Uttar Pradesh
ମନ୍ତ୍ରୀଙ୍କର ନାହିଁ ସମୟ ଜ୍ଞାନ । ଟିକିଏ ବିଳମ୍ବ ହୋଇଥିଲେ ଟ୍ରେନ୍ ଛାଡ଼ି ଚାଲିଯାଇ ଥାଆନ୍ତା । ଏଥିପାଇଁ ମନ୍ତ୍ରୀ ମହୋଦୟ ଷ୍ଟେସନ୍ ସାମ୍ନାରେ ନଓହ୍ଲାଇ ସିଧା ସିଧା କାର୍ ଧରି ପ୍ଲାଟଫର୍ମ ଭିତରକୁ ପହଞ୍ଚି ଯାଇଛନ୍ତି । ଫଳରେ ଠିକ୍ ସମୟରେ ଟ୍ରେନ୍ ଧରିପାରିଛନ୍ତି । ହେଲେ ଏଇଠି ପ୍ରଶ୍ନ ଉଠୁଛି ମନ୍ତ୍ରୀଙ୍କ ସ୍ଥାନରେ ଜଣେ ସାଧାରଣ ଲୋକ ଥିଲେ କ’ଣ ହୋଇଥାଆନ୍ତା । ଷ୍ଟେସନ୍ କର୍ମଚାରୀ କ’ଣ ତାଙ୍କୁ ଭିତରକୁ ଯିବାକୁ ସୁଯୋଗ ଦେଇଥାଆନ୍ତେ ।
ଉତ୍ତରପ୍ରଦେଶର ପ୍ରାଣିଧନ ମନ୍ତ୍ରୀ ଧରମପାଲ ସିଂ ସାଇନି ଲକ୍ଷ୍ନୌରୁ ବରେଲି ପାଇଁ ହାଓଡ଼ା ଅମ୍ରିତସର ଏକ୍ସପ୍ରେସ୍ ଧରିବାର ଥିଲା । ଟ୍ରେନ୍ଟି ସଠିକ ସମୟରେ ଚାରବାଗ ଷ୍ଟେସନର ୪ ନମ୍ବର ପ୍ଲାଟଫର୍ମରେ ଲାଗିଲା । ହେଲେ ମନ୍ତ୍ରୀ ଷ୍ଟେସନ ବାହାରେ ଓହ୍ଲାଇ ଚାଲି ଚାଲି ପ୍ଲାଟଫର୍ମକୁ ଯାଇଥିଲେ, ଟ୍ରେନ ଛାଡ଼ି ଦେଇଥାଆନ୍ତା ।
ଏଥିପାଇଁ ମନ୍ତ୍ରୀ କାର ନଅଟକାଇ ସିଧାସଳଖ ପ୍ଲାଟଫର୍ମ ଭିତରକୁ ଗାଡ଼ି ପଶେଇ ଦେଇ ଏସକାଲେଟର ପାଖରେ ପହଞ୍ଚି ଯାଇଥିଲେ । ତେବେ ଏହି ଘଟଣା ପରେ ଧରମପାଲ ସିଂ ସଫେଇ ଦେଇଛନ୍ତି । ପ୍ରବଳ ବର୍ଷା ହେଉଥିବାରୁ ସେ ବିଳମ୍ବରେ ପହଞ୍ଚିଥିଲେ । ଆଉ ସେଥିପାଇଁ ତାଙ୍କ କାର ପ୍ଲାଟଫର୍ମରେ ପ୍ରବେଶ କରି ଏସ୍କାଲେଟର ନିକଟରେ ପାର୍କିଂ କରି ଦେଇଥିଲା । ଅନ୍ୟପଟେ କେତେକ ଦାବି କରିଛନ୍ତି ମନ୍ତ୍ରୀ ପ୍ଲାଟଫର୍ମକୁ ଚାଲି ଚାଲି ଯିବାକୁ ଚାହୁଁନଥିଲେ, ତେଣୁ ତାଙ୍କ କାର ପ୍ଲାଟଫର୍ମ ଭିତକୁ ନେଇ ଯାଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1692876651.jpg)