Advertisment

ୟୁପିରେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଆକ୍ରମଣ, ଫାଟିଲା ନାକ

ମନ୍ତ୍ରୀ ସଞ୍ଜୟ ନିଷାଦ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଦାୟୀ କରିଛନ୍ତି। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଦ୍ୟତନ ହୋଇଛି
UP Cabinet Minister Attack

UP Cabinet Minister Attack

Advertisment

ଉତ୍ତରପ୍ରଦେଶର କ୍ୟାବିନେଟ୍ ମନ୍ତ୍ରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ। ଏକ ବିବାହ ସମାରୋହରେ ଯୋଗ ଦେବାକୁ ଯାଇଥିବା ବେଳେ କିଛି ଅଜ୍ଞାତ ଲୋକେ ନିଷାଦ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ ଉପରେ ଆକ୍ରମଣ କରିଛନ୍ତି। 

Advertisment

ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ଉତ୍ତରପ୍ରଦେଶର ସନ୍ଥ କବୀରନଗରରେ ଆୟୋଜିତ ଏକ ବିବାହ ସମାରୋହରେ ଯୋଗ ଦେବା ପାଇଁ ମନ୍ତ୍ରୀ ସଞ୍ଜୟ ନିଷାଦ ଯାଇଥିଲେ। ଏତିକି ବେଳେ କିଛି ଅଜଣା ବ୍ୟକ୍ତି, ମନ୍ତ୍ରୀ ଓ ତାଙ୍କ ସମର୍ଥକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ତାଙ୍କ ନାକରେ ଆଘାତ ଲାଗିଛି। ତାଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ମନ୍ତ୍ରୀ ସଞ୍ଜୟ ନିଷାଦ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଦାୟୀ କରିଛନ୍ତି। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment

ଅନ୍ୟପଟେ କ୍ୟାବିନେଟ୍ ମନ୍ତ୍ରୀ ସଞ୍ଜୟ ନିଷାଦ ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସମାଜବାଦୀ ପାର୍ଟିକୁ ଦାୟୀ କରିଛନ୍ତି। ୨୦-୨୫ ଲୋକ ତାଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ନାକ ଫାଟି ଯାଇଥିଲା ଓ ରକ୍ତସ୍ରାବ ହୋଇଥିଲା। ଏହାପରେ ସମର୍ଥକମାନେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ସେମାନେ ସମାଜବାଦୀ ପାର୍ଟି ବିରୋଧରେ ନାରାବାଜି ମଧ୍ୟ କରିଥିଲେ। ଏହି ମାମଲାରେ ପୁଲିସ ଅନେକ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି।ତେବେ ନିର୍ବାଚନ ସମୟରେ ଏଭଳି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।

Advertisment
Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ