Advertisment

ଦେବଭୂମିରେ ବାଦଲଫଟା ବର୍ଷାରେ ଗଲା ୪୬ ଜଣଙ୍କ ଜୀବନ; ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି

ଦେବଭୂମିରେ ବାଦଲ ଫଟା ବର୍ଷା । ଏଯାଏଁ ଗଲାଣି ୪୬ ଜଣଙ୍କ ଜୀବନ । ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ଓ ରାସ୍ତା ସଫା ଜାରି ରହିଛି । ମେସିନ ସାହାଯ୍ୟରେ ନୈନିତାଲ ଜିଲ୍ଲାର ଜେଓଲିକୋଟ ରାସ୍ତାକୁ ସଫା କରାଯାଉଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପଡ଼ି ରହିଥିବା ବଡ଼ ବଡ଼ ପଥରକୁ ଭାଙ୍ଗି ସଫା କରାଯାଉଛି । ଏହାସହ ନୈନିତାଲ-କାଲାଢୁଙ୍ଗି ରାସ୍ତାକୁ ମଧ୍ୟ ସଫା କରି ଯାତାୟାତକୁ ସ୍ୱାଭାବିକ କରାଯାଇଛି ବୋଲି ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।

Uttarakhand Flood

Uttarakhand Flood

Advertisment

ନୂଆଦିଲ୍ଲୀ: ଦେବଭୂମିରେ ବାଦଲ ଫଟା ବର୍ଷା । ଏଯାଏଁ ଗଲାଣି ୪୬ ଜଣଙ୍କ ଜୀବନ । ଉତ୍ତରାଖଣ୍ଡରେ ବାଦଲ ଫଟା ବର୍ଷା ପରେ ଉଦ୍ଧାର କାର୍ଯ୍ୟ ଓ ରାସ୍ତା ସଫା ଜାରି ରହିଛି । ମେସିନ ସାହାଯ୍ୟରେ ନୈନିତାଲ ଜିଲ୍ଲାର ଜେଓଲିକୋଟ ରାସ୍ତାକୁ ସଫା କରାଯାଉଛି । ଭୂସ୍ଖଳନ ଯୋଗୁଁ ରାସ୍ତା ଉପରେ ପଡ଼ି ରହିଥିବା ବଡ଼ ବଡ଼ ପଥରକୁ ଭାଙ୍ଗି ସଫା କରାଯାଉଛି । ଏହାସହ ନୈନିତାଲ-କାଲାଢୁଙ୍ଗି ରାସ୍ତାକୁ ମଧ୍ୟ ସଫା କରି ଯାତାୟାତକୁ ସ୍ୱାଭାବିକ କରାଯାଇଛି ବୋଲି ଡିଜିପି ଅଶୋକ କୁମାର ସୂଚନା ଦେଇଛନ୍ତି ।

Advertisment

ଅନ୍ୟପକ୍ଷରେ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ପକ୍ଷରୁ ଉଦ୍ଧାମନଗର ଜିଲ୍ଲା ରୁଦ୍ରପୁରର ଜନବସତି ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଏସଡିଆରଏଫ୍ କମାଣ୍ଡାଣ୍ଟ ନବନୀତ ସିଂହ ନିଜେ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଛନ୍ତି । ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ସଂଧ୍ୟାରେ ଉତ୍ତରାଖଣ୍ଡ ଗସ୍ତ କରି ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଅନୁଧ୍ୟାନ କରିବେ । ଏହାସହ ଅମିତଶାହା ଆସନ୍ତକାଲି ଆକାଶ ମାର୍ଗରୁ କ୍ଷୟକ୍ଷତି ଅଞ୍ଚଳ ଦେଖିବେ । ପରେ ରାଜ୍ୟର ବରିଷ୍ଠ ଅଧିକାରୀଙ୍କ ସହ ସ୍ଥିତି ସମୀକ୍ଷା କରିବେ ଶାହ ।

Advertisment

ବାଦଲ ଫଟା ବର୍ଷା ଯୋଗୁଁ ମୃତ୍ୟୁ ସଂଖ୍ୟା ୪୬କୁ ବୃଦ୍ଧି ପାଇଛି । ଏଥିରେ ଅଧିକ କ୍ଷତିଗ୍ରସ୍ତ ହୋଇଛି ନୈନିତାଲ ଜିଲ୍ଲା । କେବଳ ନୈନିତାଲରେ ୨୫ରୁ ଅଧିକ ଜଣ ପ୍ରାଣ ହରାଇଥିବା ଡିଜିପି ସୂଚନା ଦେଇଛନ୍ତି । ବର୍ଷା ଓ ବନ୍ୟାରେ ଏବେ ବି ଅନେକ ନିଖୋଜ ଅଛନ୍ତି । ମୃତକଙ୍କ ପରିବାରକୁ ୪ ଲକ୍ଷ ଏବଂ ଘର ହରାଇଥିବା ପରିବାରକୁ ୧ ଲକ୍ଷ ୯୦ ହଜାର ଟଙ୍କାର ଅନୁକଂପାମୂଳକ ରାଶି ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ।

କେରଳ ପରେ ଦେବଭୂମି ଉତ୍ତରାଖଣ୍ଡରେ ବି ଜଳ ପ୍ରଳୟର ଭୟଙ୍କର ଚିତ୍ର ଭୟ ବଢ଼ାଇଛି । ଉଛୁଳା ନଈ, ବାଦଲଫଟା ବର୍ଷାରେ ତ୍ରାହି ତ୍ରାହି ଡାକୁଛି ମଣିଷ। ଦୁଇ ଦିନର ବର୍ଷାରେ ରାଜ୍ୟରେ ସ୍ଥିତି ଅତି ଦୟନୀୟ। ୪୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତି ସଂପର୍କରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆସନ୍ତା ୨୨ ଏବଂ ୨୩ ତାରିଖରେ ବି ଉତ୍ତର ଭାରତର ଅନ୍ୟ ରାଜ୍ୟ ଲାଗି ଭାରି ବର୍ଷାର ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ ।

Advertisment
Uttarakhand Flood Rescue Mission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ