ମହିଳାଙ୍କ ଦିନ ! ବିଧାନସଭାରେ କେବଳ ମହିଳା ହିଁ ପ୍ରଶ୍ନ କରିବେ ମତ ରଖିବେ, ଆଉ ସବୁ ଚୁପ୍‌

ସବୁ ମହିଳା ବିଧାୟକମାନଙ୍କୁ କହିବାର ସୁଯୋଗ ମିଳିବ  । ଉତ୍ତରପ୍ରଦେଶ ବିଧାନସଭାରେ ୪୭ ମହିଳା ବିଧାୟକ ଅଛନ୍ତି  ।

UP Assembly

ଆଜି ମହିଳାଙ୍କ ଦିନ । ମହିଳାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ । ଆଜି କେବଳ ମହିଳା । ମହିଳାମାନେ କହିବେ ଆଉ ପୁରୁଷ ମାନେ ଶୁଣିବେ । ମହିଳା ମାନେ ହିଁ ପଚାରିବେ ପ୍ରଶ୍ନ । ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ନିଆଯାଇଛି ଏଭଳି ଏକ ଐତିହାସିକ ନିଷ୍ପତ୍ତି । ବିଧାନସଭାରେ ଆଜି କେବଳ ମହିଳା ବିଧାୟକମାନେ ମତ ରଖିବେ । ମହିଳା ବିଧାୟକମାନେ ପ୍ରଶ୍ନକାଳରେ ସେମାନଙ୍କର  ମତ ରଖିବେ । ଏହାପରେ ମଧ୍ୟ ସେମାନେ ମହିଳାମାନଙ୍କ ସମସ୍ୟା ନେଇ ପ୍ରଶ୍ନ ଉଠାଇପାରିବେ । ଏଥିସହ ତାଙ୍କ ବିଧାନସଭା ସମ୍ପର୍କିତ ପ୍ରଶ୍ନ ମଧ୍ୟ ପଚାରିପାରିବେ । ମହିଳା ବିଧାୟକଙ୍କୁ ତିନି ମିନିଟ୍ ଲେଖାଏଁ କହିବାର ସୁଯୋଗ ମିଳିବ । ସବୁ ମହିଳା ବିଧାୟକଙ୍କୁ କହିବାର ସୁଯୋଗ ଦେବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ୪୦୩ ସଦସ୍ୟ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ୪୭ଜଣ ମହିଳା ବିଧାୟକ ଅଛନ୍ତି । ୫ଜଣ ମହିଳାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିଛି ।