Advertisment

ଭାରତ ସହ ଆମେରିକା ଖେଳୁଛି ଡବଲ୍ ଗେମ୍, ନିଜ୍ଜର ହତ୍ୟାକାଣ୍ଡ ସମ୍ପର୍କରେ କାନାଡାକୁ ଦେଇଥିଲା ଗୁପ୍ତ ତଥ୍ୟ !

ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲେ। ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ ।

ଅଦ୍ୟତନ ହୋଇଛି
undefined

India-Canada

Advertisment

ଖଲିସ୍ତାନ ଆତଙ୍କବାଦୀ ହତ୍ୟାକାଣ୍ଡକୁ ନେଇ ଭାରତ-କାନାଡା ମଧ୍ୟରେ ବଢ଼ିବାରେ ଲାଗିଛି ତିକ୍ତତା। ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ମାମଲାରେ ଭାରତ ବିରୋଧରେ ଅଭିଯୋଗ କରିଥିଲେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ। ଏହା ପରେ ଦୁଇ ଦେଶ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଥିଲା। ତେବେ ଏହାରି ମଧ୍ୟରେ କାନାଡାର ଗଣମାଧ୍ୟମରେ ଏକ ରିପୋର୍ଟ ‍ଆସିଥିଲା ଯେଉଁଥିରେ କୁହାଯାଇଛି କି ପାଞ୍ଚଟି ଦେଶକୁ ନେଇ ଗଠିତ ଫାଇଭ୍ ଆଇଜ୍ ସଂଗଠନର ଜଣେ ସଦସ୍ୟ କାନାଡାକୁ ଗୁପ୍ତ ସୂଚନା ଦେଇଛନ୍ତି । ତେବେ ଏବେ ଏହା ସ୍ପଷ୍ଟ ହୋଇସାରିଛି ଯେ ଖଲିସ୍ତାନୀ ଆତଙ୍କବାଦୀଙ୍କ ହତ୍ୟା ସମ୍ବନ୍ଧରେ କାନାଡାକୁ ଆମେରିକା ହିଁ ଗୁପ୍ତ ସୂଚନା ଦେଇଛି । ନ୍ୟୁୟର୍କ ଟାଇମ୍ସ ଏହାର ରିପୋର୍ଟରେ ଏ ସମ୍ପର୍କରେ ସୂଚନା ଦେଇଛି ।

Advertisment

ନ୍ୟୁୟର୍କ ଟାଇମ୍ସ ରିପୋର୍ଟରେ କୁହାଯାଇଛି ଯେ ହତ୍ୟା ପରେ ଆମେରିକା ଗୁପ୍ତଚର ଏଜେନ୍ସି କାନାଡ ସରକାରଙ୍କୁ ଏହି ସମ୍ବନ୍ଧୀୟ ସୂଚନା ଦେଇଥିଲା । ତେବେ ଆମେରିକା କେଉଁ ପ୍ରକାର ସୂଚନା କାନାଡାକୁ ଦେଇଛି ତାହା ପ୍ରକାଶ କରାଯାଇନାହିଁ । ଖଲିସ୍ତାନୀ ଆତଙ୍କବାଦୀ ନିଜ୍ଜରଙ୍କ ମୃତ୍ୟୁ ପରେ ଆମେରିକାର ଅଧିକାରୀ କାନାଡା ପ୍ରତିପକ୍ଷଙ୍କୁ କହିଥିଲେ କି ତାଙ୍କ ପାଖରେ ଏହି ହତ୍ୟାକାଣ୍ଡ ବିଷୟରେ କୌଣସି ପୂର୍ବ ସୂଚନା ନଥିଲା। ଯଦି କିଛି ସୂଚନା ଥାନ୍ତା ତାହାଲେ ତୁରନ୍ତ କାନାଡାକୁ ସେ ସମ୍ପର୍କରେ ସୂଚନା ଦିଆଯାଇଥାନ୍ତା ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା।

ସୂଚନା ଅନୁସାରେ ଆମେରିକା ନିୟମିତ ଭାବରେ କାନାଡା ସମେତ ପଡ଼ୋଶୀ ଦେଶମାନଙ୍କ ସହ ଯୋଗଯୋଗ କରିଥାଏ। କିନ୍ତୁ ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜର ହତ୍ୟା ସହ ଜଡ଼ିତ ସୂଚନା ଆମେରିକା ଜାଣିଶୁଣି ସମ୍ପୂର୍ଣ୍ଣ ଭିନ୍ନ ଢଙ୍ଗରେ କାନାଡାକୁ ଦେଇଥିଲା। କାହିଁକି ନା ଆମେରିକା କାନାଡାକୁ ସାହାଯ୍ୟ କରିବାକୁ ଚାହେଁ କିନ୍ତୁ ଭାରତ ସହ ମଧ୍ୟ ସମ୍ପର୍କ ଖରାପ କରିବାକୁ ଚାହେଁନି ।

Advertisment
USA India News Canada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ