Advertisment

ସ୍ତ୍ରୀ ନିର୍ଯାତନା ସହିପାରିଲେନି; SPଙ୍କ ଘର ଆଗରେ ବିଷ ପିଇ ଜୀବନ ହାରିଲେ..

ଥାନାରେ ଅଭିଯୋଗ ନ ଶୁଣିବାରୁ ଏସ୍‌ପିଙ୍କ ଘର ଆଗରେ ବିଷ ପିଇଦେଲେ ଜଣେ ବ୍ୟକ୍ତି। ଶନିବାର ଏହି ଘଟଣା ଘଟିଛି।

Man Consumes Poison

Man Consumes Poison

Advertisment

ଏସ୍‌ପିଙ୍କ ଘର ଆଗରେ ଜୀବନ ହାରିଲେ ଜଣେ ବ୍ୟକ୍ତି। ସ୍ତ୍ରୀର ନିର୍ଯାତନା ସହିନପାରିବାରୁ ଏସ୍‌ପିଙ୍କ ଘର ଆଗରେ ଛିଡ଼ା ହୋଇ ବିଷ ପିଇଲେ। ଏମିତି ଅଭାବନୀୟ ଘଟଣା ଉତ୍ତରପ୍ରଦେଶ ସୁନଗ୍ରାହୀ ଅଞ୍ଚଳରେ ଘଟିଛି। ଥାନାରେ ଅଭିଯୋଗ ନ ଶୁଣିବାରୁ ଏସ୍‌ପିଙ୍କ ଘର ଆଗରେ ବିଷ ପିଇଦେଲେ ଜଣେ ବ୍ୟକ୍ତି। ଶନିବାର ଏହି ଘଟଣା ଘଟିଛି।

Advertisment

ପରିବାର ଲୋକଙ୍କ କହିବାନୁଯାୟୀ ମୃତକ ପ୍ରଦୀପଙ୍କ ସ୍ତ୍ରୀ କିଛିଦିନ ତଳେ ସ୍ୱାମୀଙ୍କ ବିରୁଦ୍ଧରେ ଘରୋଇ କଳି ନେଇ ଥାନାରେ ଅଭିଯୋଗ କରିଥିଲେ। ସ୍ୱାମୀ ମଧ୍ୟ ସ୍ତ୍ରୀ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ। କିନ୍ତୁ ଥାନା ଅଧିକାରୀ ତାଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରିନଥିଲେ। ଯେଉଁଠି ପାଇଁ ସେ ବାଧ୍ୟ ହୋଇ ଏସ୍‌ପିଙ୍କ ଅଫିସ୍‌ ଯାଇଥିଲେ। ଅଫିସ୍‌ରେ ଏସ୍‌ପି ଉପସ୍ଥିତ ନଥିବାରୁ ତାଙ୍କ ବାସଭବନକୁ ଅଭିଯୋଗ ଜଣାଇବାକୁ ଯାଇଥିଲେ। ଏବଂ ସେଠାରେ ବିଷ ପିଇଦେଇଥିଲେ।

ପ୍ରଦୀପଙ୍କୁ ତୁରନ୍ତ ପୋଲିସ ଅଧିକାରୀ ଡାକ୍ତରଖାନା ନେଇଥିଲେ। ହେଲେ ଦୁର୍ଭାଗ୍ୟର କଥା ଯେ ଯିବା ବାଟରେ ହିଁ ପ୍ରାଣ ହରାଇଥିଲେ ପ୍ରଦୀପ। ଏହାପରେ ପ୍ରଦୀପଙ୍କ ମରଶରୀରର ଶବ ବ୍ୟବଚ୍ଛଦେ ହୋଇଥିଲା। ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଘର ଲୋକଙ୍କୁ ଡାକି ପଚରାଉଚରା କରୁଛି।

Advertisment

ପ୍ରଦୀପଙ୍କ ଘର ଲୋକ ଏନେଇ ତଦନ୍ତ କରାଯାଉ ବୋଲି ଏକ FIR ଫାଇଲ୍‌ କରିଛନ୍ତି।

Man Consumes Poison
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ