Advertisment

ପିଠିରେ ବ୍ୟାଗ ! ଜିନ୍ସରେ ବନ୍ଧୁକ ଧରି ବୁଲୁଥିଲେ ଶିକ୍ଷୟିତ୍ରୀ, ମାଡ଼ି ବସିଲା ପୋଲିସ୍

ବନ୍ଧୁକ ନେଇ କୁଆଡ଼େ ଯାଉଥିଲେ ଶିକ୍ଷୟିତ୍ରୀ ?

gun

gun

Advertisment

ଦେଖିବାକୁ ଲାଗୁଥିଲେ ଖୁବ୍ ସାଧାସିଧା। କଲେଜ ପିଲା ପରି ପିଠିରେ ପଡିଥିଲା ବ୍ୟାଗ୍। ସନ୍ଦେହ କରି ଶିକ୍ଷୟିତ୍ରୀଙ୍କୁ ଯାଞ୍ଚ କଲା ପୋଲିସ୍। ପ୍ୟାଣ୍ଟ ଭିତରୁ ବାହାରିଲା ଦେଶୀ ବନ୍ଧୁକ, ଯାହାକୁ ଦେଖି ତାଜୁବ ପୋଲିସ୍ । ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଶିକ୍ଷୟତ୍ରୀ ଗିରଫ ହୋଇଛନ୍ତି । ଉତ୍ତର ପ୍ରଦେଶ ପୋଲିସ ଏମିତି ସୂଚନା ଦେବା ପରେ ଚମକି ପଡିଛି ସାରା ଦେଶ। ଦେଶୀ ବନ୍ଧୁକ ରଖିବା ଅଭିଯୋଗରେ ଶିକ୍ଷୟତ୍ରୀ କରିସ୍ମା ସିଂହ ଯାଦବକୁ ଗିରଫ କରିଛି ୟୁପି ପୋଲିସ।

Advertisment

ମୈନପୁରରେ ଜଣେ ମହିଳା ମାରଣାସ୍ତ୍ର ଧରି ବୁଲୁଥିବା ଖବର ପହଂଚିଥିଲା ପୁଲିସ ପାଖରେ। ଏହା ପରେ ସହରରେ ଆରମ୍ଭ ହୋଇ ଯାଇଥିଲା ଖାନତଲାସ। ଏତିକି ବେଳେ ଫିରୋଜାବାଦର ଶିକ୍ଷୟତ୍ରୀ କରିସ୍ମାଙ୍କୁ ସନ୍ଦେହ କରାଯାଇ ଯାଞ୍ଚ କରାଯାଇଥିଲା। ତଲାସୀ ବେଳେ ଜିନ୍ସ ପିନ୍ଧା ଏହି ମହିଳା ଶିକ୍ଷୟତ୍ରୀଙ୍କ ବ୍ୟାଗରୁ କିଛି ବାହାରି ନଥିଲା। ଏହା ପରେ ଦେହରେ ହାତ ମାରି ଖୋଜାଖୋଜି କରିଥିଲା ପୋଲିସ୍। ଏହି ସମୟରେ ଶିକ୍ଷୟତ୍ରୀଙ୍କ ଜିନ୍ସ ପ୍ୟାଣ୍ଟ ଭିତରୁ ଏକ ଦେଶୀ ବନ୍ଧୁକ ବାହାର କରିଥିଲେ ମହିଳା ପୋଲିସ କନଷ୍ଟେବଲ।

Advertisment

ଶିକ୍ଷୟତ୍ରୀଙ୍କୁ ଯାଞ୍ଚ ବେଳର ଭିଡିଓ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଏବେ ଶିକ୍ଷୟତ୍ରୀ କରିସ୍ମାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

Teacher UP Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ