Advertisment

ୟୁପି ହିଂସା: ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ହେଲା ଏମିତି ଖୁଲାସା....

ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍‌ ଝଟ୍‌କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି।

ଅଦ୍ୟତନ ହୋଇଛି
UP Violence

UP Violence

Advertisment

ଲକ୍ଷ୍ନୌ: ରବିବାର ଉତ୍ତରପ୍ରଦେଶ ଲଖିମପୁର ଖେରିରେ ହୋଇଥିବା ହିଂସାକାଣ୍ଡ ଘଟଣାରେ ମୃତ୍ୟୁବରଣ କରିଥିବା ୮ ଜଣଙ୍କ ପୋଷ୍ଟମର୍ଟମ ରିପୋର୍ଟ ସାମ୍ନାକୁ ଆସିଛି। ହଠାତ୍‌ ଝଟ୍‌କା ଲାଗିବା ଯୋଗୁ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ କିଛି ଲୋକଙ୍କ ମୃତ୍ୟୁ ପ୍ରବଳ ରକ୍ତସ୍ରାବ ଯୋଗୁ ହୋଇଛି। ହେଲେ ଗୁଳିମାଡ଼ରେ କାହାର ବି ମୃତ୍ୟୁ ହୋଇନଥିବା ପୋଷ୍ଟମର୍ଟ ରିପୋର୍ଟରେ କୁହାଯାଇଛି। ଏହି ଘଟଣାରେ ମୃତ୍ୟୁବରଣ କରିଥିବା ସମସ୍ତ ୮ ମୃତକଙ୍କ ପୋଷ୍ଟମର୍ଟମ ସୋମବାର କରାଯାଇଥିଲା। 

Advertisment

ଜାଣନ୍ତୁ, ଏହି ୮ ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟରେ କ’ଣ ସାମ୍ନାକୁ ଆସିଛି....

  • ଲଭ୍‌ପ୍ରୀତ ସିଂ (ଚାଷୀ): ଟଣାଓଟରାରେ ଯୋଗୁ ଶରୀରରେ ଆଘାତ ଚିହ୍ନ ମିଳିଛି। ମୃତ୍ୟୁର କାରଣ ଝଟ୍‌କା ଲାଗିବା ଓ ପ୍ରବଳ ରକ୍ତସ୍ରାବ।
  • ଗୁରୁବିନ୍ଦର ସିଂ (ଚାଷୀ): ଶରୀରରେ ୨ଟି ଆଘାତ ଚିହ୍ନ ଏବଂ ଟଣାଓଟରା ଚିହ୍ନ ରହିଛି। ତୀକ୍ଷ୍ଣ ବସ୍ତୁ ଦ୍ୱାରା ଆଘାତ କରାଯାଇଥିବା ଚିହ୍ନ ମଧ୍ୟ ମିଳିଛି। ମୃତ୍ୟୁର କାରଣ ଝଟ୍‌କା ଲାଗିବା ଓ ଅତ୍ୟଧିକ ରକ୍ତସ୍ରାବ।
  • ଦଲଜିତ୍ ସିଂ (ଚାଷୀ): ଶରୀରର ଅନେକ ସ୍ଥାନରେ ଟଣାଓଟରାର ଚିହ୍ନ ରହିଛି। ଫଳରେ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
  • ଛତ୍ର ସିଂ (ଚାଷୀ): ଝଟ୍‌କା, ରକ୍ତସ୍ରାବ ହେବାସହ କୋମାକୁ ଚାଲି ଯିବା ମୃତ୍ୟୁର କାରଣ ବୋଲି ଜଣାପଡ଼ିଛି। ଶରୀରର ଅନେକ ସ୍ଥାନରେ ଟଣାଓଟରାର ଚିହ୍ନ ମଧ୍ୟ ମିଳିଛି।
  • ଶୁଭମ୍ ମିଶ୍ର (ବିଜେପି ନେତା): ବାଡ଼ିରେ ପିଟା ଯୋଗୁ ଶରୀରର ଅଧିକାଂଶ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି।
  • ହରି ଓମ୍ ମିଶ୍ର (କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ଡ୍ରାଇଭର): ବାଡ଼ିରେ ପିଟା ଯୋଗୁ ଶରୀରର ଅଧିକାଂଶ ସ୍ଥାନରେ ଆଘାତ ଚିହ୍ନ ଦେଖିବାକୁ ମିଳିଛି। ଝଟ୍‌କା, ରକ୍ତସ୍ରାବ ଯୋଗୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
  • ଶ୍ୟାମ ସୁନ୍ଦର (ବିଜେପି କର୍ମୀ): ବାଡ଼ିରେ ପିଟାଯିବା ଓ ଟଣାଓଟରା ଯୋଗୁ ଅଧିକାଂଶ ସ୍ଥାନରେ ଆଘାତ ଚିହ୍ନ ରହିଛି। 
  • ରମଣ କାଶ୍ୟପ (ସାମ୍ବାଦିକ): ଶରୀରର ପିଟା ଯିବାର ଚିହ୍ନ ରହିଛି। ଆଘାତ ଏବଂ ରକ୍ତସ୍ରାବ ହେତୁ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। 
Advertisment

ଗତ ରବିବାର କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗାଡ଼ି ଗାଷୀଙ୍କ ଉପରେ ମାଡ଼ି ଯାଇଥିଲା ବୋଲି ଅଭିଯୋଗ ହୋଇଛି। ଏଥିରେ ୪ ଜଣ କୃଷକଙ୍କ ମୃତ୍ୟୁ ହୋଇଥିଲା। ଏନେଇ ହିଂସାକାଣ୍ଡ ବ୍ୟାପିବାରୁ ଅନ୍ୟ ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ସମଗ୍ର ଘଟଣାରେ ୮ ଜଣଙ୍କ ମୃତ୍ୟୁକୁ ନେଇ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। 

Farmers Protest Uttar Pradesh Farmers UP Violence Postmortem Report
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ