁସିର କଥା ଏହି ବର୍ଷାରେ କୌଣସି ବ୍ୟକ୍ତିଙ୍କର କିଛି ବି କ୍ଷତି ହୋଇନାହିଁ। ସ୍ଥାନୀୟ ଯୋଶୀ ଗାଁରେ ବାଦଲ ଫାଟିବାରୁ ସର୍ବାଧିକ ବର୍ଷା ହୋଇଛି। ଆଉ ଏହି ବାଦଲ ଫଟା ବର୍ଷା ଯୋଗୁଁ ଜଣେ ମହିଳା ନିଖୋଜ ଥିବା କୁହାଯାଇଛି।

Advertisment

ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ଏପରି ବାଦଲ ଫଟା ବର୍ଷା ହୋଇପାରେ। ତେଣୁ ଆତଙ୍କିତ ଅବସ୍ଥାରେ ଲୋକମାନେ ଅଛନ୍ତି। ଏସିଡ଼ିଏଫ୍‌ ଓ ଏନଡ଼ିଆର୍‌ଏଫ୍‌ ଟିମ ଲୋକଙ୍କୁ ଉଦ୍ଧାର କରିବାରେ ନିୟୋଜିତ ଅଛନ୍ତି ବୋଲି ରାଜ୍ୟ ଜରୁରୀ କାଳୀନ ଅଧିକାରୀ ସୂଚନା ଦେଇଛନ୍ତି। ପାହାଡ଼ ପାଖରେ ଥିବା ୧୦ ଗାଁର ଲୋକମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଏହାସହ ବର୍ଷା ବିତ୍ପାତ ଉପରେ ନଜର ରହିଛି ।

Uttarakhand Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ