Advertisment

ଅବସରର ୫ ବର୍ଷ ପୂର୍ବରୁ ଦେଲେ ଇସ୍ତଫା..କାରଣକୁ ନେଇ ଚାଲିଛି ତର୍ଜମା..

କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପୂର୍ବରୁ କାହିଁକି ଇସ୍ତାଫା ଦେଲେ ମନୋଜ? ଇସ୍ତଫାପତ୍ରରେ ଦର୍ଶାଇଥିବା ବ୍ୟକ୍ତିଗତ କାରଣ ପଛରେ ରହିଛି ଆଉ କ’ଣ ରହସ୍ୟ।

Manoj Soni

Manoj Soni

Advertisment

ଇସ୍ତଫା ଦେଲେ UPSC ଅଧ୍ୟକ୍ଷ ମନୋଜ ସୋନି। ଟ୍ରେନି ଆଇଏଏସ ପୂଜା ଖେଡକରଙ୍କୁ ନେଇ ଚାଲିଥିବା ବିବାଦ ଭିତରେ ଇସ୍ତଫା ଦେଲେ ୟୁନିଅନ ପବ୍ଲିକ ସର୍ଭିସ କମିସନ (UPSC) ଅଧ୍ୟକ୍ଷ ମନୋଜ ସୋନି। କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ତାଙ୍କ ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି । ପୂଜା ଖେଡକରଙ୍କ ଚୟନ ଅନିୟମିତତାକୁ ନେଇ ୟୁପିଏସସି ବିବାଦ ଘରରେ ଥିବା ବେଳେ ହଠାତ ପଦ ଛାଡିଛନ୍ତି ମନୋଜ ସୋନି। ତେବେ ଏହା ପଛରେ ଅନ୍ୟାନ୍ୟ କାରଣ ରହିଥିବା ନେଇ ସନ୍ଦେହ କରାଯାଉଛି।

Advertisment

କାର୍ଯ୍ୟକାଳ ଶେଷ ହେବାର ୫ ବର୍ଷ ପୂର୍ବରୁ କାହିଁକି ଇସ୍ତାଫା ଦେଲେ ମନୋଜ? ଇସ୍ତଫାପତ୍ରରେ ଦର୍ଶାଇଥିବା ବ୍ୟକ୍ତିଗତ କାରଣ ପଛରେ ରହିଛି ଆଉ କ’ଣ ରହସ୍ୟ। ଏଥିସହ ସେ କହିଛନ୍ତି, ବର୍ତ୍ତମାନ UPSCକୁ ନେଇ ଚାଲିଥିବା ବିବାଦ ସହ ଏହାର କୌଣସି ସମ୍ପୃକ୍ତି ନାହିଁ। ତେବେ ଟ୍ରେନି ଆଇଏଏସ୍‌ ପୂଜା ଖେଡକରଙ୍କ ନାଁରେ ମାମଲା ରୁଜୁ କରିଛି UPSC। ଏହା ମନୋଜଙ୍କ ଇସ୍ତାଫାର ମୁଖ୍ୟ କାରଣ ହୋଇଥାଇପାରେ ବୋଲି କୁହାଯାଉଛି।

ବର୍ତ୍ତମାନ ୟୁପିଏସ୍‌ସି ପରୀକ୍ଷାରେ ଜାଲ୍‌ ସାର୍ଟିଫିକେଟ ଦେଇ ଆଶାୟୀମାନେ ଚାକିରି ହାତଉଥିବା ଅଭିଯୋଗ ହେଉଥିବା ବେଳେ ଏପରି ଘଟଣା ସାମ୍ନାକୁ ଆସିଛି। ତେବେ ମନୋଜ ସୋନୀଙ୍କ ଇସ୍ତଫା ସହ ଏହାର କୌଣସି ସମ୍ପର୍କ ନ ଥିବା କୁହାଯାଉଛି। ନିକଟରେ ଜଣେ IAS ଅଫିସର୍‌ଙ୍କୁ ନେଇ ମଧ୍ୟ ଚର୍ଚ୍ଚା ବଢ଼ିଛି। ନିଜକୁ ଦିବ୍ୟାଙ୍ଗ ସାଜି ଚାକିରି ପାଇଥିବା ଅଫିସର୍‌ ଜଣକ କିନ୍ତୁ ସମ୍ପୂର୍ଣ୍ଣ ଭାବେ ଫିଟ୍‌ ଥିବା ଦେଖିବାକୁ ମିଳିଛି।

Advertisment

ତେବେ ମହାରାଷ୍ଟ୍ରର ଟ୍ରେନି ଆଇଏଏସ ପୂଜା ଖେଡକାରଙ୍କ ମାମଲାରେ UPSC ବିବାଦ ଘେରରେ ରହିଛି। ପୂଜାଙ୍କ ବିରୋଧରେ ଅପରାଧିକ ମାମଲା ଦାଏର ହୋଇଛି। ପୂଜା ନିଜ ଆୟ ପ୍ରମାଣପତ୍ର ଓ ଶାରିରୀକ ଭିନ୍ନକ୍ଷମତା ସମ୍ପର୍କରେ ମିଥ୍ୟା ମେଡିକାଲ ପ୍ରମାଣପତ୍ର ଦେଇ ଚୟନ ହେଇଥିବା ଅଭିଯୋଗ ହୋଇଥିଲା। ଆୟୋଗ ପୂଜାଙ୍କ ପ୍ରତି ଅହେତୁକ ସହାନୁଭୂତି ଦେଖାଇଥିବା ଅଭିଯୋଗ ହେବା ପରେ UPSCର ସ୍ୱଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ତେବେ ଏହି ମାମଲାରେ ତଦନ୍ତ ଚାଲିଥିବା ବେଳେ ୫ବର୍ଷ ପୂର୍ବରୁ ଆୟୋଗର ଅଧ୍ୟକ୍ଷ ମନୋଜ ସୋନି ଇସ୍ତଫା ନେଇ ଚର୍ଚ୍ଚା ଲାଗିରହିଛି।

ମନୋଜ ସୋନି ୨୦୧୭ ମସିହାରେ ୟୁପିଏସ୍‌ସିର ସଦସ୍ୟ ହୋଇଥିଲେ। ଗତବର୍ଷ ମେ’ ୧୬ ତାରିଖରେ କେନ୍ଦ୍ର ଜନସେବା ଆୟୋଗର ଚେୟାରମ୍ୟାନ୍ ଭାବେ ନିଯୁକ୍ତ ହୋଇଥିଲେ । ତାଙ୍କର କାର୍ଯ୍ୟକାଳ ୨୦୨୯ ମସିହା ମେ’ ୧୫ ତାରିଖ ଯାଏ ଥିଲା । ମାତ୍ର ଚାକିରିର ୫ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି।

Advertisment
UPSC IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ