Advertisment

ଦେବଭୂମିରେ ଅଘଟଣ; ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୧୫ ମୃତ, ଅନେକ ଗୁରୁତର

ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲା ଅନ୍ତର୍ଗତ ଅଳକାନନ୍ଦା ନଦୀ କୂଳରେ ଚାଲିଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୧୫ ଜଣଙ୍କର ମୃତ୍ୟୁ ଘଟିଛି ।

ଅଦ୍ୟତନ ହୋଇଛି
Uttarakhand Power Transformer Explosion

Transformer Explodes

Advertisment

ବିଦ୍ୟୁତ ଟ୍ରାନ୍ସଫର୍ମର ଫାଟି ୧୫ ମୃତ । ଉତ୍ତରାଖଣ୍ତ ଚମୋଲି ଜିଲ୍ଲା ଅଳକାନନ୍ଦା ନଦୀ ତଟରେ ଥିବା ‘ନମାମି ଗଙ୍ଗେ ପ୍ରକଳ୍ପ’ ର ବିଦ୍ୟୁତ୍‌ ଟ୍ରାନ୍ସଫର୍ମର  ବିସ୍ଫୋରଣ ଘଟିଛି । ଦୁର୍ଘଟଣାରେ ୧୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ୪ ଜଣ ପୋଲିସ କର୍ମଚାରୀ ଥିବା କୁହାଯାଉଛି ।

Advertisment

ଉତ୍ତରାଖଣ୍ଡ ଡିଜିପି ଅଶୋକ କୁମାର କହିଛନ୍ତି, ୧୫ ଜଣ ମୃତକଙ୍କ ମଧ୍ୟରେ ପିପଲକୋଟିର ଫାଣ୍ଡି ଇନ୍‌ଚାର୍ଜ ଓ ୫ ଜଣ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି । ଅଘଟଣରେ ଅନେକ ଲୋକ ପୋଡ଼ିଯାଇ ଆହତ ହୋଇଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ଚାମୋଲି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ପରମେନ୍ଦ୍ର ଡୋଭାଲ୍‌ କହିଛନ୍ତି । ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ରିଲିଫ୍‌ ଅଭିଯାନ ଆରମ୍ଭ କରିଛନ୍ତି ।

Transformer Explodes Alaknanda River
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ