Advertisment

ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା : ୭୦ରୁ ଉର୍ଦ୍ଧ୍ୱ ମୃତ, ୧୦ ନିଖୋଜ

ଉତ୍ତରାଖଣ୍ଡରେ ପ୍ରଳୟ କରୁଛି ବାଦଲଫଟା ବର୍ଷା। ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବରେ ୭୦ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୧୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଆଉ ବାଦଲ ଫଟା ବର୍ଷାରେ ରାଜ୍ୟରେ ୭ କୋଟିରୁ ଅଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇ

ଅଦ୍ୟତନ ହୋଇଛି
Uttarakhand rains

Uttarakhand rains

Advertisment

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପ୍ରଳୟ କରୁଛି ବାଦଲଫଟା ବର୍ଷା। ବଢିବାରେ ଲାଗିଛି ମୃତକଙ୍କ ସଂଖ୍ୟା। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବରେ ୭୦ ଲୋକଙ୍କ ଜୀବନ ଯିବା ସହ ପ୍ରାୟ ୧୦ ରୁ ଅଧିକ ଲୋକ ଏବେ ବି ନିଖୋଜ ଅଛନ୍ତି। ଆଉ ବାଦଲ ଫଟା ବର୍ଷାରେ ରାଜ୍ୟରେ ୭ କୋଟିରୁ ଅଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। କୁମାଓଁରେ ଏଯାବତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଥିବା ବେଳେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ଗସ୍ତ କରି ଆକାଶ ମାର୍ଗରୁ ସ୍ଥିତି ପରଖିଛନ୍ତି ।

Advertisment

ଗତ ୧୯ ତାରିଖରେ ଉତ୍ତରାଖଣ୍ଡରେ ୪୫ରୁ ଅଧିକ ମୃତ୍ୟୁ ହୋଇଥିଲା। ଏଥିମଧ୍ୟରୁ ନୈନିତାଲରେ ସର୍ବାଧିକ ୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅଲ୍‌ମୋରାରେ ୬, ଚମ୍ପାୱତରେ ୮, ଉଧମ ସିଂହ ନଗରରେ ୨ ଜଣଙ୍କର ଏବଂ ବାଗେଶ୍ୱରରେ ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୧୮ ତାରିଖରେ ଅସ୍ଥାୟୀ ଭାବେ ବନ୍ଦ ରହିଥିବା ୪ ଧାମ ଯାତ୍ରା ପୁଣି ଆରମ୍ଭ ହୋଇଛି। ରେସ୍କ୍ୟୁ ଅପରେସନ୍‌ରେ NDRFର ୧୭ଟି ଟିମ୍, ବାୟୁସେନାର ୩ଟି ଧ୍ରୁବ ହେଲିକପ୍ଟର ଓ ସ୍ଥଳସେନା ନିୟୋଜିତ ହୋଇଛନ୍ତି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏବେ ବି ଅନେକ ପର୍ଯ୍ୟଟକ ସେଠାରେ ଫଶିରହିଛନ୍ତି। ସେମାନଙ୍କୁ ଉଦ୍ଧାର କରିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ ରେସ୍କ୍ୟୁ କରୁଛନ୍ତି କିନ୍ତୁ ଅନେକ ସ୍ଥାନରେ ରାସ୍ତା ଧୋଇଯାଇଥିବା କାରଣରୁ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପ୍ରବଳ ବର୍ଷାରେ ଲୋକମାନେ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗତ ୨୦ ତାରିଖରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ଟ୍ରାକ୍ଟରରେ ବସି ଖଟିମା ବନ୍ୟାଞ୍ଚଳ ସ୍ଥିତି ଅନୁଧ୍ୟାନ କରିବା ସହ ବିପନ୍ନଙ୍କୁ ଭେଟିଥିଲେ । ଏଥିସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଓ ବାସଗୃହ ହରାଇଥିବା ପରିବାର ପାଇଁ ୧ଲକ୍ଷ ୯୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିଲେ । ଉତ୍ତରାଖଣ୍ଡରେ ଏବେ ବର୍ଷା କମିଥିବା ବେଳେ, ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ ।

India Rain Uttarakhand Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ