Chhangur
ବର୍ଷ ବର୍ଷ ଧରି ହିନ୍ଦୁ ମହିଳା ଓ ଯୁବତୀଙ୍କୁ ଟାର୍ଗେଟ କରୁଥିଲେ ଆତ୍ମଘୋଷିତ ଧର୍ମଗୁରୁ । ତିନି ବର୍ଷ ଧରି ହିନ୍ଦୁ ମହିଳା ଓ ଯୁବତୀଙ୍କୁ ଧର୍ମାନ୍ତରୀକରଣ କରିବା ପାଇଁ ୧ ହଜାରରୁ ଅଧିକ ମୁସଲିମ୍ ବ୍ୟକ୍ତିଙ୍କୁ ପାଣ୍ଠି ଯୋଗାଇ ଆସୁଥିଲେ ଉତ୍ତରପ୍ରଦେଶର ଆତ୍ମଘୋଷିତ ଧର୍ମଗୁରୁ ଜଲାଲୁଦ୍ଦିନ୍ ଓରଫ ଛାଙ୍ଗୁର । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଆତଙ୍କବାଦୀ ନିରୋଧୀ ଦଳ (ଏଟିଏସ) ।
ଛାଙ୍ଗୁର ବାବାଙ୍କ ବିରୋଧରେ ରହିଥିବା ଅଭିଯୋଗ ମୁତାବକ, ସେ ଗତ ୩ ବର୍ଷ ଧରି ମୁସଲିମ୍ ରାଷ୍ଟ୍ରଗୁଡିକରୁ ୫୦୦ କୋଟି ଟଙ୍କା ପାଇ ଏକ ଧର୍ମାନ୍ତରୀକରଣ ର୍ୟାକେଟ ଚଳାଉଥିଲେ । ଏହି ସମୟରେ ସେ ଗରିବ, ବିଧବା ଓ ପଛୁଆ ଦୁର୍ବଳ ବର୍ଗର ମହିଳାଙ୍କୁ ଟାର୍ଗେଟ କରୁଥିଲେ । ଉତ୍ତରପ୍ରଦେଶର ଭାରତ-ନେପାଳ ସୀମା ନିକଟରେ ଥିବା ୭ଟି ଜିଲ୍ଲା ଗୁଡିକରେ ସେ ଏହି ଟଙ୍କାକୁ ମୁସଲିମ ବ୍ୟକ୍ତିମାନଙ୍କୁ ଦେଉଥିଲେ । ଏହା ସହିତ ଯେଉଁମାନେ ଲଭ୍ ଜିହାଦ ଜରିଆରେ ହିନ୍ଦୁ ଝିଅମାନଙ୍କୁ ପ୍ରଲୋଭିତ କରି ବିବାହ କରୁଥିଲେ, ସେମାନଙ୍କୁ ନଗଦ ଟଙ୍କା ମଧ୍ୟ ଦେଉଥିଲେ ।
ଛାଙ୍ଗୁର ବାବାଙ୍କ ସହିତ ଏହି କାର୍ଯ୍ୟରେ ନିୟୋଜିତ ଥିଲେ ନିତୁ ଓରଫ ନସରିନ୍ । ବିଦେଶରୁ ଆସୁଥିବା ଟଙ୍କା ସଂକ୍ରାନ୍ତରେ ଖବର ବୁଝୁଥିଲେ ନସରିନ୍ । ଏ ନେଇ ବିଦେଶୀ ଲିଙ୍କ ଥିବା ସନ୍ଦେହରେ ତଦନ୍ତ ବ୍ୟୁରୋ (ଆଇବି) ଓ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସେମାନଙ୍କୁ ଅଧିକ ପଚରାଉଚରା କରିବା ପାଇଁ ନେଇଛି ।
ଛାଙ୍ଗୁର ବାବାଙ୍କ ପୁଅ ମେହବୁବଙ୍କୁ ମଧ୍ୟ ପୂର୍ବରୁ ଗିରଫ କରାଯାଇ ଲକ୍ଷ୍ନୌ ଜିଲ୍ଲା ଜେଲରେ ରଖାଯାଇଛି । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଛାଙ୍ଗୁର ବାବା ଟଙ୍କା ନେଣଦେଣ ଓ କାରବାର ପାଇଁ ପୁଅର ବ୍ୟାଙ୍କ ଆକାଉଣ୍ଟକୁ ବ୍ୟବହାର କରୁଥିଲେ । ଛାଙ୍ଗୁରଙ୍କ ବିଦେଶରେ ଥିବା ବ୍ୟାଙ୍କ ଆକାଉଣ୍ଟ ସଂକ୍ରାନ୍ତରେ ଖୋଳତାଡ ଚାଲିଛି ।
ସୂଚନା ଅନୁଯାୟୀ, ବଳରାମପୁରରେ ଥିବା ଛାଙ୍ଗୁରଙ୍କର ୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ୪୦ କୋଠରୀ ବିଶିଷ୍ଟ ଏକ ଆଲିସାନ ବଙ୍ଗଳାକୁ ଭାଙ୍ଗି ଦିଆଯାଇଛି । ସେ ଅନ୍ୟାୟ ଭାବରେ ସରକାରୀ ଜମିରେ ଏହି ଘର ତିଆରି କରିଥିଲେ । ଏହି ବଙ୍ଗଳାକୁ ଭାଙ୍ଗିବା ପାଇଁ ୧୦ଟି ବୁଲଡୋଜର ନିୟୋଜିତ ହୋଇଥିଲା ଓ ତିନି ଦିନ ଲାଗିଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Chhangur_1752393478.jpg)