Advertisment

ବେଆଇନ୍ ମଦ୍ରାସା ଭାଙ୍ଗିବାକୁ ନେଇ ତୀବ୍ର ଉତ୍ତେଜନା ! ୨୦ ବାଇକ୍-୨ ବସ ଜାଳିଦେଲେ

ଗଣ୍ଡଗୋଳରେ ୪ମୃତ, ୨୫୦ ଆହତ । ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ।

ଅଦ୍ୟତନ ହୋଇଛି
Uttarakhand Madrasa Demolition

Uttarakhand Riots

Advertisment

ଉତ୍ତରାଖଣ୍ଡର ହଲଦୀୱାନୀ ଜିଲ୍ଲାରେ ଉତ୍ତେଜନା। ଏକ ବେଆଇନ୍ ନିର୍ମାଣ ଭାଙ୍ଗିବାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି। ପରିସ୍ଥିତିକୁ ଦେଖି ସହରରେ କର୍ଫ୍ୟୁ ଜାରି କରାଯାଇଛି । ଗଣ୍ଡଗୋଳକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ହିଂସାକୁ ନଜରରେ ରଖିବ ଆଜି ସ୍କୁଲ କଲେଜ ବନ୍ଦ ଘୋଷଣା କରାଯାଇଛି ।

Advertisment

ବର୍ତ୍ତମାନ ସୁଦ୍ଧା ହିଂସାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ହଲଦୀୱାନୀ ଜିଲ୍ଲାରେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଧର୍ମସ୍ଥଳୀ ଭାଙ୍ଗିବାକୁ ପ୍ରଶାସନିକ ଅଧିକାରୀ ମାନେ ଯାଇଥିଲେ। ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ବିରୋଧ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିଲା । ଉତ୍ତ୍ୟକ୍ତ ଲୋକମାନେ ପୋଲିସ ଉପରକୁ ଟେକାପଥର ମାଡ କରିଥିଲେ ।

ଏଥିରେ ୫୦ରୁ ଅଧିକ ପ୍ରଶାସନିକ ଅଧିକାରୀ, ପୋଲିସ ଆହତ ହୋଇଥିବା ସୂଚନା ମିଳିଛି । ଏଥିସହ ୨୦ଟି ବାଇକ୍ ଓ ଦୁଇଟି ବସରେ ନିଆଁ ଲଗାଇଦେଇତିଲେ । ଆକ୍ରମଣକାରୀଙ୍କୁ ଘଉଡାଇବା ପାଇଁ ପୋଲିସ ଲାଠି ଚାଳନା କରିବା ସହ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ପରିସ୍ଥିତିକୁ ଦେଖି ଘଟଣାସ୍ଥଳକୁ ଅଧିକ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି ।

Advertisment

ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଘଟଣା ଉପରେ ନଜର ରଖିବାସହ ଦୋଷୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ଶାନ୍ତି ବଜାୟ ରଖିବାକୁ ଲୋକମାନଙ୍କୁ ଅପିଲ କରିଛନ୍ତି ।

Riots
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ