Advertisment

ୟୁପି ହିଂସା: ବାସଭବନ ସାମ୍ନାରେ ଧାରଣା ଦେଇଥିବା ଅଖିଳେଶ ଯାଦବଙ୍କୁ ଅଟକ ରଖିଲା ପୋଲିସ୍‌

ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି।

Akhilesh Yadav Detained

Akhilesh Yadav Detained

Advertisment

ଲକ୍ଷ୍ନୌ: ଉତ୍ତରପ୍ରଦେଶ ଲକ୍ଷ୍ନୌରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କୁ ପୋଲିସ ନିଜ ହେପାଜତକୁ ନେଇଛି। ନିଜ ବାସଭବନ ଆଗରେ ଧାରଣା ଦେଇଥିବା ଅଖିଳେଶଙ୍କୁ ପୋଲିସ ନିଜ ହେପାଜତକୁ ନେଇ ଅଟକ ରଖିଛି। ଗତକାଲି କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ନେତା ଅଜୟ ମିଶ୍ରଙ୍କ ପୁଅଙ୍କ ଗାଡ଼ି ମାଡ଼ି ଯିବାରୁ ୪ କୃଷକ ପ୍ରାଣ ହରାଇଥିଲେ। କୃଷକଙ୍କ ପରିବାରକୁ ଭେଟିବା ଲାଗି ଆଜି ଅଖିଳେଶ ବାହାରିଥିଲେ। 

Advertisment

ଅଖିଳେଶ ଘରୁ ବାହାରିବା ପୂର୍ବରୁ ତାଙ୍କ ଘର ଆଗରେ ପୋଲିସ ଛାଉଣୀ କରି ଦିଆଯାଇଥିଲା। ଏହାସହ ତାଙ୍କୁ ବାହାରକୁ ବାହାରିବାକୁ ଦିଆଯାଇନଥିଲା। ଏହାର ପ୍ରତିବାଦରେ ଅଖିଳେଶ ଧାରଣା ଦେବା ସହ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ର ଓ ଉତ୍ତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଇସ୍ତଫା ଦାବି କରିଛନ୍ତି। 

Advertisment

ଅଖିଳେଶଙ୍କ ଘର ପାଖରେ ଗୋଟିଏ ଗାଡ଼ିକୁ ଜାଳି ଦିଆଯାଇଛି। କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କ ପୋଲିସ ସୀତାପୁର ହରଗାଁଓ ଅତିଥି ଭବନରେ ଅଟକ ରଖିଛି। ହିଂସାକାଣ୍ଡ ଘଟଣାରେ ୮ ଜଣଙ୍କର ମୃତ୍ୟୁକୁ ନେଇ ପରିସ୍ଥିତି ବିଗୁଡ଼ି ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅଧିକରୁ ଅଧିକ ପୋଲିସ ମୁତୟନ କରାଯାଇଛି। ଏହାସହ ସମ୍ପୃକ୍ତ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ କରି ଦିଆଯାଇଛି। ଲଖିମପୁର ଖେରି ଆସିବାକୁ ଘୋଷଣା କରିଥିବା ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଓ ପଞ୍ଜାବ ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧ୍ଓ୍ୱାଙ୍କୁ ବିମାନରୁ ଓହ୍ଲାଇବାକୁ ନ ଦେବା ଲାଗି ଲକ୍ଷ୍ନୌ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ ଉତ୍ତରପ୍ରଦେଶ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ବଘେଲ ତୀବ୍ର ନିନ୍ଦା କରିଛନ୍ତି। ଉତ୍ତରପ୍ରଦେଶରେ ନାଗରିକ ଅଧିକାରଙ୍କ ସ୍ଥଗିତ କରି ଦିଆଗଲା କି ବୋଲି ସେ ପ୍ରଶ୍ନ କରିଛନ୍ତି। 

Farmers Protest Akhilesh Yadav UP Violence
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ