ଖାଇକୁ ଖସିଲା ବରଯାତ୍ରୀ ବସ୍‌ : ଦୁର୍ଘଟଣାରେ ୨୫ ମୃତ

ବରଯାତ୍ରୀ ନେଇ ଆଉ ଫେରିଲାନି ବାହାଗାଡ଼ି । ରାସ୍ତାରେ ୨୫ ଜଣଙ୍କ ଜୀବନ ଚାଲିଗଲା ।

Uttarakhand Bus Accident

ଅନ୍ଧାର ରାତିରେ ଛକି ବସିଥିଲା ଯମ । ଗତକାଲି ସଂଧ୍ୟା ୭ଟାରେ ମର୍ମନ୍ତୁଦ ବସ୍‌ ଦୁର୍ଘଟଣା( bus accident) । ବରଯାତ୍ରୀ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇ ଚାଲିଗଲା ୨୫ ଜଣଙ୍କ ଜୀବନ । ଭାରସାମ୍ୟ ହରାଇ ଉତ୍ତରାଖଣ୍ଡ(uttarakhand)ର ପୌରୀ ଗଡଓ୍ୱାଲ ଜିଲ୍ଲାର ରିଖନିଖାଲ ଓ ବିରୋଖାଲ ରାସ୍ତାରୁ ଏକ ଖାତକୁ ଖସି ପଡ଼ିଛି ବରଯାତ୍ରୀ ବସ୍ । ଏହି ବସ୍ ହରିଦ୍ୱାର ଜିଲ୍ଲାର ଲାଲଡହଙ୍ଗରୁ ପୌରୀର ବିରୋଖାଲ ଗାଁ ଅଭିମୁଖେ ବାହାରିଥିଲା । ବସରେ ମୋଟ୍‌ ୪୦ରୁ ୫୦ ଲୋକ ସବାର ଥିବା ଜଣାପଡ଼ିଛି ।  

ଗତକାଲି ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ଦୁର୍ଘଟଣା ଘଟିଛି । ବସଟି ରାସ୍ତାଠୁ ପ୍ରାୟ ୫୦୦ ଫଟୁ ତଳକୁ ଖସି ପଡ଼ିଛି ।  ପୋଲିସ ଓ ଉଦ୍ଧାରକାରୀ ଦଳ ସ୍ଥାନୀୟ ଲୋକଙ୍କ ସହ ମିଶି ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ତେବେ ରାତି ଅନ୍ଧାର କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥଲା । ୬ ଜଣ ଲୋକଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରାଖଣ୍ଡ ପୋଲିସ ଡିଜି ସୂଚନା ଦେଇଛନ୍ତି ଦୁର୍ଘଟଣାସ୍ଥଳରୁ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।  ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି ଡିଜାଷ୍ଟର କଣ୍ଟ୍ରୋଲ ରୁମ୍ ଅଧିକାରୀଙ୍କୁ ଜିଲ୍ଲା ଅଧିକାରୀଙ୍କ ସହ ଯୋଗାଯୋଗରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି । ବସ୍‌ରେ ପ୍ରାୟ  ୪୫ ଜଣ ଲୋକ ଥିଲେ । ବସ୍ ଏକ ଗଭୀର ଖାଇରେ ପଡିଯାଇଛି । ମୁଁ ସେଠାରେ ଥିବା ଅଧିକାରୀଙ୍କ ସହ କଥା ହୋଇଛି ଓ ଉଦ୍ଧାରକାର୍ଯ୍ୟ ଚାଲିଥିବା ସେ କହିଛନ୍ତି ।  ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି ।

ଗତ ଜୁନ ମାସରେ ବି ଉତ୍ତରାଖଣ୍ଡରେ ଏକ ସମାନ ପ୍ରକାରର ସଡ଼କ ଦୁର୍ଘଟଣା ହୋଇଥିଲା । ଏକ ବସ ଏକ ଗଭୀର ଖାଇରେ ଖସିପଡ଼ିବାରୁ ୨୫ ଜଣ ଲୋକ ପ୍ରାଣ ହରାଇଥିଲେ ।