Advertisment

ମାଆ-ପତ୍ନୀ-ଝିଅ-ପୁଅଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ନିଶାଖୋର୍ ବାପା

ଦିନେ ଯେଉଁ ଘର ହସଖୁସିରେ ଉଛୁଳି ଉଠୁଥିଲା ଏବେ ସେଠି ସମ୍ପୂର୍ଣ୍ଣ ନୀରବତା। ଯିଏ ନିଜ ପରିବାର ସଦସ୍ୟଙ୍କ ରକ୍ଷାକର୍ତ୍ତା ସାଜିବା କଥା, ସିଏ ହିଁ ନିଜ ଘରେ ରଚିଲେ ମୃତ୍ୟୁର ତାଣ୍ଡବ । ଜଣକ ପରେ ଜଣଙ୍କୁ କଲା ହତ୍ୟା ।

ଅଦ୍ୟତନ ହୋଇଛି
Crime

Crime

Advertisment

ନିଶା ହେଲା କାଳ । ଫଳରେ ନିଜ ପରିବାର ବି ଲାଗିଲା ପର। ଆଉ ପୂରା ପରିବାରକୁ କରିଦେଲା ଛାରଖାର । ଉତ୍ତରପ୍ରଦେଶର ସୀତାପୁରରେ ଘଟିଯାଇଛି ଏଭଳି ଏକ ଅଭାବନୀୟ ଘଟଣା। ମଥୁରା ଥାନା ଅନ୍ତର୍ଗତ ପହ୍ଲାପୁର ଗାଁରେ ଜଣେ ବ୍ୟକ୍ତି ନିଜ ପରିବାରର ୫ ଜଣଙ୍କୁ ହତ୍ୟା କରିବା ପ‌ରେ ଜୀବନ ହାରିଛନ୍ତି। ବ୍ୟକ୍ତି ଜଣକ ହେଲେ ଅନୁରାଗ ସିଂହ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ଯୁବକ ଜଣକ ୩ ପିଲାଙ୍କୁ ଛାତରୁ ଠେଲି ହତ୍ୟା କରିବା ପରେ, ମା’କୁ ଗୁଳି ମାରିଦେଲେ, ଏହାପରେ ସ୍ତ୍ରୀକୁ ହାତୁଡିରେ ଛେଚି ହତ୍ୟା କରିବା ପରେ ନିଜକୁ ବି ଗୁଳିମାରି ହତ୍ୟା କରିଛନ୍ତି।

Advertisment

ଦିନେ ଯେଉଁ ଘର ହସଖୁସିରେ ଉଛୁଳି ଉଠୁଥିଲା ଏବେ ସେଠି ସମ୍ପୂର୍ଣ୍ଣ ନୀରବତା। ଯିଏ ନିଜ ପରିବାର ସଦସ୍ୟଙ୍କ ରକ୍ଷାକର୍ତ୍ତା ସାଜିବା କଥା, ସିଏ ହିଁ ନିଜ ଘରେ ରଚିଲେ ମୃତ୍ୟୁର ତାଣ୍ଡବ । ଜଣକ ପରେ ଜଣଙ୍କୁ କଲା ହତ୍ୟା ।

ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଏହି ସାଂଘାତିକ ଘଟଣା ଘଟିଛି। ଗାଁର ଅନୁରାଗ ସିଂହ ଗତ ରାତିରେ ନିଜ ହାତରେ ନିଜ ପରିବାରକୁ ଛାରଖାର କରି ଦେଇଛନ୍ତି। ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ। ଏହାପରେ ନିଜର ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ଜଣାପଡ଼ିଛି ଯେ, ଅଭିଯୁକ୍ତ ଅନୁରାଗ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ମାନସିକ ଭାବେ ବିଚଳିତ ରହୁଥିଲା । ତେଣୁ ସେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି।

Advertisment
Murder
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ