Advertisment

ୟୁପିରେ ବନ୍ୟା ସ୍ଥିତି ଗମ୍ଭୀର: ଘର ଭିତରୁ ବାହାରି ପାରୁନାହାନ୍ତି ଲୋକ

ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍‌ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।

ଅଦ୍ୟତନ ହୋଇଛି
ୟୁପିରେ ବନ୍ୟା ସ୍ଥିତି ଗମ୍ଭୀର: ଘର ଭିତରୁ ବାହାରି ପାରୁନାହାନ୍ତି ଲୋକ

UP FLOOD

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବନ୍ୟା ସ୍ଥିତି ଗମ୍ଭୀର ହେଲାଣି। ଚନ୍ଦୌଳି ଓ ଗଙ୍ଗା ନଦୀର ଜଳସ୍ତର ବଢିବା ଯୋଗୁଁ ଅନେକ ଅଂଚଳ ଜଳମଗ୍ନ ହୋଇଛି। ନଦୀରେ ହଠାତ୍‌ ବନ୍ୟା ପାଣି ମାଡ଼ି ଆସିବା କାରଣରୁ ଅନେକ ଗାଁ ଜଳ ଘେରରେ ରହିଛି। ଗୋଟିଏ ପଟେ ବନ୍ୟା ଓ ଅନ୍ୟ ପଟେ ପ୍ରବଳ ବର୍ଷା ୟୁପି ବାସିନ୍ଦାକୁ ହିନସ୍ତା କରୁଛି। ସ୍ଥିତି ଏମିତି ହେଲାଣି ଯେ, ଘରକୁ ଛାଡ଼ି ସୁରକ୍ଷିତ ଉଚ୍ଚ ସ୍ଥାନକୁ ପଳାଉଛନ୍ତି ଲୋକେ। ଆଉ ଏପରି ସ୍ଥିତିରେ ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଘରୁ ହିଁ ପଦାକୁ ବାହାରି ପାରୁନାହାନ୍ତି। ଚାନ୍ଦୌରି ଜିଲ୍ଲାରେ ଗଙ୍ଗା ନଦୀର ବନ୍ୟା ପାଣି ଲୋକଙ୍କ ଜୀବନକୁ ଦୁର୍ବିପାକ କରିଦେଇଛି। ବର୍ତ୍ତମାନ ଗାଁର ଅନେକ ସ୍ଥାନ ବନ୍ୟା ପାଣିରେ ବୁଡ଼ିକି ରହିଛି। ନିଜ ଘରକୁ ଛାଡ଼ି କେବଳ ଅତ୍ୟନ୍ତ ଦରକାରୀ ଜିନିଷକୁ ନେଇ ଯିଏ ଯେଉଁ ଆଡ଼େ ପାଇଲା ପଳାଉଥିବା ଦେଖାଯାଇଛି।

Advertisment

ସ୍ଥାନୀୟ ଅଂଚଳର ଜଣେ ବାସିନ୍ଦା ଅର୍ଥାତ୍‌ ବନ୍ୟା ପୀଡ଼ିତା ରୀତା ଦେବୀ ଗଣମାଧ୍ୟମକୁ କହିଛନ୍ତି ଯେ, ବନ୍ୟାରେ ଶତାଧିକ ଘର ଭାସିଯାଇଛି। ଗାଈ ଗୋରୁଙ୍କୁ ସାଙ୍ଗରେ ଧରି ଉଚ୍ଚା ସ୍ଥାନକୁ ପଳାଉଛୁ। ଏହାସହ ସେ କହିଛନ୍ତି ଗଙ୍ଗା ନଦୀରେ ଯେପରି ଭାବରେ ପାଣି ବଢୁଛି ତାହା ଆଜି ରାତି ସୁଦ୍ଧା ଘର ଛାଳ ଉପରକୁ ଛୁଇଁଯିବ। ତେଣୁ ଆମେ ମାନେ ଘର ଛାଡ଼ି ପଳାଉଛୁ। କିନ୍ତୁ ଗାଁ ମଧ୍ୟରେ ଏମିତି ଘର ଅଛି ଯେଉଁମାନେ କି ବାହାରିବା ପରିସ୍ଥିତିରେ ନାହାନ୍ତି। ପାଣିର ସୁଅ ଏତେ ପ୍ରଖର ଅଛି କି ସେମାନେ ଆସିବାକୁ ସୁରକ୍ଷିତ ମଣୁନାହାନ୍ତି।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଅଧାଲୋକ ଚୋରିକୁ ଡ଼ରି ଘରୁ ବାହାରୁନାହାନ୍ତି। ସେପଟେ ପ୍ରଶାସନ ଠିକ୍‌ ସମୟରେ ପହଞ୍ଚୁନଥିବା କାରଣରୁ ବନ୍ୟା ବିପନ୍ନମାନେ ମଧ୍ୟ ଅସନ୍ତୋଷ ଜାହିର କରିଛନ୍ତି। ସେପଟେ, ପ୍ରଶାସନିକ ଅଧିକାରୀ କହିଛନ୍ତି ଆମେ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛୁ। ପାଣି ଅଧିକ ରହିଥିବା କାରଣରୁ ସାମାନ୍ୟ ବିଳମ୍ବ ହେଉଛି ବୋଲି ସେ କହିଛନ୍ତି।

India Uttar Pradesh Flood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ